Advertisment

Riverbed Illegal Landfill: ନୂଆନଈ ପଠା ଉପରେ କାହାର ପଡ଼ିଛି ଲୋଲୁପ ଦୃଷ୍ଟି?

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା। ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲକରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ। ହେକ୍ଟର ହେକ୍ଟର ଜମିକୁ ପାଣି ଯୋଗାଉଥିବା କେନାଲକୁ ପୋତି ସେଠାରେ ରିସୋର୍ଟ ନିର୍ମାଣ ହେଉଥିବା ଅଭିଯୋଗକରି ତାତିଲେ ସ୍ଥାନୀୟ ବାସିନ୍ଦା।

author-image
Deviprasad Jena
undefined

ଜବରଦଖଲକାରୀଙ୍କ କବ୍‌ଜାରେ ନଦୀପଠା ।

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା । ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲ କରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ । ପୁରୀ କୋଣାର୍କ ରାସ୍ତାର ବେଲଦଳ ନିକଟରେ ନୂଆନଈ ପଠାରୁ ବେଆଇନ ଭାବେ ମାଟି ଉଠାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଶହ ଶହ ଟ୍ରାକ୍ଟର ମାଟି ଉଠାଇ ନଦୀ ପଠାରୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ସେହି ରାସ୍ତା ଦେଇ ନଦୀର ଅପରପାର୍ଶ୍ବରେ ଥିବା କେନାଲକୁ ପୋତାଚାଲିଛି । ଏକ ରିସୋର୍ଟ ତିଆରି ପାଇଁ ହେକ୍ଟର ହେକ୍ଟର ଜମିକୁ ଜଳସେଚନ କରୁଥିବା କେନାଲକୁ ସଂପୂର୍ଣ୍ଣ ଭାବେ ପୋତି ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଜମି ମାଲିକଙ୍କ ଉଦ୍ଦେଶ୍ୟ ଏବଂ ପରିଚୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଛି । ଆଶଙ୍କା କରାଯାଉଛି ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ନୂଆନଈ ପଠାରୁ ମାଟି ଖୋଳାଯାଉଛି ଓ କେନାଲ୍ ପୋତାଯାଉଛି । ହେଲେ ଚାଞ୍ଚଲ୍ୟକର କଥା ୭ଟି ଟ୍ରାକ୍ଟରରୁ ୬ଟିରେ ନମ୍ବର ପ୍ଲେଟ୍ ନାହିଁ । ଡ୍ରାଇଭରଙ୍କର ବି ଦେଖାଦର୍ଶନ ନାହିଁ । ତେଣୁ କିଏ ଓ କାହିଁକି ଏହି ନମ୍ବର ବିହୀନ ଟ୍ରାକ୍ଟର କାମରେ ଲଗାଇଛି, ତାହା ଜଣା ପଡ଼ିନାହିଁ । ପ୍ରଶ୍ନ ଉଠିଛି, ବେଆଇନ କାରନାମାକୁ ଲୁଚାଇବାକୁ ଏହି ଷଡ଼ଯନ୍ତ୍ର ହୋଇନି ତ?

Advertisment

ନମ୍ବରବିହୀନ ଟ୍ରାକ୍ଟରରେ ମାଟି ଖୋଳାଯିବା ଏବଂ ନଦୀ ପଠାରୁ ମାଟି ଉଠାଇ କେନାଲ୍ ପୋତା ଯିବା ଘଟଣାକୁ ନେଇ ତାତିଲେଣି ବେଲଦଳ ଅଞ୍ଚଳ ବାସିନ୍ଦା । ଆଜି ଘଟଣାସ୍ଥଳରେ ପହଞ୍ଚି ଖୋଲାଖୋଲି ବିରୋଧ ଜାହିର କରିବା ସହ ସେମାନେ ନାରାବାଜି କରୁଥିବା ଦେଖିବାକୁ ମିଳିଛି। ଖବର ପାଇ, ମେରାଇନ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ପୋଲିସ ସେଠାରେ ଥିବା ସମସ୍ତ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିବା ସହ ଘଟଣା ସଂପର୍କରେ ସ୍ଥାନୀୟ RIଙ୍କୁ ମଧ୍ୟ ଅବଗତ କରିଛି । ତେବେ ପ୍ରଶ୍ନ ଉଠୁଛି, ଏତେ ସବୁ କାରନାମା ପରେ ବି କାହିଁକି ନିଦାବିଷ୍ଣୁ ଜଳସେଚନ ଓ ପରିବହନ ବିଭାଗ ? ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳିନଥିବା ବେଳେ, ତମାମ୍ ଘଟଣାର ତଦନ୍ତ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..

Illegal Mining In Odisha Illegal Mining Of Minor Minerals Puri Illegal Sand Mining
Advertisment
Advertisment