• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ତାଙ୍କର ରୋହମାନ ଶାଲଙ୍କ ସହ ବ୍ରେକଅପ୍ ହୋଇଛି। ଏହାର ଖବର ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଦେଇଥିଲେ। ଏବେ ଆଲୋଚନା ହେଇଛି ଯେ ସୁସ୍ମିତା ସେନ୍ ବର୍ତ୍ତମାନ ଆଉ ଏକ ସନ୍ତାନର ମା’ ହୋଇଛନ୍ତି। ପୂର୍ବରୁ ସେ ଦୁଇ ପିଲାଙ୍କୁ କୋଳେଇ ନେଇଥିବା ବେଳେ ଏହା ତାଙ୍କର ତୃତୀୟ ସନ୍ତାନ। ସୁସ୍ମିତା ସେନ୍‌ଙ୍କ ଝଅ ରେନୀ ସେନ୍ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ କୋଳରେ ଏକ ଛୋଟ ପିଲାକୁ ଖେଳଉଥିବା ନଜର ଆସିଛନ୍ତି।

ଏହି କୁନି ପିଲାଟି ସହିତ ରେନୀଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହାକୁ ଦେଖି ପ୍ରାୟ ସବୁ ପ୍ରଶଂସକ ଭାବୁଛନ୍ତି ଯେ ସୁସ୍ମିତା ସେନ୍ ବୋଧେ ଅନ୍ୟ ଏକ ସନ୍ତାନ ଗ୍ରହଣ କରିନେଇଛନ୍ତି। ତେବେ ପ୍ରକୃତ କଥା ହେଉଛି ରେନୀଙ୍କ କୋଳରେ ଥିବା ଏହି ପିଲାଟି ଆଉ କେହି ନୁହେଁ, ସେ ହେଉଛି ତାଙ୍କ ମାମୁ-ମାଇଁ ରାଜୀବ ସେନ୍ ଏବଂ ଚାରୁ ଆସୋପାଙ୍କ ଝିଅ ଜିୟାନା।

ରାଜୀବ ସେନ୍ ଓ ଚାରୁ ଆସୋପା କିଛି ମାସ ପୂର୍ବରୁ ସେମାନଙ୍କର ପ୍ରଥମ ସନ୍ତାନର ବାପା-ମା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଏହି ଦମ୍ପତି ଏହା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେନୀ ଜିଆନାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି ଯେ “ପରିବାରର ସବୁଠାରୁ କୁନି, ସବୁଠାରୁ ଛୋଟ, ସବୁଠାରୁ କୌତୁକିଆ ସଦସ୍ୟଙ୍କ ସହ।... ଜିଆନା" ଏହା ସହିତ ସେ ଏକ ହାର୍ଟ ଇମୋଜି ମଧ୍ୟ ସୃଷ୍ଟି କରିଛନ୍ତି।

ଫଟୋରେ କୁନି ଜିଆନାକୁ ରେନୀଙ୍କ କୋଳରେ ଶାନ୍ତିରେ ଶୋଇଥିବାର ଦେଖାଯାଏ। ଠିକ ଏତିକି ବେଳେ ରେନୀ ଜିଆନାକୁ ସ୍ନେହରେ ଖେଳଉଥିବା ଦେଖାଯାଏ। ଚାରୁ ଆସୋପା ମଧ୍ୟ ରେନୀଙ୍କ ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି- 'ସୁନ୍ଦର ଫଟୋ।' ଏହାପୂର୍ବରୁ ରେନୀ ମଧ୍ୟ ଜିଆନାଙ୍କ ଜନ୍ମ ବେଳର ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକରେ, ସେ ଜିଆନାଙ୍କ କୁନି ହାତକୁ ଧରିଥିବାର ନଜର ଆସିଥିଲେ। ଏହା ସହିତ ସେ ଘରର ସବୁଠାରୁ କୁନି ସଦସ୍ୟଙ୍କ ପାଇଁ ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now