Advertisment

ସାବଧାନ !! ଆହୁରି ୨ ଦିନ ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି।

author-image
Manoranjan Behera
Rainfall Alert

Rainfall Alert

ସକ୍ରିୟ ମୌସୁମୀ ପ୍ରଭାବରେ ୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କାଲି ଦକ୍ଷିଣ, ମଧ୍ୟ, ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୯ ତାରିଖ ପରଠୁ ପାଗରେ ପରବର୍ତ୍ତନ ସହ ବର୍ଷାର ସମ୍ଭାବନା କମିବ । ଚଳିତ ମୌସୁମୀ ଋତୁରେ ଏବେ ବି ୧୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ ଜିଲ୍ଲାରେ ବିଶେଷ ଭାବେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେପ୍ଟେମ୍ବରରେ ଭରଣା ହେବା ନେଇ ପାଣିପାଗ ବିଭାଗର ଆକଳନ କରିଛି ।

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ତେବେ ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ତିନୋଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦିନ ତମାମ୍ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ବିଶେଷ କରି ଉତ୍ତର ଓ ଡିଶାରେ ମୟୁରଭଞ୍ଜ, କେନ୍ଦୁଝର ଏବଂ ପଶ୍ଚିମଓଡିଶାରେ ଦେବଗଡ଼, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର୍ ବୌଦ୍ଧ, ବଲାଙ୍ଗରି ଓ ନୂଆପଡା ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

Advertisment

ସେପଟେ ବର୍ଷାରେ ବୁଡ଼ିଲା ବାଲେଶ୍ୱର । ଲଗାଣ ବର୍ଷାରେ ବାଲେଶ୍ବର-ରେମୁଣା ରାସ୍ତା ବୁଡ଼ିଯାଇଛି । ବାଲେଶ୍ୱର ସହର ଉପକଣ୍ଠ ବାଲିଆ-ନୂଆସାହି ଜଳାର୍ଣ୍ଣବ ହୋଇଛି। ଘରେ ଘରେ ପାଣି ପଶିଛି। ବାଲେଶ୍ୱର-ରେମୁଣା ରାସ୍ତାରେ ପାଣି ଯୋଗୁଁ ଲୋକ ହନ୍ତସନ୍ତ ହେଉଛନ୍ତି।

Weather Update Rainfall Alert
Advertisment
Advertisment