Advertisment

ରଶ୍ମିତାଙ୍କ ସଂଘର୍ଷର କାହାଣୀ; ଯୌତୁକ ଜୁଇରେ ଜଳିବା ପରେ IAS ପାଇଁ ହସ୍ପିଟାଲ ବେଡ୍‌ରୁ ଦେଖୁଛନ୍ତି ସ୍ୱପ୍ନ

ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Rashmita Panigrahi

ହସହସ ଚେହେରା ଭିତରେ ଦିନେ ଗୋଟେ ସ୍ୱପ୍ନ ଥିଲା । BSC ପାସ୍ କରି ସାରିଲା ପରେ ୟୁପିଏସସି ପରୀକ୍ଷା ଦେବେ । ଆଉ ଆଇଏଏସ୍ ଅଫିସର ହୋଇ ବାପା ମାଆଙ୍କ ନାଁ ରଖିବେ । ଏମିତି ସ୍ୱପ୍ନ ଦେଖିଥିବା ଏଇ ଉଚ୍ଚଶିକ୍ଷିତା ଯୁବତୀ ଜଣକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ । ସୁଖ ସଂସାରର ସ୍ୱପ୍ନ ନେଇ ସାତ ଜନମର ସାଥୀ ହେବାକୁ ଯାହା ହାତ ଧରିଥିଲେ ସାମାନ୍ୟ କେଇଟା ଟଙ୍କା ପାଇଁ ସିଏ ଜହ୍ଲାଦ ପାଲଟିଯିବା ପରର ରଶ୍ମିତା ଏବେ ହସପିଟାଲରେ ।

Advertisment

ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ । ତେବେ ଯୌତୁକ ଦାନବମାନେ ତାଙ୍କ ଦେହରେ ନିଆଁ ଲଗାଇ ଶରୀରର ୬୦ରୁ ୭୦ ଭାଗ ପୋଡ଼ି ଦେଲେ ସିନା ମନୋବଳକୁ କିନ୍ତୁ ମାରି ପାଲିଲାନେ । ଶରୀରକୁ ବିକୃତ କରିଦେଲେ ସିନା, ରଶ୍ମିତାଙ୍କ ମନକୁ ଅସୁନ୍ଦର କରିପାରିଲେନି... ସ୍ୱପ୍ନକୁ ମାରି ପାରିଲେନି ।

ତେଣୁ ଟିକେ ସୁସ୍ଥ ହେଉ ହେଉ ଆଇଏସ ସ୍ୱପ୍ନ ପୂରା ପାଇଁ ସେଇ ହସ୍ପିଟାଲ୍ ବେଡରୁ ଅହରହ ପଢାରେ ବ୍ୟସ୍ତ ଅଛନ୍ତି ରଶ୍ମିତା । ନିଜେ ଲେଖି ପାରୁ ନଥିଲେ ବି ଗତ ମେ ମାସରେ ହୋଇଥିବା UPSC ପ୍ରିଲମ୍ ପରୀକ୍ଷା ଦେଇଛନ୍ତି । ଅଳ୍ପ କେଇଟା ମାର୍କ ସକାଶେ ପ୍ରିଲିମ୍ କ୍ଲିୟର କରି ପାରି ନାହାନ୍ତି ସିନା ଆଶା ରଖିଛନ୍ତି ଆରଥରକୁ ସେ ପୁଣି ପରୀକ୍ଷା ଦେବେ, ସେତେବେଳେ ନିଜ ହାତରେ ନିଜେ ଲେଖିବେ ।

Advertisment

ରଶ୍ମିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଶ୍ୱଶୁର ଘର ଲୋକେ ଗତବର୍ଷ ଅକ୍ଟୋବର ୨୮ରେ କିରୋସିନ୍ ପକାଇ ତାଙ୍କ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଯେଉଁଥି ପାଇଁ ଆଜି ରଶ୍ମିତାଙ୍କ ଜୀବନ, ଯନ୍ତ୍ରଣାରେ ପରିଣତ ହୋଇଯାଇଛି । ତଥାପି ରଶ୍ମିତାଙ୍କ ଜିଦ୍, ଯେଉଁ ଯୌତୁକ ପାଇଁ ତାଙ୍କୁ ଏତେ ଦଶା ଭୋଗିବାକୁ ପଡ଼ିଛି, ଆଇଏଏସ୍ ହେଲା ପରେ ସମାଜରୁ ଏ କୁତ୍ସିତ ପ୍ରଥା ପଦଳାଇବାକୁ ସେ ପ୍ରୟାସ ଜାରି ରଖିବେ । ସେପଟେ ଯୌତୁକ ଜୁଇରେ ରଶ୍ମିତାଙ୍କୁ ପୋଡ଼ି ମାରିବା ଉଦ୍ୟମ ଅଭିଯୋଗରେ ଏବେ ବି ସ୍ୱାମୀ ରାମଚନ୍ଦ୍ର ପାଢ଼ୀ ଜେଲରେ ଥିବା ବେଲେ, ଦେଢଶୁର ଗିରିଧାରୀ ଏବେ ବେଲରେ ଅଛନ୍ତି ।

IAS
Advertisment
Advertisment