• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲଟେରୀ ପଡ଼ିଲା ବର ବଛା ହେଲା । କଥାଟି ଅଡ଼ୁଆ ଲାଗିଲେ ବି ପୁରାପୁରି ସତ । ୟୁପି ଆମ୍ବେଦକର ନଗରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହକୁ ନେଇ ଗାଁରେ ପଞ୍ଚାୟତ ବସିଛି । ପଞ୍ଚାୟତରେ ଏଭଳି କିଛି ନିଆରା ଫଇସଲା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ବର ବେଦିରୁ ଫେରାର୍‌ ହେଇଯାଉଛି ତ କେତେବେଳେ କନିଆ । ଏଠି କିନ୍ତୁ ଝିଅଟି ଜଣଙ୍କ ସହ ନୁହଁ ବରଂ ଚାରି ଚାରୋଟି ପୁଅଙ୍କ ସହ ଫେରାର୍‌ ହୋଇଯାଇଛି ।

ୟୁପିର କୋତୱାଲି ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପାଞ୍ଚ ଦିନ ତଳେ ଗୋଟେ ଝିଅ ୪ ଜଣ ଯୁବକଙ୍କ ସହ ଘରୁ ପଳାଇଥିଲେ । ଚାରି ଜଣଙ୍କ ମଧ୍ୟରୁ ଜଣେ ଝିଅକୁ ନିଜ ସମ୍ପର୍କୀୟ ଘରେ ଲୁଚାଇ ରଖିଥିଲା । ହେଲେ ଦୁର୍ଭାଗ୍ୟର କଥା ଯେ ସେମାନେ ସବୁ ଧରା ପଡ଼ିଯାଇଥିଲେ । ଝିଅର ଘରଲୋକ ୪ ଜଣ ପୁଅଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ କହିବାରୁ ପଞ୍ଚାୟତ ପକ୍ଷରୁ ଏହି ମାମଲାର ସମାଧାନ କରାଯିବାର ନିଷ୍ପତ୍ତି ନିଆଗଲା । ତେବେ ପଞ୍ଚାୟତର ଫଇସଲା କିଛି ନିଆରା ରୂପରେ ନିଆଗଲା । ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ‘ଆଉ ବାହା ହେବିନି ! ୮ଜଣ ସ୍ତ୍ରୀ ରକ୍ତ ଶୋଷି ସାରିଲେଣି, ଏଣିକି ବୃଦ୍ଧାଶ୍ରମରେ ଦିନ କାଟିବି’

ଘରୁ ପଳାଇଥିବା ଯୁବତୀଙ୍କୁ ନିଜ ମତାମତ ପଚାରିବାରୁ ସେ କାହାକୁ ବାହା ହେବେ ତାହା କହିପାରିଲେ ନାହିଁ । ଏମିତିକି ଚାରି ଜଣ ପୁଅ ମଧ୍ୟ ଯୁବତୀଙ୍କୁ ବିବାହ କରିବା ପାଇଁ ରାଜି ହେଲେ ନାହିଁ । ଶେଷରେ ପଞ୍ଚାୟତ ଲଟେରୀ ମାଧ୍ୟମରେ ପୁଅ ବଛା ଯିବ ବୋଲି ନିଷ୍ପତ୍ତି ନେଲେ । ଅର୍ଥାତ ଲଟେରୀରେ ଯେଉଁ ପୁଅ ନାଁ ବାହାରିବ, ସେ ଯୁବତୀଙ୍କୁ ବିବାହ କରିବ ।

ତେବେ ଗାଁର ସମସ୍ତ ଲୋକଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଗଲା । ଲଟେରୀ ବକ୍ସରୁ ଜଣେ ଯୁବକଙ୍କୁ ବଛା ଯାଇ ଯୁବତୀଙ୍କ ସହ ବିବାହ କରାଗଲା । ତେବେ ଏଭଳି ବିବାହ ବୋଧ ହୁଏ ଆପଣମାନେ ପୂର୍ବରୁ କେବେ ଦେଖିନଥିବେ । ବିବାହ ବର କନ୍ୟାଙ୍କ ନିଷ୍ପତ୍ତିରେ ହୁଏ, କିନ୍ତୁ ଏଠି ଲଟେରୀ ବର କନ୍ୟାଙ୍କ ଭାଗ୍ୟ ସ୍ଥିର କରିଛି । ଏହି ବିବାହ ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।