Advertisment

ଦୁଇଦିନ ହେବ ବିଦ୍ୟୁତ୍‌ କାଟ୍‌; ସକାଳ ୧୦ରୁ ସଂଧ୍ୟା ୫ଟା ଯାଏଁ କଟିବ ଲାଇନ୍‌

ବିଦ୍ୟୁତ୍‌ କାଟ୍‌ ସମୟରେ ବିଦ୍ୟୁତ୍‌ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Bengaluru likely to face scheduled power cuts on Jan 18, 19

Bengaluru likely to face scheduled power cuts on Jan 18, 19

ମରାମତି ପାଇଁ ଦୁଇଦିନ କଟିବ ବିଦ୍ୟୁତ୍‌ । ଆଜି ଓ ଆସନ୍ତାକାଲି ବିଦ୍ୟୁତ୍‌ କାଟ୍‌ କରାଯିବା ନେଇ ସୂଚନା ଦିଆଯାଇଛି । ଆର୍ଥାତ୍‌ ଜାନୁଆରୀ ୧୮ ତାରିଖ ଓ ୧୯ ତାରିଖ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ । ବେଙ୍ଗାଲୁରୁର ବିଦ୍ୟୁତ୍‌ ଯୋଗାଣ କମ୍ପାନୀ BESCOM ତା’ର ମରାମତି କାର୍ଯ୍ୟ କରିବାକୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ସୂଚନା ଦେଇଛି ।

Advertisment

ବିଦ୍ୟୁତ୍‌ କାଟ୍‌ ସମୟରେ ବିଦ୍ୟୁତ୍‌ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ । ତାହା ସହିତ ବିଦ୍ୟୁତ୍‌ ତାର ମରାମତି ଏବଂ କିଛି ଗଛ କାଟାଯିବ ବୋଲି କୁହାଯାଇଛି । ସକାଳ ୧୦ଟାରୁ ସଂଧ୍ୟା ୫ଟା ମଧ୍ୟରେ ଏ ସମସ୍ତ କାର୍ଯ୍ୟ କରାଯିବ ।

ସେପଟେ ବିଦ୍ୟୁତ୍‌ କାଟ୍‌ ଯୋଗୁ ପ୍ରଭାବିତ ହେବାକୁ ଥିବା ସମସ୍ତ ତଥ୍ୟ ରଖିବ କମ୍ପାନୀ । ଲୋକଙ୍କ ଅସୁବିଧା ଗୁଡ଼ିକୁ ମଧ୍ୟ ନଜର ରଖାଯିବ ।

Advertisment

ବେଙ୍ଗାଲୁରୁର କେଉଁ ସ୍ଥାନରେ କଟିବ ବିଦ୍ୟୁତ୍‌ ?

ହିରେହଲ୍ଲୀ ଇଣ୍ଡଷ୍ଟ୍ରିଆଲ୍ ଏରିଆ, ସନ୍ନାପାନା ପାଲିଆ, ସାଙ୍ଗାପୁରା, ବିଏମ୍ ପଲିୟା, ବାସଭେଶ୍ୱର ବାଦଭାନେ, ଜୟନଗର, ଶାମନୁର, ଜେ.ଏଚ୍ ପଟେଲ ବାଦଭାନେ, କାଲେନାହଲ୍ଲୀ ସୁଦେକେଣ୍ଟେ, ମୁନେଶ୍ୱରା ବାଦଭାନେ, ଜାରିକାଟ୍ଟେ, ମୁଦାହଦାଦୀ, କରକାଲୁ ପାଲିଆ, ବାସଭପତ୍ନା, ଏସ୍ ମଟ୍, ଅମୃତନଗର ଗ୍ରାମ, ଓବାଜୀହାଲୀ, କାଦଲେବାଲୁ ଗ୍ରାମ, ଅଞ୍ଜାନେ ନାଗାରାରେ ବିଦ୍ୟୁତ୍‌ କାଯ ରହିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଦେବରାଟ୍ଟି, ଗୋନିଭଡା, ହୁଭିନାମାଡୁ, ଥିମପ୍ପା, ନାଗରାସାହଲ୍ଲୀ, ଜାଦଗାନାଲୀ ଗ୍ରାମ, ନନ୍ଦିହଲ୍ଲୀ, ପେମାନହହଲ୍ଲୀ, ଚାନେନାହାଲ୍ଲୀ, ହରିଭାନପୁର, ଗୋଲାରାହଲୀ, ଦଲକାବଲ, ଲକ୍ଷ୍ମଣହଲ୍ଲୀ, ପାଲିଘାଟୀ, ଇଉଡପ ଲେଆଉଟ, ହେଗେରେ, ୟେମେହେଟ୍ଟି, ମାଥିହାଲ୍ଲୀ, ବିଦରେଗୁଡି, ନାଗଥୀହାଲ୍ଲୀ, ବିଦୟନଗର, କାଞ୍ଚଗାଟ୍ଟା, ଶାଦକଶରାମାଟା, ମାଡିହାଲ୍ଲୀ, ମାଡେନୁର, ହାଲେପାଲିଆ, ଅନ୍ନପୁରା, ସରଥାଭାଲୀ ଓ ନେଲାଗୋଣ୍ଡାନାହଲ୍ଲୀ ପରି ଅନେକ ସ୍ଥାନରେ ବିଦ୍ୟୁତ୍‌ କାଟ କରାଯିବ ।

Bengaluru Power Cuts
Advertisment
Advertisment