Advertisment

Cash Withdrawal: ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା, ଦେବାକୁ ପଡ଼ିବ ଅଧିକ ଚାର୍ଜ

ଯେଉଁ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅଧିକ ଥିବ, ଗ୍ରାହକମାନେ ସେହି ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସିଧାସଳଖ ପ୍ରଭାବ ଛୋଟ ବ୍ୟାଙ୍କ ଉପରେ ପଡ଼ିବ ଏବଂ ସେମାନଙ୍କ ଗ୍ରାହକ ସଂଖ୍ୟା କମିବ। ତେବେ ଅତ୍ୟଧିକ ଶୁଳ୍କ ଏଡାଇବା ପାଇଁ, ଯେଉଁମାନେ ବାରମ୍ବାର ATM ବ୍ୟବହାର କରୁଛନ୍ତି, ସେମାନେ ନିଜ ବ୍ୟାଙ୍କର ATM ବ୍ୟବହାର କରିପାରିବେ ଅଥବା ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମଧ୍ୟ ଗ୍ରହଣ କରିପାରିବେ।

author-image
Prasan Subudhi
ATM ଉଠାଣ ନିୟମ

ATM ଉଠାଣ ନିୟମ

ମଇ ୧ରୁ ଏଟିଏମ୍ ବ୍ୟବହାର ପାଇଁ ଶୁଳ୍କ ବୃଦ୍ଧି ପାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ATM ବିନିମୟ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛି। ନଗଦ ଉଠାଣ ପାଇଁ ଚାର୍ଜ ୧୭ ଟଙ୍କାରୁ ୧୯ ଟଙ୍କାକୁ ବୃଦ୍ଧି ପାଇବ ଏବଂ ଆକାଉଣ୍ଟ ବାଲାନ୍ସ ଯାଞ୍ଚ ପାଇଁ ଚାର୍ଜ ୬ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ପାଇବ। ଯଦି ଆପଣ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ATMରୁ ଟଙ୍କା ଉଠାଇବେ କିମ୍ବା ବାଲାନ୍ସ ଯାଞ୍ଚ କରିବେ, ତେବେ ଆପଣଙ୍କୁ ଏହି ବର୍ଦ୍ଧିତ ଶୁଳ୍କ ଦେବାକୁ ପଡିବ।

Advertisment

ଯେତେବେଳେ ଆପଣ ମାସେ ପାଇଁ ଦିଆଯାଇଥିବା ମାଗଣା ସୀମା ସମାପ୍ତ କରିବେ ଏହି ଶୁଳ୍କଗୁଡ଼ିକ ଲାଗୁହେବ। ମେଟ୍ରୋ ସିଟି ପାଇଁ ପାଞ୍ଚଟି ମାଗଣା ଟ୍ରାଞ୍ଜାକ୍ସନ୍ ଏବଂ ଅଣ-ମେଟ୍ରୋ ସିଟି ପାଇଁ ତିନୋଟି ମାଗଣା ଟ୍ରାଞ୍ଜାକ୍ସନ୍ ଉପଲବ୍ଧ ହେବ। ଏହାପରେ ଗ୍ରାହକଙ୍କୁ ବର୍ଦ୍ଧିତ ଶୁକ୍ଳ ଦେବାକୁ ପଡ଼ିବ ।

ତେବେ ଏ ଚାର୍ଜ ବୃଦ୍ଧି ଯୋଗୁଁ ଛୋଟ ବ୍ୟାଙ୍କଗୁଡ଼ିକ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। କାରଣ ହେଉଛି ସେମାନଙ୍କର ସୀମିତ ଏଟିଏମ୍ ନେଟୱାର୍କ ଯୋଗୁଁ ସେମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ ଉପରେ ଅଧିକ ନିର୍ଭରଶୀଳ।  ଏହି ଏକ୍ସଚେଞ୍ଜ ଫି ବୃଦ୍ଧି ସିଧାସଳଖ ଗ୍ରାହକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।

Advertisment

ଫଳରେ ଯେଉଁ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅଧିକ ଥିବ, ଗ୍ରାହକମାନେ ସେହି ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସିଧାସଳଖ ପ୍ରଭାବ ଛୋଟ ବ୍ୟାଙ୍କ ଉପରେ ପଡ଼ିବ ଏବଂ ସେମାନଙ୍କ ଗ୍ରାହକ ସଂଖ୍ୟା କମିବ। ତେବେ ଅତ୍ୟଧିକ ଶୁଳ୍କ ଏଡାଇବା ପାଇଁ, ଯେଉଁମାନେ ବାରମ୍ବାର ATM ବ୍ୟବହାର କରୁଛନ୍ତି, ସେମାନେ ନିଜ ବ୍ୟାଙ୍କର ATM ବ୍ୟବହାର କରିପାରିବେ ଅଥବା ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମଧ୍ୟ ଗ୍ରହଣ କରିପାରିବେ।

RBI State Bank Of India Cash Payment Cases Withdrawl
Advertisment
Advertisment