• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଜିପ୍ଟର ହସ୍ତେପସୁତ ମନ୍ଦିର, ଖ୍ରୀଷ୍ଟପୂର୍ବ ୧୪୭୦ରେ ନିର୍ମିତ ହୋଇଥିଲା । ଏହାର ନିର୍ମାଣ ସେତେବଳେ, ଫିରୌନ ହସ୍ତେପସୁତର ରାଜା ଘରର ବାସ୍ତୁକାର ଓ ସେନେମୁଟ ମାନେ କରିଥିଲେ । ଏହାର ସ୍ଥାପତ୍ୟ ଆପଣଙ୍କୁ ଖୁବ୍ ଆକର୍ଷିତ କରିବ । ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।

Ancient TempleAncient Temple

ନୀଳ ନଦୀର ପୂର୍ବ ପାର୍ଶ୍ୱରେ ଥିବା ଅମାଦା ମନ୍ଦିର ଖ୍ରୀଷ୍ଟପୂର୍ବ ୧୧୮୯ ରେ ନିର୍ମିତ ହୋଇଥିଲା । କିନ୍ତୁ ପରେ ବନ୍ୟା ହେତୁ ଏହାକୁ ୧୯୭୦ ଦଶକରେ ନାସିର ହ୍ରଦ ନିକଟରେ ଏକ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଗଲା । ଏହି ମନ୍ଦିରଟିର ନିର୍ମାଣ ଫରାସୀ ଇଜିପ୍ଟର ବୈଜ୍ଞାନିକ ଖ୍ରୀଷ୍ଟିଆନ ଡେସ୍ରୋଚେସ୍ ନୋବେଲକର୍ଟଙ୍କ ଦ୍ୱାରା ହୋଇଥିଲା ।

Ancient TempleAncient Temple

ଗୋବେକଲି ଟେପ ଦୁନିଆର ସର୍ବ ପୁରାତନ ମନ୍ଦିର ମଧ୍ୟରୁ ଅନ୍ୟତମ । ଷ୍ଟୋନହେଞ୍ଜର ପ୍ରାୟ ୬୦୦୦ ବର୍ଷ ପୂର୍ବରୁ ଏହା ଦକ୍ଷିଣ ପୂର୍ବ ତୁର୍କୀର ଏକ ପାହାଡ ଉପରେ ନିର୍ମିତ ହୋଇଥିବା ଜଣାପଡିଛି । ପରେ ଏହି ସାଇଟ୍ ପୋତି ଡୋଇଯାଇଥିଲା । ପ୍ରତ୍ନତତ୍ତ୍ୱବିତ୍ କ୍ଲାଉସ୍ ଶିମିଡ୍ ଏହାକୁ ୨୦୦୮ରେ ପୁଣି ଥରେ ବିଶ୍ୱର ସର୍ବ ପୁରାତନ ମନ୍ଦିର ଭାବରେ ଉପସ୍ଥାପନ କରିଥିଲେ ।

Ancient TempleAncient Temple

ମାଲ୍ଟାର ହାଲ ସେଫ୍‌ଲିନି ମନ୍ଦିରର ହାଇପୋଗୀୟମ୍‌ ପାଖାପାଖି ଖ୍ରୀଷ୍ଟପୂର୍ବ ୨୫୦୦ରେ ଭୂତଳଭାଗରେ ନିର୍ମିତ ହୋଇଥିଲା । ଏହାକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମଧ୍ୟ ମାନ୍ୟତା ଦିଆଯାଇଛି । ଏହା ଏକ ଭୁଲ ଭୁଲେୟା ଭଳି । ଏଥିରେ ଅନେକ ମିଛି ମିଛିକା ଝରକା, ମିଛି ମିଛିକା କବାଟ, ଅନେକ ସାଜସଜ୍ଜା ସହ ଲାଲ୍ ରଙ୍ଗର ଚିତ୍ର ମଧ୍ୟ ଏଠାରେ ରହିଛି । ଏହାସହ ପଥରରେ ଖୋଦେଇ ଚିତ୍ର ମଧ୍ୟ ଦେଖିବାକୁ ମିଳିବ । ଏମିତି ଏହାର ଛାତ ମଧ୍ୟ ପଥର । ଯାହାକୁ ଦେଖିଲେ ଆପଣ ଅତ୍ୟନ୍ତ ଖୁସି ହୋଇଯିବେ ।

Ancient TempleAncient Temple

ଷ୍ଟୋନହେଞ୍ଜ, ଯାହା ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ରହସ୍ୟମୟ ମନ୍ଦିର ଭାବରେ ପରିଗଣିତ ହୁଏ । ଏହା ଖ୍ରୀଷ୍ଟପୂର୍ବ ୩୦୦୦ରେ ନିର୍ମିତ ହୋଇଥିଲା । ଏହାକୁ ପୃଥିବୀ ଦେବତାଙ୍କ ମନ୍ଦିର ଭାବରେ ମଧ୍ୟ ବିବେଚନା କରାଯାଏ । ଏହି ମନ୍ଦିରକୁ ୧୯୮୬ରେ ୟୁନେସ୍କୋ ବିଶ୍ୱଐତିହ୍ୟ ଭାବେ ଘୋଷଣା କରାଯାଇଥିଲା।

Ancient TempleAncient Temple

ଓଙ୍ଗଟିଜା ମନ୍ଦିର, ସାଧାରଣତ ଓଙ୍ଗଟିଜାର ଅର୍ଥ ହେଉଛି ବିଶାଳ । ଏହାର ନାମ ଅନୁସାରେ ହିଁ ଏହା ବହୁତ ବଡ଼ । ମାଲ୍ଟାର ଗୋଜୋ ଦ୍ୱୀପରେ ନିର୍ମିତ ଏହି ମନ୍ଦିର ଖ୍ରୀଷ୍ଟପୂର୍ବ ୩୨୦୦ ପୂର୍ବରୁ ନିର୍ମିତ ବୋଲି କୁହାଯାଏ । ଏହା ଚୂନ ପଥରରୁ ନିର୍ମିତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ପଥରର ଓଜନ ପ୍ରାୟ ୫୦ ଟନ୍ । ଏହା ମଧ୍ୟ ବିଶ୍ୱଐତିହ୍ୟ ଭାବେ ମାନ୍ୟତା ପାଇଛି ।

Ancient TempleAncient Temple