Advertisment

ଓସେପା E-ଆଡମିଟ୍ କାର୍ଡରେ ସାଂଘାତିକ ତ୍ରୁଟି ! ପ୍ରାର୍ଥୀ ନାଁ ମାହାଲମାଣ୍ଡା, ବାପା ନାଁ ମାହାଲମାଣ୍ଡା ପ୍ରୋ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

author-image
Tanmay Kumar Mahalik
Junior TeacherRecruitment

Junior TeacherRecruitment

ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା, ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ । କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଜୁନିଅର ଟିଚର- ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

Advertisment

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଛନ୍ତି ଆଶାୟୀ । ଆଜି ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଛନ୍ତି ।

କେବଳ ଏତିକି ନୁହେଁ, ୟୁଟ୍ୟୁବରେ ଭାଇରାଲ୍ ଭିଡିଓ ମାହାଲ ମାଣ୍ଡା ଏଠି ଜଣେ ପରୀକ୍ଷାର୍ଥୀଙ୍କ ନାଁ ଥିବା ଏବଂ ପକ୍ଷୀର ଫଟୋ ଥିବା ଆଡମିଟ କାର୍ଡ ଦେଖାଇ ସେମାନେ ଅଭିଯୋଗ କରିଛନ୍ତି ଯେ, ଏଭଳି ବହୁ ଫେକ୍ ପରୀକ୍ଷାର୍ଥୀଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ ପାଇଛି । ଏଥିସହ ସେମାନେ କହିଛନ୍ତି ଯେ, ସରକାର ୨୦ ହଜାର ଶିକ୍ଷକ ନିଯୁକ୍ତି ଘୋଷଣା କରି ୧୮ ହଜାର ୭ଶହ ଆଶାୟୀଙ୍କ ନାଁ ପ୍ରକାଶ କରିଛନ୍ତି ।

Advertisment

ଓସେପା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ବିଫଳ ହେବା ପରେ, ଫାଇଭ-ଟି ଅଧ୍ୟକ୍ଷଙ୍କ ବାସଭବନ ଆଡ଼କୁ ଯିବା ବେଳେ, ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାପରେ ସେମାନେ ରାସ୍ତାକଡ଼ରେ ଧାରଣାରେ ବସିଥିଲେ । ଏହାପରେ ଡିସିପିଙ୍କ ସହ ଆଲୋଚନା କରି ଗଣଶିକ୍ଷା ବିଭାଗ ସଚିବଙ୍କ ସହ ସେମାନଙ୍କୁ ଆଲୋଚନା ପାଇଁ ନିଆଯାଇଥିବା ସୂଚନା ମିଳିଛି ।

ତେବେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଏବଂ ସେମାନେ ଦେଖାଇଥିବା ମାହାଲ ମାଣ୍ଡା ନାଁ ଓ ପକ୍ଷୀ ଫଟୋ ଥିବା ଇ-ଆଡମିଟ କାର୍ଡର ସତ୍ୟତା ସଂପର୍କରେ ଓସେପାର ପ୍ରତିକ୍ରିୟା ମିଳିପାରିନାହିଁ ।

Recruitment Scam OSEPA
Advertisment
Advertisment