Advertisment

ଜେଲରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା : ରାଜ୍ୟର ୮୭ ଜେଲରେ ୮୦୦ରୁ ଅଧିକ ରୋଗୀ

ଜେଲରେ କାହିଁକି ବଢୁଛନ୍ତି ମାନସିକ ରୋଗୀ? କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି କି?

author-image
Prangyan Parimita
ଅଦ୍ୟତନ ହୋଇଛି
undefined

mental disorders increasing

ଓଡ଼ିଶା ଜେଲରେ ବଢୁଛନ୍ତି ମାନସିକ ରୋଗୀ । ଦିନକୁ ଦିନ ରୋଗଗ୍ରସ୍ତ ହେଉଛନ୍ତି କଏଦୀ। ସାରା ଦେଶରେ ଉତ୍ତର ପ୍ରଦେଶ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଗତ ୩ ବର୍ଷ ମଧ୍ୟରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କ ସଂଖ୍ୟା ୬ଶହରୁ ୮ଶହକୁ ଡେଇଁଲାଣି । ଏଭଳି ସ୍ଥିତିରେ କଏଦୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ୩୩ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛି ଜେଲ୍ ବିଭାଗ । ଏମାନେ ଜେଲରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା କରିବେ।...

Advertisment

ବିଭିନ୍ନ ଅପରାଧରେ ଜେଲରେ ସଜା କାଟୁଥିବା କଏଦୀ ଏବେ ରୋଗୀ ପାଲଟିଗଲେଣି। ସେ ପୁଣି ମାନସିକ ରୋଗୀ। ସଂଖ୍ୟା ବଢି ବଢି ଚାଲିଛି। ଜେଲ୍ ଡିଜି ମନୋଜ ଛାବ୍ରାଙ୍କ ସୂଚନା ଅନୁସାରେ, ରାଜ୍ୟର ୮୭ଟି ଜେଲରେ ୮ଶହରୁ ଅଧିକ ମାନସିକ ରୋଗୀ ଅଛନ୍ତି। ମାଲକାନଗିରି ଜେଲରେ ସଂଖ୍ୟା ସବୁଠୁ ଅଧିକ। ତାପଛକୁ ରହିଛି କୋରାପୁଟ ଏବଂ ଜୟପୁର ଜେଲ୍। NCRBର ତଥ୍ୟ ଅନୁସାରେ, ଓଡ଼ିଶା ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ୨୦୧୯ରେ ୬୨୬ ଥିଲା ବେଳେ ୨୦୨୦ରେ ୬୯୬ ଏବଂ ୨୦୨୧ରେ ଥିଲା ୬୯୯। ଚିନ୍ତାର ବିଷୟ ହେଉଛି ଯେ, ଜେଲରେ ଥିବା ମାନସିକ ରୋଗୀ ହାରରେ ଓଡ଼ିଶା ଉତ୍ତର ପ୍ରଦେଶ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି।

ଜେଲରେ କାହିଁକି ବଢୁଛନ୍ତି ମାନସିକ ରୋଗୀ? କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି କି? ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ବର୍ଷ ବର୍ଷ ଧରି ମାମଲାର ଫଇସଲା ନହୋଇପାରିବା କଏଦୀଙ୍କ ମାନସିକ ରୋଗଗ୍ରସ୍ତ ପଛର କାରଣ କି? ଜେଲରେ ଅଧିକ ଦିନ ରହିବା ଯୋଗୁଁ କଏଦୀଙ୍କ ମଧ୍ୟରେ ମାନସିକ ବିକାରଗ୍ରସ୍ତତା ବଢୁଥିବା ମଧ୍ୟ କହିଛନ୍ତି ବିଶେଷଜ୍ଞ।

Advertisment

ଏପଟେ ମାନସିକ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ଅଣ୍ଟା ଭିଡିଛି ଜେଲ୍ ବିଭାଗ। ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩୩ ଜଣ ମାନସିକ ରୋଗ ବିଶେଷଜ୍ଞ । ସାଇକିଆଟ୍ରିକ୍ ସୋସିଆଲ ୱାର୍କର ଏବଂ କ୍ଲିନିକାଲ ସାଇକୋଲୋଜିଷ୍ଟ ଭାବେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଜେଲରେ କଏଦୀଙ୍କ ମାନସିକ ଅବସ୍ଥା ଯାଂଚ କରିବା ସହ ରୋଗୀଙ୍କ ଚିକିତ୍ସା କରିବେ।

ରାଜ୍ୟର ବିଭିନ୍ନ ଜେଲରେ ୮ଶହରୁ ଅଧିକ ମାନସିକ ରୋଗୀ ଥିବା ବେଳେ ପୂର୍ବରୁ ମାତ୍ର ୪ଟି ମାନସିକ ରୋଗ ବିଶେଷଜ୍ଞ ପଦବି ରହିଥିଲା। ତାଭିତରୁ କେବଳ ଗୋଟିଏ ପଦବୀ ପୂରଣ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ହସପିଟାଲରେ ନିଯୁକ୍ତ ଡାକ୍ତର ଜେଲକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଥିଲେ।

Mental Illness
Advertisment
Advertisment