Advertisment

Saif Ali Khan Bhopal Property Case: ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି; ଜାଣନ୍ତୁ କାହିଁକି...

କାହିଁକି ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି ? Enemy Property Act ଆକ୍ଟ କ’ଣ ? ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Saif Ali Khan Bhopal Property Case

ସୈଫ୍ ଅଲ୍ଲୀ ଖାନଙ୍କ ୧୫ ହଜାର କୋଟିର ସମ୍ପତ୍ତି ଯିବ ସରକାରୀ ତହବିଲ୍‌କୁ। ଏନିମି ପ୍ରପଟି ଆକ୍ଟରେ ସରକାରୀ ସମ୍ପତ୍ତି ଭାବେ ଏହାକୁ ଘୋଷଣା କରାଯିବ। ସୈଫ୍‌ଙ୍କ ପଟୋଦୀ ରାଜ ପରିବାରର ୧୫୦୦୦ କୋଟି ପ୍ୟାଲେସ୍, ବଙ୍ଗଲୋ ଓ କିଛି ଜାଗାକୁ ସରକାର ନିଜ ଅକ୍ତିଆରକୁ ନେବାକୁ ଯାଉଛନ୍ତି। 

Advertisment

ସେସବୁ ହେଲା ଗୁରୁଗ୍ରାମରେ ପଟୋଦୀ ପ୍ୟାଲେସ୍, ଭୋପାଳରେ ନୁର୍ ସଭା, ଭୋପାଳରେ ଦାରୁ ଇସଲାମ୍ ସହ ଏକାଧିକ ପ୍ୟାଲେସ୍। ଏହି ସବୁ ମହଲକୁ ହିନ୍ଦୀ ଫିଲ୍ମ ବୀର ଜାରା, ଏନିମଲ୍, ତାଣ୍ଡବ ୱେବ୍ ସିରିଜ୍‌ରେ ଆପଣ ମାନେ ଦେଖିଥିବେ।  

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

Advertisment

ଦେଶରେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ହେବା ପରେ ଏକ ବଡ଼ ନିଷ୍ପତ୍ତି ସରକାର ନେଇଥିଲେ। ପାକିସ୍ତାନ, ଚୀନ ଚାଲି ଯାଇଥିବା ଲୋକଙ୍କ ଭାରତରେ ଥିବା ସମ୍ପତ୍ତି ଉପରେ ୧୯୬୮ରେ ଲାଗୁ ହୋଇଥିଲା  Enemy Property Act। ଏହି ଆଇନ ଅନୁସାରେ, ସେମାନଙ୍କ ସମ୍ପତ୍ତି ସରକାର ପାଖକୁ ଯିବ। ଏପରିକି ସେମାନଙ୍କ ଦାଏଦ ମାନେ ବି ଅଧିକାର ପାଇବେନି। ଏସବୁ ମାମଲା ସିଭିଲ୍ କୋର୍ଟରେ ଶୁଣାଣି ହେବନି। କେବଳ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହୋଇପାରିବ। 

Enemy Property Act ଆକ୍ଟ କ’ଣ ?

  • ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ
  • ୧୯୬୮ରେ Enemy Property Act ଲାଗୁ 
  • ପାକିସ୍ତାନ ପଳାଇଥିବା ଲୋକଙ୍କ ସମ୍ପତ୍ତି ଉପରେ ଲାଗୁ 
  • ସେଭଳି ସମ୍ପତ୍ତି ସରକାର ପାଖକୁ ଯିବ 
  • ସେମାନଙ୍କ ଦାଏଦ ମାନେ ବି ଅଧିକାର ପାଇବେନି 
  • ସିଭିଲ୍ କୋର୍ଟରେ ମାମଲା ଶୁଣାଣି ହେବନି 
  • ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବନି 

ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ?

  • ପଟୋଦୀ ପରିବାରର ଜଣେ ମହିଳା ପାକିସ୍ତାନ ଚାଲି ଯାଇଥିଲେ 
  • ୧୯୬୫ ଯୁଦ୍ଧ ପରେ ପାକିସ୍ତାନ ଚାଲି ଯାଇଥିଲେ
  • ଯଦି, ମାଲିକାନା ପ୍ରମାଣିତ କରିପାରିବେ
  • ସୈଫଙ୍କ ବାପାଙ୍କ ପାଖରେ ମାଲିକାନା ଥିଲେ ସମ୍ଭବ
  • ଦାଏଦ ଭାବେ ମାଲିକାନା ମିଳିବନି 

ସୈଫ୍ ଅଲ୍ଲୀ ଖାନ ଭୋପାଳର ପୁରୁଣା ଶାସକ ପଟୌଦୀ ରାଜବଂଶର ଉତ୍ତରାଧିକାରୀ। ଏହି ସହର ମଧ୍ୟପ୍ରଦେଶର ରାଜଧାନୀ ଏବଂ ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଏଠାରେ ପଟୌଦୀ ପରିବାରର ନାଁ ଅଛି। ତେବେ ଭୋପାଳର ପୂର୍ବତନ ଶାସକମାନଙ୍କ ମଧ୍ୟରେ ଏମିତି ଗୋଟିଏ ନାଁ ଅଛି ଯାହାର ଚର୍ଚ୍ଚା କ୍ୱଚିତ୍ କରାଯାଇଥାଏ। କାରଣ ସେ ସମୟ ସହିତ ଅଜଣା ହୋଇଗଲେ। ଏହି ନାଁ ହେଉଛି ଭୋପାଳର ମହାରାଣୀ ବେଗମ୍ ସୁଲତାନ ଜହାଁ। ସେ ଶିକ୍ଷା ସମେତ ସହରର ବିକାଶ ପାଇଁ ଅନେକ କାମ କରିଥିଲେ। ସରକାର ଅମ୍ମାନଙ୍କ ନାଁ ପରବର୍ତ୍ତୀ ସମୟରେ ବେଗମ୍ ସୁଲତାନ ଜହାଁ ନାଁରେ ପରିଚିତ ହୋଇଗଲା।

ଅଧିକ ପଢ଼ନ୍ତୁ: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

ବେଗମ୍ ସୁଲତାନ୍ ଜହାଁ କିଏ ? 

ସରକାର ଅମ୍ମାନ ୦୯ ଜୁଲାଇ ୧୮୫୮ରେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ସେ ନବାବ ବେଗମ ସୁଲତାନ ଶାହାଜହାଁ ଏବଂ ତାଙ୍କ ସ୍ୱାମୀ ମହମ୍ମଦ ଖାନ ବାହାଦୂରଙ୍କ କନ୍ୟା ଥିଲେ। ସେ ଭୋପାଳର ନବାବଙ୍କର ଏକମାତ୍ର ଜୀବିତ ସନ୍ତାନ ଥିଲେ।

Saif Ali Khan
Advertisment
Advertisment