Advertisment

77th Bhubaneswar Foundation Day Celebrations: ଭୁବନେଶ୍ୱର ପାଳୁଛି ୭୭ତମ ଜନ୍ମଦିନ, ସମୟ ସହ ବୃଦ୍ଧି ପାଇଛି କଳେବର

ଆଜି ଭୁବନେଶ୍ବର ତାର ୭୭ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

author-image
Santosh Kumar Sahoo
ଜନ୍ମଦିନ ପାଳୁଛି ଭୁବନେଶ୍ୱର

ଜନ୍ମଦିନ ପାଳୁଛି ଭୁବନେଶ୍ୱର

ଆଜି ରାଜ୍ୟ ରାଜଧାନୀର ଜନ୍ମଦିନ । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର ।

Advertisment

ଅଧିକ ପଢ଼ନ୍ତୁ: ବିଲଡରଙ୍କୁ ଓରେରାର ବଡ଼ ଛାଟ; ମହଙ୍ଗା ପଡ଼ିଲା ରେଲୱେ ଜମିରେ ରାସ୍ତା କରିବା...

ଆଜି ଭୁବନେଶ୍ବର ତାର ୭୭ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ସଂଧ୍ୟାରେ ଉତ୍କଳ ମଣ୍ଡପରେ ଅଧିବେଶନ ରହିଛି । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ଅଧିକାରୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ।

Advertisment
Bhubaneswar Odisha Foundation Day
Advertisment
Advertisment