Advertisment

ରୋମାଣ୍ଟିକ୍ ସିନେମାର ନାୟକ, ରୋମାଣ୍ଟିକ୍‌ ଲାଇଫ୍‌ରେ ବିଫଳ

ଦେବ ଆନନ୍ଦ ବଲିଉଡ୍‌କୁ ଦେଇଛନ୍ତି ଅନେକ ରୋମାଣ୍ଟିକ୍ ଫିଲ୍ମ। ତାଙ୍କ ଫିଲ୍ମ ଦେଖି ଅନେକ ପ୍ରେମୀ ଉତ୍ସାହିତ ହେଉଥିଲେ। ଏହି ରୋମାଣ୍ଟିକ୍ ହିରୋଙ୍କର କିନ୍ତୁ ରୋମାଣ୍ଟିକ ଜୀବନ ଖୁବ ଦୁଖଦଃ ଥିଲା। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ତାଙ୍କ ସହ ଜଡିତ ପ୍ରେମ କାହାଣୀ ଉପରେ ନଜର ପକେଇ ନେବା।

author-image
Pramod Behera
Dev Anand death anniversary actor and his tragic and timeless love story

Dev Anand death anniversary actor and his tragic and timeless love story

ଏ ଦୁନିଆରୁ ଦେବ ଆନନ୍ଦ ବିଦାୟ ନେଇଛନ୍ତି ସତ, ହେଲେ ଚୀରଦିନ ପାଇଁ ରହିଯାଇଛନ୍ତି ଦର୍ଶକଙ୍କ ହୃଦୟରେ। ଏବେ ବି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ ସ୍ଥିତି ଜାରି ରହିଛି। ତାଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଚମତ୍କାର ଷ୍ଟାଇଲ୍‌କୁ କିଏ ବା କିପରି ଭୁଲି ପାରିବ।

Advertisment

ଦେବ ଆନନ୍ଦ ଥିଲେ ହିନ୍ଦୀ ସିନେମାର ଅନ୍ୟତମ ସଫଳ ଅଭିନେତା। ଏମିତିରେ ତ ତାଙ୍କ ଜୀବନ ସହ ଜଡିତ ଶହ ଶହ କାହାଣୀ ଅଛି, ଯାହା ବିଷୟରେ ଜାଣିଲେ ଯେ କେହି ବି ରୋମାଞ୍ଚିତ ହୋଇଯିବେ। କିନ୍ତୁ ତାଙ୍କୁ ଯଦି ଜଣେ ହ୍ୟାଣ୍ଡସମ୍‌ ଓ ରୋମାଣ୍ଟିକ୍ ହିରୋ ଭାବରେ ଦେଖାଯାଏ ତେବେ ସୁରୈୟାଙ୍କ ସହିତ ତାଙ୍କର ପ୍ରେମ କାହାଣୀ ଖୁବ ମନଛୁଆଁ। ତେବେ ଆସନ୍ତୁ ଆଜି ତାଙ୍କ ପୁଣ୍ୟତିଥିରେ ତାଙ୍କର ଏହି ପ୍ରେମ କାହାଣୀ ଉପରେ ନଜର ପକେଇ ନେବା।

ସେତେବେଳେ ସବୁ ମହଲରେ ଖୁବ ଚର୍ଚ୍ଚାରେ ରହୁଥିଲା ସୁରୈୟା ଏବଂ ଦେବ ଆନନ୍ଦଙ୍କ ପ୍ରେମ କାହାଣୀ। ତେବେ ସୁରୈୟାଙ୍କ ସହ ଦେବ ଓ ସୁରୈୟାଙ୍କ ପ୍ରେମ କାହାଣୀ ଆଉ ଏହି ପ୍ରେମ କାହାଣୀର ଦୁଃଖଦ ସମାପ୍ତି କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ।

Advertisment

୦୩ ଡିସେମ୍ବର ୦୧୧ରେ ଦେବ ଆନନ୍ଦ ଏ ଦୁନିଆକୁ ବିଦାୟ ଦେଇଥିଲେ। ଦେବ ଆନନ୍ଦଙ୍କ ଏହି ଅସମ୍ପୂର୍ଣ୍ଣ ପ୍ରେମର ପୁରା କାହାଣୀ ହୁଏତ ଆପଣଙ୍କୁ ରୋମାଞ୍ଚ କରିବା ସହ ଭାବପୂର୍ଣ୍ଣ କରିଦେବ।

ସୁରୈୟା - ଦେବ ଆନନ୍ଦ ପ୍ରେମ କାହାଣୀ:

ସେତେବେଳେ ଇଣ୍ଡଷ୍ଟ୍ରିରେ ସୁରୈୟା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଥିଲେ। ଦେବ ଆନନ୍ଦ ସୁଟିଂ ପାଇଁ ପାଦରେ ଯାଉଥିବାବେଳେ ସୁରୈୟାଙ୍କର ଲମ୍ବା କାର୍‌ ଥିଲା। କିନ୍ତୁ, ଦେବ ଆନନ୍ଦଙ୍କ ପାଖରେ ଯାହା ସବୁଠାରୁ ବଡ ସମ୍ପତ୍ତି ଥିଲା ତାହା ହେଲା ତାଙ୍କର ଆଶ୍ଚର୍ଯ୍ୟଜନକ ଆତ୍ମବିଶ୍ୱାସ। ଏହାରି ମାଧ୍ୟମରେ ହିଁ ସେ ସୁରୈୟାଙ୍କ ହୃଦୟ ଜିତିଯାଇଥିଲେ। ଦେବ ଆନନ୍ଦ ଏବଂ ସୁରୈୟା ପ୍ରଥମେ ଫିଲ୍ମ 'ବିଦ୍ୟା'ର ସେଟ୍‌ରେ ଭେଟ ହୋଇଥିଲେ।

ସୁରୈୟାଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବ ଆନନ୍ଦଙ୍କ ସହ ପରିଚିତ କରାଇଥିଲେ ଏବଂ କହିଥିଲେ ଯେ ସେ ହେଉଛନ୍ତି ଆମ ଫିଲ୍ମର ନୂଆ ହିରୋ। ଅଧିକ ସୂଚନା ଦେବା ପୂର୍ବରୁ ଦେବ ଆନନ୍ଦ ନିଜେ ନିଜକୁ ପରିଚିତ କରାଇଲେ। ଏମିତି ଥିଲା ସେମାନଙ୍କ କଥାବାର୍ତ୍ତା।

  • ଦେବ ଆନନ୍ଦ - ଏଠାରେ ସମସ୍ତେ ମୋତେ ଦେବ ବୋଲି ଡାକନ୍ତି। ଆପଣ କ’ଣ ଡାକିବେ?
  • ସୁରୟା - ଦେବ
  • ଦେବ ଆନନ୍ଦ ସୁରୟାଙ୍କୁ ଅନାଇ ରହିଥିଲେ।
  • ସୁରୈୟା- ତୁମେ କ’ଣ ଦେଖୁଛ?
  • ଦେବ ଆନନ୍ଦ - ତୁମ ଭିତରେ କିଛି ଅଛି
  • ସୁରୈୟା - ମୋ ଭିତରେ କ’ଣ ଅଛି?
  • ଦେବ ଆନନ୍ଦ - ମୁଁ ପରେ କହିବି

ସେମାନଙ୍କର ଏହି ଛୋଟ କଥାବାର୍ତ୍ତା ଏକ ଗଭୀର ସମ୍ପର୍କରେ ପରିଣତ ହୋଇଥିଲା। ଫିଲ୍ମର ସୁଟିଂ ବେଳେ ଦେବ ଆନନ୍ଦ ଏବଂ ସୁରୈୟା ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ। ଉଭୟ ସେଟ୍‌ରେ ପରସ୍ପରକୁ ଖୋଜୁଥିଲେ। ଦେବ ଆନନ୍ଦ ସୁରୈୟାଙ୍କୁ ପ୍ରେମରେ ‘ନୋଜୀ’ ଡାକୁଥିବା ବେଳେ ସୁରୈୟା ତାଙ୍କୁ ‘ସ୍ୱିଟ୍’ ବୋଲି ଡାକୁଥିଲେ।

ଦେବ ଆନନ୍ଦ ‘ବିଦ୍ୟା’ ସେଟ୍’ରେ ସୁରୈୟାଙ୍କ ସହ ଖୁବ୍ ଥଟ୍ଟାମଜ୍ଜା କରୁଥିଲେ। ଏ କଥା ସେ ତାଙ୍କ ପୁସ୍ତକ 'ରୋମାନ୍ସ ଉଇଥ୍ ଦେବ ଆନନ୍ଦ'ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- “ବିଦ୍ୟାର ସେଟ୍‌ରେ କ୍ୟାମେରା ରୋଲ୍ ହେଲା, ଗୀତ ବାଜିଲା ଏବଂ ସୁରୈୟା ମୋତେ ପଛରୁ ଆଲିଙ୍ଗନ କଲେ। ମୁଁ ତାଙ୍କ ଉଷ୍ମ ନିଶ୍ୱାସକୁ ଅନୁଭବ କଲି, ତାଙ୍କ ହାତକୁ ଚୁମ୍ବନ ଦେଲି ଏବଂ ପ୍ଲାଏ କିସ୍ କଲି। ସୁରୈୟା ମଧ୍ୟ ପଛରୁ ମୋ ହାତକୁ ଚୁମ୍ବନ ଦେଇ ଏହାର ଉତ୍ତର ଦେଲେ। ତା’ପରେ ନିର୍ଦ୍ଦେଶକ କହିଥିଲେ - 'ଗ୍ରେଟ୍ ସଟ୍'।”

ଏହା ପରେ ସୁରୟା ଏବଂ ଦେବ ଆନନ୍ଦଙ୍କ ନିକଟତରତା ବଢିବାରେ ଲାଗିଲା। କିନ୍ତୁ, ଅଭିନେତ୍ରୀଙ୍କ ଜେଜେମା ଏହି ସମ୍ପର୍କକୁ ସମର୍ତନ କରି ନଥିଲେ। ସେ ତାଙ୍କ ସହିତ ସବୁବେଳେ ରହିବାକୁ ଲାଗିଲେ। ସୁରୈୟାଙ୍କ ଜେଜେମା ମଧ୍ୟ ସୁଟିଂ ସେଟ୍‌ରେ ରହୁଥିଲେ। କିନ୍ତୁ, ଦିନେ ସୁଟିଂ ବେଳେ ଜେଜେମାଙ୍କୁ କିଛି କାମ ପାଇଁ ଘରକୁ ଯିବାକୁ ପଡିଲା, ଏହାର ସୁଯୋଗ ନେଇ ଦେବ ଆନନ୍ଦ ସୁରୈୟାଙ୍କ ମେକ୍‌ଅପ୍‌ ରୁମ୍‌ରେ ପ୍ରବେଶ କଲେ। ଉଭୟ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କାଥାବାର୍ତ୍ତା ହୋଇଥିଲେ।

ଏହା ପରେ ଦେବ ଆନନ୍ଦ ମୁଦି ପିନ୍ଧେଇ ସୁରୈୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସୁରୈୟାଙ୍କ ଜେଜେମା ଏହା ଜାଣିବା ମାତ୍ରେ ରାଗିଗଲେ ଆଉ ଏହି ମୁଦିକୁ ସମୁଦ୍ରରେ ଫିଙ୍ଗିଦେଲେ। କିନ୍ତୁ ସୁରୈୟାଙ୍କ ମା’ ଦେବ ଆନନ୍ଦଙ୍କୁ ଭଲ ବ୍ୟବହାର କରୁଥିଲେ। କିନ୍ତୁ, ଉଭୟଙ୍କ ମଧ୍ୟରେ ଥିବା ଧର୍ମର ପ୍ରାଚୀର ସେମାନଙ୍କ ପ୍ରେମକୁ ସଫଳ ହେବାକୁ ଦେଇ ନଥିଲା। ସେମାନଙ୍କ ସମ୍ପର୍କୀୟ ଏବଂ ସମାଜର ବାରଣ ହିଁ ଉଭୟକୁ ଏ ଦିଗରେ ଆଗେଇବାକୁ ଦେଲାନି। ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ହୋଇ ରହିଗଲା ସେମାନଙ୍କ ପ୍ରେମ କାହାଣୀ, ସେମାନେ କେବେ ଏକାଠି ହୋଇପାରିଲେ ନାହିଁ।

କଳ୍ପନା କାର୍ତ୍ତିକଙ୍କ ସହ ପ୍ରେମ:

ସୁରୈୟାଙ୍କ ଠାରୁ ଅଲଗା ହେବା ପରେ ଦେବ ଆନନ୍ଦ ଏକାକୀ ହୋଇଥିଲେ। ଏହି ସମୟରେ ସେ କଳ୍ପନା କାର୍ତ୍ତିକଙ୍କୁ ଭେଟିଥିଲେ। ତାଙ୍କ ଭାଇ ଚେତନ ଆନନ୍ଦ ଫିଲ୍ମ ‘ବାଜୀ’ରେ କାମ କରିବା ନେଇ କଳ୍ପନାଙ୍କୁ କାଷ୍ଟ୍‌ କରିଥିଲେ। ଫିଲ୍ମ ସେଟ୍ ବ୍ୟତୀତ ଦେବ ଆନନ୍ଦ ଏବଂ କଳ୍ପନା ବାହାରେ ଭେଟୁଥିଲେ। ଦୁହେଁ ପରସ୍ପରଙ୍କ ସହ ରଖିବାକୁ ଭଲ ପାଉଥିଲେ।

‘ବାଜୀ’ର ସଫଳତା ପରେ ଦୁହେଁ ‘ଟ୍ୟାକ୍ସି ଡ୍ରାଇଭର’ ଫିଲ୍ମରେ ମଧ୍ୟ ଏକାଠି କାମ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ କାମ କରିବା ପରେ କଳ୍ପନାଙ୍କୁ ଅନେକ ପ୍ରଶଂସା ମିଳିଥିଲା, ଏହା ପରେ ସେ ଦେବ ଆନନ୍ଦଙ୍କ ପ୍ରଡକ୍ସନ୍ କମ୍ପାନୀ ତଥା ଅନ୍ୟାନ୍ୟ ବ୍ୟାନରରୁ ଅଫର ପାଇବା ଆରମ୍ଭ କରିଥିଲେ। ସେ କିନ୍ତୁ ଅନ୍ୟ ସବୁ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କେବଳ ଦେବ ସାହେବଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଦେବ ଆନନ୍ଦ କଳ୍ପନାଙ୍କ ଏହି କଥାକୁ ଖୁବ ପସନ୍ଦ କରିଥିଲେ, ଯାହା ପରେ ଉଭୟଙ୍କୁ ବିବାହ ପାଇଁ ବାଟ ଖୋଲିଦେଇଥିଲା। ସେମାନଙ୍କ ବିବାହର କାହାଣୀ ମଧ୍ୟ ଖୁବ ମଜାଳିଆ ଥିଲା।

ଫିଲ୍ମ ସେଟ୍‌ରେ ବିବାହ:

‘ଟ୍ୟାକ୍ସି ଡ୍ରାଇଭ’ର ଚଳଚ୍ଚିତ୍ରର ସୁଟିଂ ବେଳେ ଦେବ ଆନନ୍ଦ କଳ୍ପନାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ। କଳ୍ପନା ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ​​ଏବଂ ତାଙ୍କ କଥା ଶୁଣୁ ଶୁଣୁ ସେ ତୁରନ୍ତ ହଁ କରିଥିଲେ। ଏହା ପରେ ଉଭୟ ଫିଲ୍ମ ସୁଟିଂ ବିରତି ସମୟରେ ହିଁ ଫିଲ୍ମ ସେଟ୍‌ରେ ବିବାହ କରିଥିଲେ।

ଉଭୟ ଦୁଇ ସନ୍ତାନର ବାପାମାଆ ହେଲେ। ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ପାରିବାରିକ ଜୀବନରେ ସେମିତି ସୁଖ ନଥିଲା। ଏହା ପରେ ଦୁହେଁ ଅଲଗା ରହିବାକୁ ଆରମ୍ଭ କରିଥିଲେ।

Dev Anand Death Anniversary Bollywood
Advertisment
Advertisment