• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ବି ରହିଛି ପୌରାଣିକ କିମ୍ବଦନ୍ତୀ ସହ ଜଡିତ କାନପୁରା ଗାଁର ସାତ ଗୁମ୍ଫାର ବୁଢା ପାହାଡ଼ । ବିଶ୍ୱାସରେ ଭରି ରହିଛି ଏହାର ପବିତ୍ରତା । କାହିଁ କେଉଁ କାଳରୁ ଦୁର୍ଗମ ପାହାଡ଼ ପର୍ବତ ଘେରା ଏହି ପାହାଡ଼ ଗୁମ୍ଫା ଲୋକଙ୍କ ଆଧ୍ୟାତ୍ମିକ ଭାବନା ସହିତ ଜଡ଼ିତ । କହିବାକୁ ଗଲେ ଗାଁର ସାହା ପାଲଟିଛି ଏଇ ବୁଢା ପାହାଡ଼ । ମରୁଡି ହେଉ ଅବା କୌଣସି ଦୁର୍ବିପାକ । ପୂଜାର୍ଚ୍ଚନା ପରେ ଗାଁ ପାଇଁ ସାହା ହୋଇଛି ବୁଢା ପାହାଡ଼ । ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁର ବୁଢାପାହାଡ଼ । ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଘଞ୍ଚ ଅରଣ୍ୟ ଭିତରେ ସାତ ଗୁମ୍ଫାକୁ ନେଇ ଏହି ବୁଢା ପାହାଡ଼ । କୁହାଯାଏ, ଆଜକୁ ହଜାର ହଜାର ବର୍ଷ ତଳେ ମନିଷୀ ମାନେ ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧିଲାଭ ପାଇଁ ଗୁମ୍ପାରେ ପୂଜାର୍ଚ୍ଚନା କରୁଥିଲେ । ଗ୍ରାମବାସୀମାନେ ସେଠାକୁ ଗାଁର ମଙ୍ଗଳ କାମନା ସାଙ୍ଗକୁ ଚାଷୀ ଭାଇର ଭଲ ଅମଳ ପାଇଁ ଯାଆନ୍ତି । ସେଠାରେ ପୂଜାର୍ଚ୍ଚନା କଲେ ପ୍ରବଳ ବର୍ଷା ହୋଇଥାଏ ବୋଲି କାହିଁ କେଉଁ ସମୟରୁ ବିଶ୍ୱାସ ରହିଛି ।

 

ଆଜି ପର୍ଯ୍ୟନ୍ତ ସେହି ବିଶ୍ୱାସ ଓ ଭାବନା ଯୋଗୁଁ ଗାଁରେ କେବେ ବିପତ୍ତି ଆସି ନାହିଁ । ଲୋକମାନେ ପ୍ରତିବର୍ଷ ଏକଜୁଟ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଗାଁର ମଙ୍ଗଳ କାମନା କରନ୍ତି । ଏଠାରେ ଚେମିଣୀ ଗୁମ୍ଫା ,ଯଜ୍ଞ ଗୁମ୍ପା ,ଭାଲୁ ଗୁମ୍ଫା ,ବାବା ଗୁମ୍ଫା ଭଳି ଦେବାଦେବୀଙ୍କର ସାତୋଟି ଗୁମ୍ଫା ରହିଛି । ଯେଉଁଠି

budha pahadaଆଜିବି ପୁରାତନ ସଭ୍ୟତାର ଛାପ ରହିଛି

ପ୍ରତିବର୍ଷ କାନପୁରା ଗ୍ରାମବାସୀ ମହା ଆଡମ୍ବରରେ ବୁଢା ପାହାଡ଼ର ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି । ସେଠାରେ ପ୍ରସାଦ ସେବନ ପରେ ଲୋକମାନେ ପୁନଶ୍ଚ ଘରକୁ ଫେରି ଆସନ୍ତି । ବିଶ୍ଵାସରେ ବନ୍ଧା ଏହି ବୁଢା ପାହାଡ଼ ଗାଁ ପାଇଁ ସଦା ସର୍ବଦା ଏକ ଶୁଭ ପ୍ରତୀକ ହୋଇ ଦଣ୍ଡାୟମାନ ହୋଇଛି ।

ଓଡ଼ିଶାର କୋଣ ଅନୁକୋଣରେ ପବିତ୍ରତା ଭରି ରହିଛି । କାନପୁରା ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏହି ବୁଢା ପାହାଡ଼ ଗାଁ ଲୋକଙ୍କ ପାଇଁ କାହିଁ କେତେ ଯେ ଅଳି ଅଝଟ ସହି ଆସିଛି, ତା’ର କଳନା ନାହିଁ । ବାପା ଅଜା କାଳରୁ ଲୋକମାନେ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା କରିବା ସହ ଭାଇଚାରାରେ ଏକତ୍ର ଚଳି ଆସୁଛନ୍ତି । ଗାଁର ବାପା ମାଆ ସେହି ବୁଢା ପାହାଡ଼ । ଲୋକଙ୍କ ଭିତରେ ଯେତେ ବି ରାଗ ,ରୁଷା ,ଅଭିମାନ ଥାଉ କିମ୍ବା କୌଣସି ମନାନ୍ତର ହେଉ ଅବା ଶତ୍ରୁତା ଥାଉ, ବୁଢା ପାହାଡ଼କୁ ଆସିଲେ ସବୁ ଯେମିତି ଦୁରୀଭୂତ ହୋଇଯାଏ ।

ବିଶ୍ୱାସ ଓ ଭାଇଚାରା ଭିତରେ ସମ୍ପର୍କର ଡୋରରେ ବାନ୍ଧି ହୋଇ ରହିଥିବା ବୁଢା ପାହାଡ଼ ; ଆଜିର ସମାଜ ପାଇଁ ଏକ ବଡ଼ ନିଦର୍ଶନ ।

 

  • Reported by:
  • Bidyadhar Baral