• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତ୍ୟେକ ଘରେ ଭାଇ-ଭଉଣୀ ଯଦି ଅଳ୍ପ ବଡ଼ ସାନ ହୋଇଥାନ୍ତି ତେବେ କଳି ଲାଗିବା ପ୍ରାୟ ନିଶ୍ଚିତ । ଛୋଟ ଛୋଟ କଥାରେ ଏହି ଭାଇ ଭଉଣୀ ମାନେ କଳି ଲାଗିଥାନ୍ତି । କଳି ଲାଗିବା ପରେ କିଏ କାହାକୁ ଚାପୁଡ଼ା ମାରିଲାଣି ତ କିଏ କାହାକୁ ବିଧା ମାରୁଥିବା ଦେଖାଯାଇଥାଏ । ଆଉ କିଏ କାହାକୁ ନଖରେ ରାମ୍ପୁଡ଼ି ଥାଏ ତ କିଏ କାହାକୁ କାମୁଡ଼ି ଥାଏ ।

ତେବେ ଆଜି ଆମେ ଏମିତି ଭାଇ-ଭଉଣୀଙ୍କ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୋପାଲ ଭିଣ୍ଡ ଜିଲ୍ଲାରେ ରହୁଥିବା ଭାଇ-ଭଉଣୀ କଳି ଲାଗିଲେ । ଆଉ ତାଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହେଲା । ଯାହା ସୂଚନା ରହିଛି ମୋବାଇଲ ଫୋନ୍‌କୁ ନେଇ ସେମାନେ ଝଗଡ଼ା ଲାଗୁଥିଲେ । ହେଲେ ଏହି ଝଗଡ଼ା ଏମିତି ମୋଡ଼ ନେଲା ଯେ ଶେଷରେ ଭଉଣୀଟି ଏକ ଚାଇନିଜ୍‌ ମୋବାଇଲକୁ ଗିଳିଦେଲା । ଆଉ ଏହି ଘଟଣା ପରିବାର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲା । 

ଅଧିକ ପଢ଼ନ୍ତୁ: ମୋବାଇଲ୍‌ ଭାଙ୍ଗୁଛି ସମ୍ପର୍କ, ସ୍ମାର୍ଟଫୋନ୍‌ ପାଇଁ ସ୍ୱାମୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ସ୍ତ୍ରୀ

ଝିଅ ମୋବାଇଲ୍‌ଟି ଗିଳିଦେବା ପରେ ବାନ୍ତି କଲା, ତାର ପେଟକୁ କଷ୍ଟ ହେଲା, କିଛି ସମୟ ପାଇଁ ସେ କଥା କହିପାରିଲା ନାହିଁ । ଏମିତିକି ନିସ୍ତେଜ ହୋଇ ପଡ଼ିଗଲା । ଝିଅର ଏଭଳି ସ୍ଥିତି ଦେଖି ପରିବାର ଲୋକ ହତବାକ୍ ହୋଇଗଲା । କିଛି ସମୟ ପାଇଁ କ’ଣ କରିବେ କିଛି ବୁଝି ପାରିଲେ ନାହିଁ । ତାପରେ ତୁରନ୍ତି ଝିଅକୁ ନେଇ ନିକଟସ୍ଥ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ଡାକ୍ତରଖାନାରେ ଜରୁରୀକାଳିନ ପରିସ୍ଥିତିରେ ଝିଅର ସର୍ଜରୀ କରାଗଲା । ଆଉ ମୋବାଇଲକୁ ପେଟ ଭିତରୁ ସୁରକ୍ଷିତ ବାହାର କରାଗଲା । ଯେମିତି ଝିଅର କୌଣସି କ୍ଷତି ନହୁଏ, ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଗଲା ।

ଏହି ଅପରେସନ୍‌ ଖୁବ୍‌ ସମ୍ବେଦନଶୀଳ ଥିଲା । ଯଦି କିଛି ବି ଏପଟ ସେପଟ ହୋଇଥାନ୍ତା ଝିଅର ଜୀବନ ପ୍ରତି ବିପଦ ମାଡ଼ି ଆସିଥାନ୍ତା । ତେବେ ଅପରେସନ୍‌ ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତର କହିଛନ୍ତି । କିଛି ଦିନ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । ଏଭଳି ଅପରେସନ କରି ମୋବାଇଲ୍ କାଢ଼ିବା ତାଙ୍କ ଜୀବନରେ ପ୍ରଥମ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି। ତେବେ ଏଠାରେ ବାପା-ମାଆଙ୍କୁ ସବୁବେଳେ ପିଲାଙ୍କ ଉପରେ ନଜର ରଖିବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି ।