Advertisment

ସୁସ୍ମିତା ସେନ୍‌ଙ୍କୁ କେହି ବି ଦେଇପାରିବେ ନାହିଁ ଡାଏମଣ୍ଡ ଗିଫ୍ଟ

ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sushmita sen does not allow anyone to gift diamonds

Sushmita sen does not allow anyone to gift diamonds

ମୁମ୍ବାଇ : ଅଭିନେତ୍ରୀ ସୁସ୍ମିତା  ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।

Advertisment
Sushmita sen does not allow anyone to gift diamondsବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ସୁସ୍ମିତା  ସେନ୍‌

ସୁସ୍ମିତା  ଜୁମ୍ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ମୋର କୌଣସି ସାଙ୍ଗକୁ ମଧ୍ୟ ଡାଏମଣ୍ଡ କିଣିବାକୁ ଅନୁମତି ଦେଇ ନାହିଁ। ମୁଁ ସେ ସବୁ ନିଜେ କିଣିବାକୁ ପସନ୍ଦ କରେ। ମତେ କେହି ଉପହାର ଦିଅନ୍ତୁ ମୁଁ ପସନ୍ଦ କରେ ନାହିଁ।” ଏହା ସହିତ ସେ ଆହୁରି କୁହନ୍ତି ଯେ “ସେ ଯେତେବେଳେ ମୋ ପାଇଁ ପ୍ରଥମ ଥର ଡାଏମଣ୍ଡ କିଣିଥିଲେ ତାହା ୧୦ ସେଣ୍ଟର ଥିଲା। ସେଥିରେ ଖାଣ୍ଟି ସୁନାର ବ୍ୟାଣ୍ଡ ଲାଗିଥିଲା। ତାହାର ସାଇଜକୁ ମଧ୍ୟ ଆଡଜଷ୍ଟ କରିହେବ। କିନ୍ତୁ ପରେ ସେ ଧିରେ ଧିରେ ୨୨ କ୍ୟାରେଟ୍ ନେଇଥିଲେ।”

Advertisment

ସେ ପୂର୍ବରୁ ଦେଇଥିବା ମତକୁ ନେଇ ବିସ୍ତାରଭାବେ ଆଲୋଚନା କରି କହିଥିଲେ, “ଡାଏମଣ୍ଡର ସାଇଜ୍ ମାନେ ରଖେ ଯେ ତମେ ଜାଣିପାରିବ ଯେ ବ୍ୟକ୍ତି ଡାଏମଣ୍ଡର ସାଇଜକୁ ମ୍ୟାଚ୍ କରୁଛି କି ହୃଦୟକୁ। ଯଦି ଏହା ତୁମ ପାଇଁ କଷ୍ଟକର ହୁଏ ତେବେ ତୁମେ ତୁମର ଡାଏମଣ୍ଡର ସାଇଜ ଉପରେ ଧ୍ୟାନ ଦିଅ ଏବଂ ଏହାକୁ ଆହୁରି ବଡ କର।” ତେବେ ତାଙ୍କ ପାଇଁ ମାନଦଣ୍ଡ ଠିକ କରିବା ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

କିନ୍ତୁ ୨୦୧୬ରେ ସୁସ୍ମିତା ସେନ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ମୋ ପାଇଁ ଡାଏମଣ୍ଡ ସବୁବେଳେ ମହତ୍ୱପୂର୍ଣ୍ଣ। ସେହି ପୋଷ୍ଟରେ ସେ କହିଥିଲେ, “କିଛି ଦିନ ପୂର୍ବରୁ ମୁଁ ନିଜକୁ ଉପହାର ଦେଇଥିଲି।” ଏହା ସହିତ ସେ ପୁଣି ଲେଖିଥିଲେ ଯେ “ତେବେ ଏହାକୁ ନେଇ ମୋ ଷ୍ଟୋନ୍‌ର ସାଇଜକୁ ଛୋଟ ଦେଖାଅ ବା ମୋ ହୃଦୟ ସହ ମ୍ୟାଚ୍ କର।”

ଯେତେବେଳେ ସୁସ୍ମିତାଙ୍କୁ ସେହି ମୁଦିରେ ଦେଖାଯାଇଥିଲା ତେବେ ତାଙ୍କ ନିର୍ବନ୍ଧକୁ ନେଇ ଗୁଜବ ଉଠିଥିଲା। ପରେ ସେ ଏହି ଗୁଜବ ଉପରେ ଲଗାମ ଦେଇ କହିଥିଲେ ଯେ “ଏହି ମୁଦି ମତେ ଓ ଆପଣମାନଙ୍କୁ ମନେପକେଇ ଦେବା ପାଇଁ ଯେ ମତେ ମୋ ଜୀବନ ପାଇଁ ଏମିତି କୌଣସି ବ୍ୟକ୍ତିର ଆବଶ୍ୟକତା ନାହିଁ, ଯିଏ ଡାଏମଣ୍ଡ ପାଇଁ ଅଛି। ମୁଁ ମୋ ନିଜ ପାଇଁ କିଣିପାରିବି।” ତେବେ ସୁସ୍ମିତା ବର୍ତ୍ତମାନ ତାଙ୍କର ୱେବ୍ ସିରିଜ୍ ‘ଆର୍ୟା’ର ଦ୍ୱିତୀୟ ସିଜନର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Bollywood Sushmita Sen
Advertisment
Advertisment