Advertisment

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତିନି ଦିନ ରହିବେ

ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
President Droupadi Murmu Odisha Visit

President Droupadi Murmu

ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରେ ରାଜଭବନ ଅଭିମୁଖେ ବାହାରିଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ତଥା ଜଳପାନ କରିବାର ବ୍ୟବସ୍ଥା ରହିଛି । 

Advertisment

ପରେ ବନ୍ଧନ ପରିବାର ସଦସ୍ୟଙ୍କୁ ଭେଟିବେ ରାଷ୍ଟ୍ରପତି । ତାପରେ ରାଜଭବନରେ ଭିଭିଆଇପିଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବ୍ଲକ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ରାଜଭବନରେ ହିଁ ସେ ରାତ୍ରି ଭୋଜନ କରିବାର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ । 

ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କାଲି କଟକରେ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ ରାଷ୍ଟ୍ରପତି । ଏଥିସହ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବାର୍ଷିକ ଉତ୍ସବ ଏବଂ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏଥିପାଇଁ ସଜେଇ ହୋଇଛି ପୁରା କଟକ ସହର।

Advertisment

କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ପରେ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବେ । ସେହିପରି ୨୭ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ ।

President Of India Droupadi Murmu
Advertisment
Advertisment