Advertisment

National Epilepsy Day 2024: ସାଂଘାତିକ ହୋଇପାରେ ଅପସ୍ମାର; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଅପସ୍ମାର ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷ୍ମଣ କିପରି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
national epilepsy day reason and symptoms of epilepsy

national epilepsy day reason and symptoms of epilepsy

ଅପସ୍ମାର ବା ମୂର୍ଚ୍ଛା ହେଉଛି ଏମିତି ଏକ ରୋଗ ଯାହା ଯେକୌଣସି ସମୟରେ କାହାକୁ ବି ପ୍ରଭାବିତ କରିପାରେ। ସାଧାରଣତଃ ଶିଶୁ ଏବଂ ଯୁବକମାନେ ଏହି ରୋଗରେ ଅଧିକ ଅସୁରକ୍ଷିତ ହୋଇଥାନ୍ତି। ଏହା ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ।

Advertisment

ଏହି ରୋଗକୁ ଔଷଧ ମାଧ୍ୟମରେ ବହୁ ପରିମାଣରେ ନିୟନ୍ତ୍ରିତ କରାଯାଇପାରେ। ଅପସ୍ମାର ଆକ୍ରାନ୍ତ ବେଳେବେଳେ ଦିନରେ ଅନେକ ଥର କିମ୍ବା ବର୍ଷକୁ ମାତ୍ର କିଛି ଥର ହୋଇପାରେ। ଏହି ସମୟ ମଧ୍ୟରେ ବ୍ୟକ୍ତି ପଡିଯାଇପାରେ କିମ୍ବା ଆଘାତ ପାଇପାରେ। ବିଶେଷକରି ଯେତେବେଳେ ସେ ଗାଡି ଚଳାଉଥିବେ କିମ୍ବା ଗାଧୋଉଥିବେ, ଏହା ସେମାନଙ୍କ ପାଇଁ ବିପଦ ହୋଇପାରେ।

ଅପସ୍ମାର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୭ ନଭେମ୍ବରରେ ‘ଜାତୀୟ ଅପସ୍ମାର ଦିବସ’ ପାଳନ କରାଯାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷଣ କିପରି ଆସନ୍ତୁ ଜାଣିବା।

Advertisment

ହଠାତ୍ ଝଟ୍‌କା:

ଅପସ୍ମାର ଏପରି ଏକ ଅବସ୍ଥା ଯାହା ଦ୍ୱାରା ଜଣେ ବ୍ୟକ୍ତି ଚେତାଶୂନ୍ୟ ହୋଇପାରେ ଏବଂ ଶରୀରରେ ହଠାତ୍ ଝଟ୍‌କା ଆସିପାରେ। ଏହା ଦ୍ୱାରା ଆଖି ବଡ ବଡ ହେଇଯିବା, ଶରୀରର କଠିନ ହେବା ସହ ବ୍ୟକ୍ତି ମଧ୍ୟ ପଡ଼ିପାରେ। ବେଳେବେଳେ ପରିସ୍ରା ହୋଇଯାଏ ଏବଂ ଏହା କିଛି ସମୟ ପର୍ଯ୍ୟନ୍ତ ଚାଲିପାରେ। ଏହା ପରେ, ବ୍ୟକ୍ତିର ମୁଣ୍ଡବ୍ୟଥା ଏବଂ ଶରୀରରେ ଯନ୍ତ୍ରଣା ହୁଏ।

ଅପସ୍ମାରର କାରଣ:

ଅପସ୍ମାରର ଅନେକ କାରଣ ଭିତରେ ଅତୀତର ମୁଣ୍ଡରେ ଆଘାତ, ମସ୍ତିଷ୍କ ସଂକ୍ରମଣ କିମ୍ବା ଟ୍ୟୁମର୍ ଆଦି ରହିଛି। ବେଳେବେଳେ ମସ୍ତିଷ୍କରେ କୌଣସି ଦେଖାଯିବା ଭଳି ସମସ୍ୟା ନଥାଏ, ତଥାପି ଏହା ଆକ୍ରାନ୍ତ ହୋଇପାରେ। ଅପସ୍ମାର ହେଉଛି ସ୍ନାୟୁ ପ୍ରଣାଳୀ ସହିତ ଜଡିତ ଏକ ରୋଗ, ଯାହା ସାଧାରଣତଃ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତି ସ୍ନାୟୁ କୋଷଗୁଡ଼ିକର କାର୍ଯ୍ୟକଳାପରେ ବାଧା ଯୋଗୁଁ ଏଥିରେ ପୀଡିତ ହୁଏ।

ସ୍ମୃତିକୁ ପ୍ରଭାବିତ କରିଥାଏ:

ବିଶେଷଜ୍ଞଙ୍କ ମତରେ ବାରମ୍ବାର ଅପସ୍ମାର ଯୋଗୁଁ ବ୍ୟକ୍ତିର ସ୍ମୃତି ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଜଣେ ବ୍ୟକ୍ତି ଅପସ୍ମାରରେ ମଧ୍ୟ ସାଧାରଣ ଜୀବନ ବିତାଇ ପାରେ। କିନ୍ତୁ ଏହା ଅପସ୍ମାରର କାରଣ ଉପରେ ନିର୍ଭର କରେ। କେତେକ ପ୍ରକାରର ଅପସ୍ମାରକୁ ଔଷଧ ଦ୍ୱାରା ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏପରି ପରିସ୍ଥିତିରେ, ବ୍ୟକ୍ତିଙ୍କୁ କିଛି ଦିନ ପାଇଁ ଔଷଧ ସେବନ କରିବାକୁ ପଡେ, କିନ୍ତୁ ପରେ ସେ ବିନା ଅପସ୍ମାରରେ ଦୀର୍ଘ ଜୀବନ ବଞ୍ଚିପାରନ୍ତି।

ସାଧାରଣ ଜୀବନ ମଧ୍ୟ ବଞ୍ଚିପାରନ୍ତି:

ଏଥି ସହିତ, ଯେଉଁମାନେ ସାରା ଜୀବନ ପାଇଁ ଔଷଧ ସେବନ କରିବାକୁ ପଡେ, ସେମାନେ ମଧ୍ୟ ଅପସ୍ମାରରୁ ମୁକ୍ତ ହୋଇ ସାଧାରଣ ଜୀବନଯାପନ କରିପାରନ୍ତି। କିନ୍ତୁ, ଯଦି ମସ୍ତିଷ୍କରେ ଏକ ବଡ଼ ଆଘାତ କିମ୍ବା ରୋଗର ସମ୍ମୁଖିନ ହେବାକୁ ପଡେ, ତେବେ ଅପସ୍ମାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ ଏବଂ ବ୍ୟକ୍ତି ବିଭିନ୍ନ ପ୍ରକାରର ଔଷଧ ଆବଶ୍ୟକ କରିପାରନ୍ତି।

ଅପସ୍ମାରର ଲକ୍ଷଣ:

  • ହଠାତ୍ ପଡିଯିବା
  • କୌଣସି କଥା ବିନା ରାଗିଯିବା
  • କିଛି ମନେ ନ ରହିବା
  • ଶରୀରରେ ଫୋଡିହେବା ଭଳି ସେନ୍ସେସ୍
  • ମୁହଁ ଓ ବେକରେ ଝଟ୍‌କା
  • ବାରମ୍ବାର ବେହୋସ ହେବା

ଅପସ୍ମାର ହେବାର ଆଶଙ୍କା:

  • ମାତ୍ରାଧିକ ଔଷଧ ସେବନ
  • ଚାପ ଏବଂ ଜ୍ୱର
  • ଔଷଧର ପାର୍ଶ୍ୱ ପ୍ରତିକ୍ରିୟା
  • ନିଦ୍ରା ଅଭାବ
  • ଅତ୍ୟଧିକ କଫି ପିଇବା
  • ମଦ୍ୟପାନ
  • ବହୁତ କମ୍ ରକ୍ତ ଶର୍କରା

ଅପସ୍ମାର ପାଇଁ ଯୋଗାସନ:

ଏମିତି କିଛି ଯୋଗାସନ ରହିଛି ଯାହାକୁ ଜଣେ ବ୍ୟକ୍ତି ଦୈନନ୍ଦିନ ଅଭ୍ୟାସ କରିବା ଦ୍ୱାରା ଅପସ୍ମାର ରୋଗକୁ ନିୟନ୍ତ୍ରଣ କରାଯାଇପାରେ। ଆସନ୍ତୁ ସେହିସବୁ ଯୋଗାସନ ଜାଣିବା।

  • ଉତ୍ତାନାସନ
  • ସର୍ବାଙ୍ଗାସନ
  • ମତ୍ସ୍ୟାସନ
  • ହଳାସନ
  • ବାଳାସନ
  • ଶଶକାସନ
  • ପଶ୍ଚିମୋତ୍ତାନାସନ
  • ମଳାସନ
  • ବୃକ୍ଷାସନ
  • ଶବାସନ
  • ଅନୁଲୋମ-ବିଲୋମ ପ୍ରାଣାୟାମ
Epilepsy
Advertisment
Advertisment