Advertisment

India-Pakistan Conflict: ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ୍; ଜାଣନ୍ତୁ ଏହା କିପରି ହେଲା ସମ୍ଭବ

ଏକ ଦକ୍ଷ ଏବଂ ଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁପକ୍ଷର ବାୟୁ ଆକ୍ରମଣ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ବୁଧବାର-ଗୁରୁବାର ରାତିରେ ପାକିସ୍ତାନ ଭାରତକୁ କୌଣସି କ୍ଷତି ପହଞ୍ଚାଇବାରେ ବିଫଳ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଆସନ୍ତୁ ଜାଣିବା ଏହା କିପରି କାମ କରେ।

author-image
Pramod Behera
ଅଦ୍ୟତନ ହୋଇଛି
How does indian air defense system work

How does indian air defense system work

ଗୁରୁବାର ଦିନ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ (ବାୟୁ ପ୍ରତିରକ୍ଷା ପ୍ରଣାଳୀ) ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଥିଲା। ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ଏକ ଢାଲ ହୋଇ ନଥିଲା ବରଂ ଭାରତୀୟମାନଙ୍କୁ ଗର୍ବିତ କରିଥିଲା। ଏହା ପାକିସ୍ତାନ ପାଇଁ ଅଭିଶାପ ଭାବରେ ଉଭା ହୋଇଛି ।

Advertisment

ସେଥିପାଇଁ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବାରେ ସଫଳ ହୋଇଥିଲା। ଏହା ପରେ ଭାରତ ଅନେକ ସ୍ଥାନରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଟାର୍ଗେଟ୍‌ କରିଥିଲା।

ସେନା ଏକ ପ୍ରେସ୍ ରିଲିଜରେ କହିଛି, "ଏହା ବିଶ୍ୱସ୍ତ ଭାବରେ ଜଣାପଡୁଛି ଯେ ଲାହୋରରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନିଷ୍କ୍ରିୟ କରାଯାଇଛି।" ତେବେ ଆଧୁନିକ ଯୁଦ୍ଧରେ ଆକାଶ ଉପରେ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯେକୌଣସି ଦେଶର ପ୍ରତିରକ୍ଷା ଗଠନରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ।

Advertisment

ଏକ ଦକ୍ଷ ଏବଂ ଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁପକ୍ଷର ବାୟୁ ଆକ୍ରମଣ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ବୁଧବାର-ଗୁରୁବାର ରାତିରେ ପାକିସ୍ତାନ ଭାରତକୁ କୌଣସି କ୍ଷତି ପହଞ୍ଚାଇବାରେ ବିଫଳ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

ଅଧିକ ପଢ଼ନ୍ତୁ: କିଏ ଏହି ଅବଦୁଲ ହମିଦ, ଯିଏ ପାକିସ୍ତାନର ୯ଟି ଟ୍ୟାଙ୍କ୍ ଧ୍ୱଂସ କରି ଶହୀଦ ହୋଇଗଲେ

କିପରି କରେ କାମ:

ଏକ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରତିରକ୍ଷା ପ୍ରଣାଳୀର ପ୍ରଥମ ଉଦ୍ଦେଶ୍ୟ ହେଉଛି ଆକାଶରୁ ବିପଦକୁ ଦୂର କରିବା। ତାହା ଶତ୍ରୁପକ୍ଷର ଯୁଦ୍ଧ ବିମାନ ହେଉ, ମାନବହୀନ ଡ୍ରୋନ୍ ହେଉ କି କ୍ଷେପଣାସ୍ତ୍ର।

ଏହି କାମ ରାଡାର, ନିୟନ୍ତ୍ରଣ କକ୍ଷ, ପ୍ରତିରକ୍ଷା ଯୁଦ୍ଧ ବିମାନ ଏବଂ ଭୂମିଭିତ୍ତିକ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର, ତୋପ ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀର ଏକ ଜଟିଳ ବ୍ୟବସ୍ଥା ସାହାଯ୍ୟରେ ସମ୍ପାଦିତ ହୁଏ। ବାୟୁ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟ ପଦ୍ଧତିକୁ ତିନି ଭାଗରେ ବିଭକ୍ତ କରାଯାଏ।

ବିପଦର ଚିହ୍ନଟ:

ଯେକୌଣସି ବାୟୁ ପ୍ରତିରକ୍ଷା ପ୍ରଣାଳୀର ସଫଳତାର ଚାବିକାଠି ହେଉଛି ଏହାର ବିପଦକୁ ପ୍ରଥମେ ଚିହ୍ନଟ କରିବାର କ୍ଷମତା। ଏହା ସାଧାରଣତଃ ରାଡାର ଦ୍ୱାରା କରାଯାଏ। ତଥାପି କେତେକ ପରିସ୍ଥିତିରେ ସାଟେଲାଇଟ୍ ବ୍ୟବହାର କରାଯାଇପାରିବ।

ଯେପରିକି ଶତ୍ରୁ ଦ୍ୱାରା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ଉତ୍‌କ୍ଷେପଣ। ରାଡାରଗୁଡ଼ିକ ଏକ ଟ୍ରାନ୍ସମିଟର ମାଧ୍ୟମରେ ବିଦ୍ୟୁତ୍-ଚୁମ୍ବକୀୟ ରେଡିଓ ତରଙ୍ଗର ବିମ୍ ପଠାନ୍ତି। ଏହି ତରଙ୍ଗଗୁଡ଼ିକ ଶତ୍ରୁ ବିମାନ ସହ ଧକ୍କା ହୋଇ ଏହାକୁ ପ୍ରତିଫଳିତ କରେ।

ତା'ପରେ ଏକ ରିସିଭର ଫେରୁଥିବା ରେଡିଓ ତରଙ୍ଗଗୁଡ଼ିକୁ ଏକାଠି କରେ। ଯାହା ଆଧାରରେ ଏହା ବିପଦର ଦୂରତା, ଏହାର ଗତି ଏବଂ ଏହାର ନିର୍ଦ୍ଦିଷ୍ଟ ପ୍ରକୃତି (କେଉଁ ପ୍ରକାରର ବିମାନ/କ୍ଷେପଣାସ୍ତ୍ର) ଆକଳନ କରେ।

ଟ୍ରାକିଂ କ୍ଷମତା:

ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଦକ୍ଷତା ମଧ୍ୟ ନିରନ୍ତର ଏବଂ ସଠିକ ଭାବରେ ବାୟୁ ବିପଦକୁ ଟ୍ରାକ୍ କରିବାର କ୍ଷମତା ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହା ସାଧାରଣତଃ ରାଡାର ଏବଂ ଅନ୍ୟାନ୍ୟ ସେନ୍ସର ଯେପରିକି ଇନ୍‌ଫ୍ରାରେଡ୍‌ କ୍ୟାମେରା କିମ୍ବା ଲେଜର୍‌ ରେଞ୍ଜଫାଇଣ୍ଡର୍‌ର ମିଶ୍ରଣ ବ୍ୟବହାର କରି କରାଯାଏ।

ଅଧିକ ପଢ଼ନ୍ତୁ: କାହା ହାତରେ ଅଛି ପାକିସ୍ତାନ ପରମାଣୁ ବୋମାର ରିମୋଟ୍

ଅଧିକାଂଶ କ୍ଷେତ୍ରରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ କେବଳ ଗୋଟିଏ ବିପଦର ମୁକାବିଲା କରିବାକୁ ପଡ଼ି ନଥାଏ। ତାଙ୍କୁ ଏକ ଜଟିଳ ପରିବେଶରେ ଦ୍ରୁତ ଗତିରେ ବିକଶିତ ହେଉଥିବା ବିଭିନ୍ନ ବିପଦକୁ ଚିହ୍ନଟ ଏବଂ ତଦାରଖ କରିବାକୁ ପଡେ।

ଏଥିରେ ମିତ୍ର ବିମାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ମିଥ୍ୟା ବିପଦକୁ ଟାର୍ଗେଟ୍‌ ନକରି ଶତ୍ରୁକୁ ପ୍ରଭାବଶାଳୀ ଭାବରେ ଅକାମୀ କରିବା ପାଇଁ ଟ୍ରାକିଂ ସଠିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ବିପଦକୁ ରୋକିବା:

ବିପଦ ଚିହ୍ନଟ ଏବଂ ଟ୍ରାକ୍ ହେବା ପରେ, ଏହାକୁ ଅକାମୀ କରିବା ଗୁରୁତ୍ୱପୂର୍ଣ୍ଣ। ଏଠାରେ କି ପ୍ରକାରର ବିପଦ ଅଛି ତାହା ମଧ୍ୟ ଦେଖିବାକୁ ପଡିବ। ଉଦାହରଣ ସ୍ୱରୂପ, ଏହା ଏକ କ୍ଷେପଣାସ୍ତ୍ର କି ଏକ ଉଡ଼ାଜାହାଜ। ତେବେ ଏହାର ଗତି କେତେ? ଏହି ସମସ୍ତ ଜିନିଷ ବାୟୁ ପ୍ରତିରକ୍ଷାର କାମ କରିବା ମାଧ୍ୟମ ହିଁ ନିର୍ଦ୍ଧାରିତ କରେ।

ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଏହି ତିନୋଟି ଦିଗକୁ ଏକାଠି କାମ କରିବାକୁ ପଡେ। ଏଥିପାଇଁ ସାମରିକ ଭାଷାରେ 'C3' କିମ୍ବା 'କମାଣ୍ଡ, କଣ୍ଟ୍ରୋଲ୍ ଏବଂ କମ୍ୟୁନିକେସନ୍‌' ସିଷ୍ଟମ ଆବଶ୍ୟକ ହୋଇଥାଏ।

ତେବେ ବାୟୁ ବିପଦକୁ ଚିହ୍ନଟ କରିବା, ଟ୍ରାକ୍ କରିବା ଏବଂ ଅଟକାଇବା ପାଇଁ ବୈଷୟିକ କ୍ଷମତା ବ୍ୟତୀତ, ପ୍ରଭାବଶାଳୀ ବାୟୁ ପ୍ରତିରକ୍ଷା ପାଇଁ ଉତ୍ତମ ଯୋଗାଯୋଗ ଏବଂ ନିଷ୍ପତ୍ତି ନେବା ଦକ୍ଷତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଅଧିକ ପଢ଼ନ୍ତୁ: ପାକିସ୍ତାନୀ ସେନାରେ କିପରି ଭରାଯାଏ ବିଷ ମଞ୍ଜି… ପିଆଯାଏ ଧର୍ମର ନିଶା

India Pakistan War India Pakistan News Operation Sindoor
Advertisment
Advertisment