Advertisment

୭ କି ୮ଘଣ୍ଟା ନୁହେଁ, ପୁରୁଷଙ୍କ ତୁଳନାରେ ଅଧିକ ନିଦ ଆବଶ୍ୟକ କରନ୍ତି ମହିଳା...ଜାଣନ୍ତୁ କାହିଁକି

ଯଦି ଆପଣ ଜଣେ ମହିଳା ଏବଂ ଆଠ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣ ସକାଳେ ଥକି ଯାଉଛନ୍ତି, ତେବେ ଆପଣଙ୍କୁ ଆଉ ଅଧିକ ସମୟ ଶୋଇବା ଆବଶ୍ୟକ । ପୁରୁଷମାନେ ୭ରୁ ୮ ଘଣ୍ଟା ଶୋଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ମାତ୍ର, ମହିଳାମାନେ ଏହାଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ କରନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Women need more sleep than men

Women need more sleep than men

ଆମେ ସମସ୍ତେ ପ୍ରାୟତଃ ଜାଣିଛୁ ଯେ ଆମକୁ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ମାତ୍ର ଯଦି ଆପଣ ଜଣେ ମହିଳା ତେବେ ଆପଣ ଏହାଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। ଏକଥା ଆମେ କହୁନୁ, ମୁମ୍ବାଇର ବାବାସାହେବ ଆମ୍ବେଦକର ସ୍ମାରକ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୋନମ ସିମ୍ପାଟୱାର ଏନେଇ ସ୍ପଷ୍ଟ କରିଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଶୋଇବାର ଅଧିକ ଆବଶ୍ୟକତା ରହିଛି।

Advertisment

ଭଲ ନିଦ କାହିଁକି ଗୁରୁତ୍ୱପୂର୍ଣ୍ଣ?

ମ୍ୟାଗ୍ନିଫ୍ଲେକ୍ସ ଇଣ୍ଡିଆର ନିଦ ବିଶେଷଜ୍ଞ ଡକ୍ଟର ନିବେଦିତା କୁମାର କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଭଲ ନିଦ ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ, ମେଟାବୋଲିଜିମ୍, ଚର୍ମ ଏବଂ କେଶ ବୃଦ୍ଧି କରିବା ସହ ଦୀର୍ଘାୟୁ କରିଥାଏ। ସଠିକ ଭାବରେ ଶୋଉଥିବା ବ୍ୟକ୍ତିମାନଙ୍କର ଚିନ୍ତାଧାରା ଉନ୍ନତ ଏବଂ ସେମାନେ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରନ୍ତି।

ଯଦି ଆପଣ ଅନେକ ଦିନ ଧରି ସଠିକ ଭାବରେ ନ ଶୋଇଛନ୍ତି ତେବେ ଡିମେନ୍ସିଆ ଏବଂ ଆଲଜାଇମର ଭଳି ସ୍ନାୟୁଗତ ରୋଗ ହୋଇପାରେ । ଏହା ମେଦବହୁଳତା, ହୃଦରୋଗ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । ଯଦି ଆପଣ ଜଣେ ମହିଳା ଏବଂ ଆଠ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣ ସକାଳେ ଥକି ଯାଉଛନ୍ତି, ତେବେ ଆପଣଙ୍କୁ ଆଉ ଟିକେ ଅଧିକ ସମୟ ଶୋଇବା ଆବଶ୍ୟକ । ପୁରୁଷମାନେ ୭ରୁ ୮ ଘଣ୍ଟା ଶୋଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ମାତ୍ର, ମହିଳାମାନେ ଏହାଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ।

Advertisment

ଆର୍ଟେମିସ୍ ହସ୍ପିଟାଲର ପରାମର୍ଶଦାତା, ଡକ୍ଟର ଅରୁଣ କୋଟାରୁ ଏନେଇ କହିଛନ୍ତି, ଶୋଇବା ସମୟରେ ଶରୀରରେ ଟିସୁ ମରାମତି, ମାଂସପେଶୀ ବୃଦ୍ଧି ଏବଂ ହରମୋନ୍ ନିୟନ୍ତ୍ରଣ ଭଳି ଅତ୍ୟାବଶ୍ୟକ ପ୍ରକ୍ରିୟା ଚାଲିଥାଏ। ଦୀର୍ଘସ୍ଥାୟୀ ନିଦ୍ରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

ବୟସ ଅନୁସାରେ ବଦଳେ ଶୋଇବାର ସମୟ

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆମେ ଖୁବ କମ ସମୟ ଗଭୀର ନିଦ୍ରାରେ ଶୋଇଥାଉ। ନବଜାତ ଶିଶୁ ଏବଂ ଛୋଟ ପିଲାମାନେ ଅଧିକ ଶୋଇଥାଆନ୍ତି। ସେହିପରି ବୟସ୍କମାନେ ସାଧାରଣତଃ ୭ରୁ ୯ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି। ବୟସ ୪୦ପାର୍ କଲେ ଶୋଇବା ସମୟରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ପ୍ରାୟ ୨୦ ମିନିଟ୍ ଅଧିକ ଶୋଇବା ଆବଶ୍ୟକ। ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଶୋଇବା ଜରୁରୀ ।

ଏହାର କାରଣ ହେଉଛି ମହିଳାଙ୍କ ମସ୍ତିଷ୍କ ପୁରଷଙ୍କଠାରୁ ଭିନ୍ନ ଏବଂ ଏହା ତୁଳନାରେ ଅଧିକ ଜଟିଳ। ମହିଳାମାନେ ଅଧିକ କାମ କରନ୍ତି। ସେମାନଙ୍କର ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତା କରେ ତେଣୁ ସେମାନେ ସାମାନ୍ୟ ଅଧିକ ଶୋଇବାର ଆବଶ୍ୟକତା ରହିଛି। ମଧ୍ୟ ବୟସ୍କ ବ୍ୟକ୍ତି ଅତି କମରେ ସାତ ଘଣ୍ଟା ଶୋଇବା ଆବଶ୍ୟକ କରୁଥିବା ବେଳେ ମହିଳାମାନେ ଅତିରିକ୍ତ ୧୧ ମିନିଟ୍ ଶୋଇବା ଆବଶ୍ୟକ ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ମହିଳାମାନଙ୍କର ମୋଟ ଶୋଇବା ସମୟ ଏବଂ ମୋଟ ଜାଗ୍ରତ ସମୟ କମ୍ । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅନିଦ୍ରା ହେବାର ଆଶଙ୍କା ୪୦% ଅଧିକ। ମହିଳାଙ୍କ ନିଦ ହରମୋନାଲ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୁଏ । ମାସିକ ‌ଋତୁସ୍ରାବରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ପରି ହରମୋନରେ ପରିବର୍ତ୍ତନ ଶୋଇବାରେ ବାଧା ସୃଷ୍ଚି କରେ। ଗର୍ଭାବସ୍ଥାରେ, ଶାରୀରିକ ଅସୁବିଧା ସହିତ ହରମୋନ୍ ପରିବର୍ତ୍ତନ ଏହାକୁ ଆହୁରି ବଢାଇଦିଏ।

Sleep
Advertisment
Advertisment