• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱିମିଂ ବା ପହଁରା । ସ୍ୱିମିଂ ଏମିତି ଏକ ଆକ୍ଟିଭିଟି ଯେଉଁଥିରେ ଅଧିକରୁ ଅଧିକ ଷ୍ଟାମିନା ଆବଶ୍ୟକ ହୋଇଥାଏ । ଏଥିପାଇଁ ଗୋଡ଼ ହାତ ଅଧିକ କାମ କରିଥାଏ । ଯିଏ ଅଧିକ ସମୟ ନିଜର ରାହା ରଖି ପାରିବ, ସେ ହିଁ ଅଧିକ ସମୟ ପର୍ଯ୍ୟନ୍ତ ସ୍ୱିମିଂ କରିପାରିବ । ବିନା ହାତ ଗୋଡ଼ରେ ବ୍ୟବହାର କରି ମଧ୍ୟ କିଛି ଲୋକ ନଦୀରେ ଦିର୍ଘ ସମୟ ପର୍ଯ୍ୟନ୍ତ ପାଣି ଉପରେ ଶୋଇ ପାରନ୍ତି । ଏଭଳି ଅନେକ ଉଦାହରଣ ଆମେ ଇଣ୍ଟରନେଟ୍‌ରେ ଦେଖିପାରିବା । ହେଲେ କେବେ ଶୁଣିଛନ୍ତି କି ହାତ ବ୍ୟବହାର ନକରି ପାଣିରେ ପହଁରି ପହଁରି ଲମ୍ବା ରାସ୍ତା ଅତିକ୍ରମ କରିବା । ଯଦି ଜାଣି ନାହାନ୍ତି ତେବେ ଆଜି ଜାଣନ୍ତୁ...

ଦେଖନ୍ତୁ ଭିଡିଓ | ଝିଅ ଏଯାଏ ସ୍କୁଲ ଯାଇନି.. ରେକର୍ଡ ପରେ ରେକର୍ଡ କଲାଣି..

ଆମେ ଆଜି ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବୁ, ତାହା ଜାଣିବା ପରେ ଆପଣ ତାଙ୍କୁ ସାବାସ ନକହି ରହିପାରିବେ ନାହିଁ । ସେ ଯେଉଁ କାରନାମା କରି ଦେଖାଇଛନ୍ତି ତାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ହେଉଛନ୍ତି ଇଜିପ୍ଟର ଜଣେ ସନ୍ତରଣକାରୀ । ହାତରେ ହାତକଡ଼ି ପକାଇ ସେ ଗଭୀର ଜଳରାଶିକୁ ଲମ୍ପ ମାରିଥିଲେ । ଆଉ ସନ୍ତରଣରେ ହାତ ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁସାରେ ପୂର୍ବରୁ ସେହାବ୍‌ ଆଲମ୍ ନାମକ ଏହି ସନ୍ତରଣକାରୀ ହାତରେ ହାତକଡ଼ି ପକାଇ ୭.୨୩୮ ମାଇଲ (୧୧.୬୪୯ କିଲୋମିଟର) ପହଁରି ରେକର୍ଡ ନିଜ ନାଁରେ ରଖିଛନ୍ତି । ଏହି ରାସ୍ତା ଅତିକ୍ରମ ପାଇଁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା । ଏଥର ମଧ୍ୟ ସେମିତି କିଛି ରେକର୍ଡ କରି ଦ୍ୱିତୀୟ ଥର ପାଇଁ ସେ ନିଜର ବେଷ୍ଟ ପ୍ରଦର୍ଶନ କରିଛନ୍ତି ।

ହାତରେ ହାତକଡ଼ି ପକାଇ ଯେତେବେଳେ ଗଭୀର ସମୁଦ୍ର ଜଳ ରାଶିକୁ ସେ ଲମ୍ପ ପ୍ରଦାନ କଲେ, ସେତେବେଳେ ସେ ଏକ ନିୟମ କରିଥିଲେ । ପହଁରିବା ସମୟରେ ସେ ସପୋର୍ଟିଂ ବୋଟ୍‌ର ସାହାଯ୍ୟ ନେବେ ନାହିଁ । ବିନା କୌଣସି ସାହାଯ୍ୟ ସହଯୋଗରେ ହାତରେ ହାତକଡ଼ି ପକାଇ ସେ ଏତେ ଦୂର ସନ୍ତରଣ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । ଏହାସହ ସେ ନିଜ ଦେଶ ପାଇଁ ଗର୍ବ ଆଣିଛନ୍ତି । ଆଉ ନିଜକୁ ଏକ ରିଅଲ ହିରୋ ଭାବେ ପରିଚିତ କରିଛନ୍ତି ।

ଅନ୍ୟପଟେ ଏକ ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଛନ୍ତି, ଏବେ ସୁଦ୍ଧା ତାଙ୍କର ଲକ୍ଷ୍ୟ ପୁରଣ ହୋଇନାହିଁ ।