Advertisment

ଭୟଙ୍କର ରୂପ ନେଇ ଆସୁଛନ୍ତି ସୁସ୍ମିତା ସେନ୍

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। କିନ୍ତୁ ଏବେ ସେ ଯେଉଁ ରୂପରେ ଆସୁଛନ୍ତି ତାହା ନିହାତି ଭୟଙ୍କର। ଏହି ରୂପ ସେ ‘ଆର୍ଯ୍ୟା-୨’ ରେ ନେଇଛନ୍ତି।

author-image
Pramod Behera
Sushmita Sen unbelievable first look of Aarya-2

Sushmita Sen unbelievable first look of Aarya-2

ନୂଆଦିଲୀ : ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍ ନିକଟରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛିନ୍ତି। ଏହି ଭିଡିଓରେ ସେ ଏତେ ଭୟଙ୍କର ଦେଖାଯାଉଛନ୍ତି ଯେ ଯିଏ ଦେଖିବ ସିଏ ଡରିବ। ତେବେ ଏମିତି ବେଶ ସେ ଖାଲି ଖାଲିରେ ହୋଇନାହାନ୍ତି। ତାଙ୍କର ଏହି ରୂପ ସୁପରହୀଟ୍ ୱେବ୍‌ସିରିଜ୍ ‘ଆର୍ଯ୍ୟା’ର ସୀଜନ ୨ରୁ ଆସିଛି। ପୂର୍ବ ସିରିଜ୍‌ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି ସେ ସୋସିଆଲ୍ ମିଡିଆରେ କହିଛନ୍ତି।

Advertisment
Sushmita enjoying sea beachସମୁଦ୍ର କୂଳକୁ ଉପଭୋଗ କରୁଥିବା ବେଳେ ସୁସ୍ମିତା

ସୁସ୍ମିତା ସେନ ‘ଆର୍ଯ୍ୟା ୨’ର ଏହି ଫାଷ୍ଟ୍ ଲୁକ୍ ଶେୟାର କରି କହିଛନ୍ତି ଯେ “ଫାଷ୍ଟ୍ ଲୁକ୍। ଫେରିଆସିଛି ବାଘୁଣୀ। ଏହା ପୂର୍ବ ଠାରୁ ବି ବେଶି ଭୟଙ୍କର। ଖୁବ୍ ଶୀଘ୍ର ଆସୁଛି ‘ଆର୍ଯ୍ୟା ୨’।” ସୁସ୍ମିତା ସେନଙ୍କ ଏହି ସିରିଜକୁ ରାମ ମାଧବାନୀ ନିର୍ଦ୍ଦେଶନା ଦେଉଛନ୍ତି। ‘ଆର୍ଯ୍ୟା’ର ପ୍ରଥମ ସଂସ୍କରଣ ଲୋକଙ୍କୁ ଖୁବ ଭଲ ଲାଗିଥିଲା। ଏଥିରେ ସୁସ୍ମିତାଙ୍କ ଭୂମିକାକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ। ଏବେ ‘ଆର୍ଯ୍ୟା’ର କାହାଣୀ ଆଗକୁ ବଢିବ।

ଏହାର ସିଜିନ ୨କୁ ନେଇ ନିର୍ଦ୍ଦେଶକ ରାମ ମାଧବାନୀ କୁହନ୍ତି ଯେ “ପ୍ରଥମ ସିଜିନରୁ ଆମକୁ ଯେଉଁ ଭଲ ପାଇବା ବା ସ୍ନେହ ମିଳିଥିଲା ଆମେ ଏନେଇ ଉତ୍ସାହିତ। ଏନେଇ ଆମେ ଶ୍ରମ ଦେଇ ଏହାର ଦ୍ୱିତୀୟ ସଂସ୍କରଣ କରିବା ନେଇ ନିଷ୍ପତ୍ତି ନେଲୁ। ଇଣ୍ଟର୍‌ନେସ୍‌ନାଲ୍‌ ଏମୀ ଆୱାର୍ଡରେ ବେଷ୍ଟ୍‌ ଡ୍ରାମା ବିଭାଗରେ ଏହି ଶୋ’ର ନାମାଙ୍କନ ଏହାର କାହାଣୀକୁ ନେଇ ଆମର ବିଶ୍ୱାସ ରହିଛି। ମୁଁ ଶୋ’ର ଦର୍ଶକମାନଙ୍କ ପାଇଁ ଆର୍ଯ୍ୟାର ପରବର୍ତ୍ତୀ ଯାତ୍ରା ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ ଅଛି। ସେ ସବୁ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖିନ ହେଉଛି, କାରଣ ସେ ତା'ର ପରିବାରକୁ ଜୀବିତ ରହିବା ସହିତ ପ୍ରତିଶୋଧ ନେବାର ଲକ୍ଷରେ ଆଗକୁ ବଢିବା ନେଇ ବାଧ୍ୟ ହେଉଛି।”

Advertisment
Sushmita Sen unbelievable first look of Aarya-2ଭୟଙ୍କର ରୂପ ନେଇ ଆସୁଛନ୍ତି ସୁସ୍ମିତା ସେନ୍

ସୁସ୍ମିତା ସେନ୍‌ ବର୍ତ୍ତମାନ ବଲିଉଡ୍‌ର ଜଣେ ପରିଚିତ ନାମ। ତେବେ ତାଙ୍କୁ ଏହି ପରିଚୟ ହାସଲ କରିବା ନେଇ କମ ପରିଶ୍ରମ କରିବାକୁ ପଡିନି। ୧୯୭୫ ନଭେମ୍ବର ୧୯ ତାରିଖରେ ହାଇଦ୍ରାବାଦରେ ଜନ୍ମ ହୋଇଥିବା ସୁସ୍ମିତା ଆଜିଯାଏ ବାଡୁଅ ଅଛନ୍ତି। କିନ୍ତୁ ସେ ତାଙ୍କ ମାତୃତ୍ୱକୁ ବାଣ୍ଟିବା ନେଇ ଦୁଇଟି ସନ୍ତାନକୁ କୋଳେଇ ନେଇଛନ୍ତି। ଯଦି ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦେଖାଯାଏ ତେବେ ସୁସ୍ମିତା ନୂଆଦିଲ୍ଲୀରେ ବାୟୁସେନା ଗୋଲ୍ଡେନ୍ ଜୟନ୍ତି ସଂସ୍ଥା ଓ ସିକନ୍ଦରାବାଦରେ ସେଣ୍ଟ୍ ଏନ୍ ହାଇ ସ୍କୁଲ୍‌ରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି।

ବିଶ୍ୱସୁନ୍ଦରୀ ଟାଇଟଲ ଜିତିବା ପରେ ସୁସ୍ମିତା ବଲିଉଡରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୧୯୯୬ରେ ତାଙ୍କର ପ୍ରଥମ ଫିଲ୍ମ ‘ଦସ୍ତକ୍’ ଆସିଥିଲା ଏଥିରେ ତାଙ୍କ ବିପକ୍ଷରେ ଶରଦ କପୁର ଥିଲେ। କିନ୍ତୁ ସଲ୍‌ମାନ୍‌ ଖାନ୍‌ଙ୍କ ସହ ତାଙ୍କ ଅଭିନିତ ଫିଲ୍ମ ‘ବିବି ନମ୍ବର ୱାନ୍’ ତାଙ୍କୁ ସଫଳତା ଦେଇଥିଲା। ଏଥିରେ ତାଙ୍କ ଅଭିନୟ ନେଇ ତାଙ୍କୁ ଫିଲ୍ମ ଫେୟାର୍ ବେଷ୍ଟ୍‌ ସପୋର୍ଟିଂ ଅଭିନେତ୍ରଭାବେ ସମ୍ମାନୀତ କରାଯାଇଥିଲା। ଏହାବ୍ୟତୀତ ସେ ସିର୍ଫ ତୁମ୍, ନାୟକ, ଆଖେଁ, ତୁମ୍ କୋ ନା ଭୁଲ୍ ପାୟେଙ୍ଗେ, ପୈସା ୱସୁଲ୍, ବେୱଫା, ଦୁଲ୍ହା ମିଲ୍ ଗୟା, ନୋ ପ୍ରୋବ୍ଲେମ୍ ଭଳି ଅନେକ ସଫଳ ପିଲ୍ମରେ କାମ କରିଛନ୍ତି।

ତେବେ ଏହି ଅବସରରେ ଆସନ୍ତୁ ସୁଷ୍ମିତାଙ୍କ ସହ ଜଡିତ ଥିବା କିଛି କୌତୁହଳ କଥା ଜାଣିନେବା-

୧- ସୁସ୍ମିତା ସେନ୍ ୧୯୯୪ରେ ବିଶ୍ୱ ସୁନ୍ଦରୀ ହେବାରେ ପ୍ରଥମ ଭାରତୀୟ ଥିଲେ। ଏହି ପ୍ରତିଯୋଗିତାରେ ସେ କୌଣସି ଦାମି ପୋଷାକ ପିନ୍ଧି ନ ଥିଲେ। ସେ ଯେଉଁ ପୋଷାକ ପିନ୍ଧିଥିଲେ ତାହା କୌଣସି ମଅଲ୍ କି ଶୋ’ରୁମ୍‌ରୁ ଆସି ନ ଥିଲା। ଏହା ତାଙ୍କ ମା’ ନିଜ ହାତରେ ହିଁ ତିଆରି କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଯେଉଁ ଗ୍ଲୋବ୍ସ ପିନ୍ଧିଥିଲେ ତାହା ମୋଜାରେ ହିଁ ତିଆରି ହୋଇଥିଲା।

Sushmita Sen is with her motherମା'ଙ୍କ ସହ ସୁସ୍ମିତା ସେନ୍‌

୨- ମାତ୍ର ୧୯ ବର୍ଷ ବୟସରେ ସେ ବିଶ୍ୱ ସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ।

୩- ଏହି ପ୍ରତିଯୋଗିତାରେ ସୁସ୍ମିତାଙ୍କ ସହିତ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଭାଗ ନେଇଥିଲେ। ପ୍ରତିଯୋଗିରେ ଗୋଟିଏ ପ୍ରଶ୍ନ ହିଁ ସୁସ୍ମିତାଙ୍କ ଭାଗ୍ୟ ବଦଳେଇ ଦେଇଥିଲା। ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଚାଲିଥିଲା। କିନ୍ତୁ ସାକ୍ଷାତକାରରେ ସୁସ୍ମିତା ହିଁ ବାଜି ମାରି ନେଇଥିଲେ। ଏଠାରେ ଉଭୟଙ୍କୁ ପଚରାଯାଇଥିଲା ଯେ “ଯଦି ଆପଣଙ୍କୁ କୌଣସି ଐତିହାସିକ ଘଟଣାକୁ ବଦଳେଇବାକୁ ହୁଏ, ତେବେ ଏହା କ’ଣ ହେବ?” ଏହି ପ୍ରଶ୍ନର ଉତ୍ତରରେ ଐଶ୍ୱର୍ଯ୍ୟା ନିଜ ଜନ୍ମ ସମୟ କହିଥିବା ବେଳେ ସୁସ୍ମିତା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ କଥା କହିଥିଲେ। ଏହି ଉତ୍ତର ହିଁ ତାଙ୍କୁ ବିଶ୍ୱସୁନ୍ଦରୀ କରିଦେଲା।

Happy movement of Sushmita after winning Miss Universe Titleବିଶ୍ୱ ସୁନ୍ଧରୀ ଟଇଟଲ ଜିତିବା ପରେ ସୁସ୍ମିତାଙ୍କ ଖୁସୀର ମୁହୂର୍ତ୍ତ

୪- ସୁସ୍ମିତା କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ସେ ଜଣେ କବି ମଧ୍ୟ। ସମୟ ମିଳିଲେ ସେ କବିତା ଲେଖିବାରେ ବସି ପଡନ୍ତି।

୫- ସ୍କୁଲ ସମୟରେ ସୁସ୍ମିତା ପୁଅ ପିଲାଙ୍କ ଭଳି ପୋଷାକ ପିନ୍ଧୁଥିଲେ, ଯାହାକୁ ଟମ୍‌ବୟ ବୋଲି କୁହାଯାଏ। ସେ ୧୬ ବର୍ଷ ପରେ ହିଁ ଇଂରାଜୀ ଶିଖିଥିଲେ।

୮- ଏ ପର୍ଯ୍ୟନ୍ତ ସୁସ୍ମିତା ଅବିବାହିତ ଥିଲେ ବି ଅନେକଙ୍କ ସହିତ ତାଙ୍କ ନାମକୁ ଯୋଡାଯାଇ ଚର୍ଚ୍ଚା କରାଯାଏ। ତାଙ୍କ ପ୍ରେମିକମାନଙ୍କ ତାଲିକାରେ ବିକ୍ରମ ଭଟ୍ଟ, ସଞ୍ଜୟ ନାରଙ୍ଗ, ସବିର ଭାଟିଆ, ରଣଦୀପ ହୁଡ୍ଡା, ଇମ୍‌ତିୟାଜ୍ ଖତ୍ରୀ, ମାନବ ମେନନ୍, ବଣ୍ଟୀ ସଚେଦେବ, ମୁଦ୍ଦସର ଅଜୀଜ୍, ବସୀନ ଅକରମ୍, ରିତିକ୍ ଭସୀନ ଭଳି ନାମ ସାମିଲ ଅଛି।

Bollywood
Advertisment
Advertisment