• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ । ଆଶା ଥିଲା, ମେଡିକାଲଟି କାର୍ଯ୍ୟକ୍ଷମ ହେଲେ ମିଳିବ ଉଚ୍ଚମାନର ଚିକିତ୍ସା ସୁବିଧା । ହେଲେ ୨୦୧୭ରୁ ଆରମ୍ଭ ହୋଇଥିବା ନିର୍ମାଣ କାମ ସତେ ଯେପରି ସରିବାର ନାଁ ଧରୁନି ।

କେବେ କାର୍ଯ୍ୟକ୍ଷମ ହେବ ବୁର୍ଲା ଭିମସାରର ସୁପର ସ୍ପେଶାଲିଟି ହସପିଟାଲ? ଏ ପ୍ରଶ୍ନ ସମସ୍ତଙ୍କ ମନରେ । କାରଣ ଯେତେ ଦିନ ଗଡ଼ୁଛି, ସେତେ ପଦ୍ମ ଘୁଂଚି ଘୁଂଚି ଯାଉଛି । ଗତ ୨୦୧୭ ମସିହାରୁ ଏହାର ନିର୍ମାଣ କାମ ଚାଲିଥିବା ବେଳେ ଏବେ ଯାଏଁ ସରିପାରୁନି । ବିଶାଖାପାଟଣାର ଏକ କଂପାନୀ ଏହାର ଦାୟିତ୍ୱ ନେଇଥିବା ବେଳେ ୨୦୧୮ ଅକ୍ଟୋବରରେ କାମ ସରିଯିବା କଥା ।

ମାତ୍ର ଧାର୍ଯ୍ୟ ସମୟର ୬ ବର୍ଷ ବିତି ଯାଇଥିଲେ ବି ପୂର୍ଣ୍ଣାଙ୍ଗ ହୋଇପାରୁନି କାମ । ସେପଟେ ଭୀମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ କହିଛନ୍ତି ନୂଆ ହସପିଟାଲ କାର୍ଯ୍ୟକ୍ଷମ ହେବା ପାଇଁ ଆହୁରି ଅନେକ କାମ ବାକି ଅଛି । ଏହି ସୁପରସ୍ପେଶାଲିଟି ହସପିଟାଲରେ ରହିବ ୯ଟି ବିଭାଗ । ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ।

ଏହି ହସପିଟାଲଟି କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଆଉ ଅନ୍ୟ ଦୂର ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ଆଶା ପ୍ରକାଶ ପାଇଛି । ତେବେ ବର୍ତ୍ତମାନର ଯାହା ସ୍ଥିତି, ଏହା କେବେ କାର୍ଯ୍ୟକ୍ଷମ ହେବ…ତାକୁ ନେଇ ସନ୍ଦେହରେ ସହର ବାସିନ୍ଦା ।