• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୮୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ସୋନମ ଖାନ ହେଉଛନ୍ତି ୟଶ୍‌ ଚୋପ୍ରାଙ୍କ ଆବିଷ୍କାର, ଯିଏକି ୧୯୮୮ରେ ମଲ୍ଟି ଷ୍ଟାରର ଆକ୍ସନ୍ ଫିଲ୍ମ 'ବିଜୟ'ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ 'ତ୍ରିଦେବ' ଫିଲ୍ମରୁ ମିଳିଥିବା ଆଉ ଏହି ଚଳଚ୍ଚିତ୍ରର ଏକ ଗୀତ 'ଓଏ… ଓଏ… ତିରିଛି ଟୋପି ୱାଲେ' ଲୋକଙ୍କ ମନରେ ଖେଳିଯାଇଥିଲା। ତେବେ ୧୯୮୯ରେ ଆସିଥିବା ଚଳଚ୍ଚିତ୍ର 'ତ୍ରିଦେବ'ର ନିର୍ଦ୍ଦେଶକ ରାଜୀବ ରାୟଙ୍କୁ ସେ ବିବାହ କରିବା ପରେ ସିନେମା ଇଣ୍ଡଷ୍ଟ୍ରି ଛାଡିଦେଇଥିଲେ।

ବର୍ତ୍ତମାନ ପ୍ରାୟ ତିନି ଦଶନ୍ଧି ପରେ ସୋନମ ପୁଣିଥରେ ବଲିଉଡ୍‌କୁ ଫେରିବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ ସୋନମ ପ୍ରକାଶ କରିଛନ୍ତି ଯେ ସେ ତିନି ବର୍ଷ ପୂର୍ବରୁ ବଲିଉଡ୍‌କୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ସେତେବେଳେ ମହାମାରୀର ପ୍ରକୋପ ଥିଲା, ଯାହା ତାଙ୍କ ଯୋଜନାକୁ ବନ୍ଦ କରିଦେଇଥିଲା। ସେ କହିଛନ୍ତି, “ମୁଁ ବହୁତ କମ୍ ବୟସରେ ଚଳଚ୍ଚିତ୍ର ଛାଡ଼ିଥିଲି କାରଣ ମୁଁ ବିବାହ କରିଥିଲି ଏବଂ ପରେ ବ୍ୟକ୍ତିଗତ କାରଣରୁ ଭାରତ ଛାଡ଼ିବାକୁ ପଡ଼ିଲା।”

ଅଧିକ ପଢ଼ନ୍ତୁ: ରୋମାଣ୍ଟିକ୍ ସିନେମାର ନାୟକ, ରୋମାଣ୍ଟିକ୍‌ ଲାଇଫ୍‌ରେ ବିଫଳ

ପରିବାର ସହ ବିଦେଶ ଯାଇଥିଲେ:

ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଲୋଲେ ସୋନମଙ୍କ ସ୍ୱାମୀକୁ ନେଇଯିବାକୁ ଚେଷ୍ଟା କରିବା ପରେ ସୋନମ ଏବଂ ରାଜୀବ ରାୟ ନିଜ ପୁଅ ସହିତ ବିଦେଶ ପଳେଇଥିଲେ। ଏହି ଦମ୍ପତି ପ୍ରଥମେ ଦୁଇ ଦଶନ୍ଧିରୁ ଅଧିକ ସମୟ ପାଇଁ ଲସ୍ ଆଞ୍ଜେଲସ୍ ଏବଂ ପରେ ସ୍ୱିଜରଲ୍ୟାଣ୍ଡରେ ରହିଥିଲେ। ସେମାନଙ୍କ ବୈବାହିକ ସଂପର୍କ ମଧ୍ୟ ଭଲ ନଥିଲା। ଫଳରେ ୨୦୧୬ ରେ ଉଭୟଙ୍କ ଛାଡପତ୍ର ହୋଇଥିଲା।

ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଛନ୍ତି ଯେ “ମୁଁ ସେତେବେଳେ ଜାଣି ପାରି ନଥିଲି ମୋ ମନରେ କ’ଣ ଚାଲୁଥିଲା। ମୁଁ ଏକ ପରିବାର ପାଇବାକୁ ଚାହୁଁଥିଲି। ମତେ ଲାଗୁଛି ସେ ସମୟରେ ଏହାର ପରିଣାମ ବୁଝିବାକୁ ମୁଁ ବହୁତ ଛୋଟ ଥିଲି। ସେତେବେଳେ ମୋତେ ମାତ୍ର ୧୭ ବର୍ଷ ହୋଇଥିଲା। ମୁଁ ବହୁତ ନିର୍ବୋଧ ଥିଲି।

ସୋନମଙ୍କ ପ୍ରତ୍ୟାବର୍ତ୍ତନ 'ଦ୍ୱିତୀୟ ଇନିଂସ୍‌':

ସେ ତାଙ୍କ ଅଭିନୟ କ୍ୟାରିୟରକୁ ନେଇ କହିଛନ୍ତି ଯେ, “ଇଣ୍ଡଷ୍ଟ୍ରି ମୋତେ ବହୁତ ସମର୍ଥନ କରିଛି। ଏହା ମୋତେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୁସି ଦେଇଛି। ମୋର କୌଣସି ବଡ଼ ଦୁଃଖ ନାହିଁ, ବଡ଼ ଅଭିଯୋଗ ନାହିଁ।” ସୋନମ ବିଶ୍ୱାସ କରନ୍ତି ଯେ କୌଣସି ବି ଦୁଇ ନାୟିକା ବନ୍ଧୁ ହୋଇପାରିବେ ନାହିଁ। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର କୌଣସି ଅଭିନେତ୍ରୀଙ୍କ ସହ 'ଘୋର ସମ୍ପର୍କ' ନ ଥିଲା। ସେ ତାଙ୍କ ପ୍ରତ୍ୟାବର୍ତ୍ତନକୁ 'ଦ୍ୱିତୀୟ ଇନିଂସ' ବୋଲି କହିଛନ୍ତି।

ନୂଆ ଲୋକଙ୍କ ସହ କାମ:

ସୋନମ ଖାନ କହିଛନ୍ତି ଯେ ବର୍ତ୍ତମାନ ସେ ନୂଆ ଲୋକଙ୍କୁ ଭେଟି କାମ କରିବାକୁ ଚାହୁଁଛନ୍ତି। ସେ ଇଣ୍ଡଷ୍ଟ୍ରି ସହିତ ଯୋଗାଯୋଗରେ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସୋନମ କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରର ଶ୍ରେୟ ସ୍ୱର୍ଗତ ଅଭିନେତା ଋଷି କପୁରଙ୍କୁ ପ୍ରଦାନ କରିଛନ୍ତି, ଯେହେତୁ ସେ ତାଙ୍କୁ ୟଶ ଚୋପ୍ରାଙ୍କ ସହ ପରିଚିତ କରିଥିଲେ।

ସେ କହିଛନ୍ତି “ଋଷି କପୁର ଜଣେ ରତ୍ନ ଥିଲେ। ମୁଁ ତାଙ୍କୁ ମୋ କ୍ୟାରିୟରର ଶ୍ରେୟ ଦେଉଛି, ସେ ମୋତେ ୟଶ ଚୋପ୍ରାଙ୍କ ସହ ପରିଚିତ କରିଥିଲେ। ବର୍ତ୍ତମାନ ସେ ଅନୁରାଗ କାଶ୍ୟପ, ବିଶାଲ ଭରଦ୍ୱାଜ ଏବଂ ନୀରଜ ପାଣ୍ଡେଙ୍କ ଭଳି କିଛି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଯୋଜନା କରିଛନ୍ତି।