ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଭାରତ ସୀମାନ୍ତ ଅଞ୍ଚଳରେ ଘନ ଘନ ଫାୟାରିଂ ସହ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି ପାକିସ୍ତାନ, ଯାହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ଆକାଶରେ ହିଁ ଧ୍ୱଂସ କରିଦେଉଛି । ତେବେ ଏହି ଭୀଷଣ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ସେନାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ଅପରେସନ ସିନ୍ଦୂରରେ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ଏହି ଆତଙ୍କବାଦୀ ପାକିସ୍ତାନର ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା (LeT) ସଂଗଠନର । ସେମାନେ ହେଲେ ଲସ୍କର ଆତଙ୍କୀ ମୁଦାସର ଖାଦିଆନ୍ ଖାସ୍, ଖଲିଦ୍ ଓରଫ ଅବୁ ଆକାଶ, ଜୈସ୍-ଏ-ମହମ୍ମଦ ଆତଙ୍କୀ ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର ଏବଂ ମହମ୍ମଦ ହାସନ୍ ଖାନ୍ ବୋଲି ଚିହ୍ନଟ ହୋଇଛନ୍ତି । ମହମ୍ମଦ ଜମିଲ ଏବଂ ୟୁସୁଫ ଅଜହର JeM ପ୍ରତିଷ୍ଠାତା ମାସୁଦ ଅଜହରର ଶାଳକ ଥିଲେ ।
ଅଧିକ ପଢ଼ନ୍ତୁ: ରାଜଧାନୀ ଉପରେ ପାକିସ୍ତାନର ଆଖି; କଲା ମିସାଇଲ ଆଟାକ୍!
ପାକିସ୍ତାନର ବରିଷ୍ଠ ଅଧିକାରୀମାନେ ସେନା ବର୍ଦ୍ଦିରେ ଏହି କୁଖ୍ୟାତ ଆତଙ୍କବାଦୀମାନଙ୍କ ଶେଷକୃତ୍ୟରେ ସାମିଲ ହେବାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପୁଣିଥରେ ପାକିସ୍ତାନର ଆତଙ୍କୀ ପ୍ରୀତି ପଦାରେ ପକାଇଥିଲା ।
ଗତ ମଙ୍ଗଳବାର ମଧ୍ୟରାତ୍ରିରେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳକୁ ଟାର୍ଗେଟ କରି ଧ୍ୱଂସ କରିଦିଆଯାଇଥିଲା । ଏହି ଆକ୍ରମଣରେ ଜୈସ୍-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପୂର୍ଣ୍ଣ ପରିବାର ନିପାତ ହୋଇଯାଇଥିଲା । ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ । ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ । ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ । ଆତଙ୍କବାଦୀଙ୍କ ୯ ଆଡ୍ଡାସ୍ଥଳରେ ଆଟାକରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ