Advertisment

Happy Birthday: ସାଣ୍ଡୱିଚ୍ କାରିଗରରୁ ସିନେ କଳାକାର; ଟ୍ରାଜେଡି କିଙ୍ଗ୍ ଦିଲୀପଙ୍କ ଯାତ୍ରା

ବଲିଉଡ୍‌କୁ ଏକ ନୂଆ ପରିଚୟ ଦେଇଥିବା ଦିଲୀପ କୁମାର ଦିନେ ଥିଲେ ସାଣ୍ଡୱିଚ୍ କାରିଗର। ଇଂରେଜଙ୍କୁ ବିରୋଧ କରି ଜେଲ୍ ମଧ୍ୟ ଯାଇଥିଲେ। କେମିତି ହେଲେ ବଲିଉଡ୍ କିଙ୍ଗ୍‌ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Know untold facts about the legendary actor dilip kumar

Know untold facts about the legendary actor dilip kumar

ଆଜି ଦିଲୀପ କୁମାରଙ୍କ ଜନ୍ମଦିନ। ଦିଲୀପ କୁମାର ୧୯୨୨ ମସିହା ଡିସେମ୍ବର ୧୧ରେ ପାକିସ୍ତାନର ପେଶୱାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ ଥିଲା କିନ୍ତୁ ଚଳଚ୍ଚିତ୍ରକୁ ଆସିବା ପରେ ସେ ଦିଲୀପ କୁମାର ହୋଇଯାଇଥିଲେ।

Advertisment

ଦିଲୀପ କୁମାର ୧୯୩୦ରେ ମୁମ୍ବାଇ ପଳେଆସିଥିଲେ। ସେଠାରେ ଦିଲୀପ ସାହେବ ୧୯୪୩ ମସିହାରେ ଚର୍ଚ୍ଚଗେଟ୍‌ରେ ଡକ୍ଟର ମାସାନିଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ବମ୍ବେ ଟକିଜ୍‌ରେ ଚାକିରି ଅଫର ଦେଇଥିଲେ। ସେଠାରେ ଦିଲୀପ ସାହେବ ବମ୍ବେ ଟକିଜ୍‌ର ମାଲିକାଣୀ ଦେବିକା ରାନୀଙ୍କୁ ଭେଟିଥିଲେ। ଦିଲୀପ କୁମାର 'ଜ୍ୱାର୍‌ ଭଟ୍ଟା'ରୁ ତାଙ୍କ ଫିଲ୍ମା ଜୀବନ ଆରମ୍ଭ କରିଥିଲେ।

୧୯୪୭ରେ ଆସିଥିବା ଚଳଚ୍ଚିତ୍ର ‘ଜୁଗ୍‌ନୁ’ ସହିତ ଦିଲୀପ କୁମାର ପ୍ରଥମ ଥର ପାଇଁ ସଫଳତାର ସ୍ୱାଦ ଚାଖିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ବ୍ରିଟିଶ ଆର୍ମି କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ତାଙ୍କ ବାପା ସେତେବେଳେ ଫଳ ବିକି ପରିବାର ଚଳଉଥିଲେ। ତାଙ୍କ ଦ୍ୱାରା ନିର୍ମିତ ସାଣ୍ଡ୍‌ୱିଚ୍ କ୍ୟାଣ୍ଟିନରେ ବହୁତ ପ୍ରସିଦ୍ଧ ଥିଲା। ଲୋକମାନେ ବହୁତ ଉତ୍ସାହରେ ତାଙ୍କ ହାତ ତିଆରି ସାଣ୍ଡୱିଚ୍ ଖାଇବାକୁ ଆସୁଥିଲେ।

Advertisment

ଥରେ ଦିଲୀପ କୁମାର ତାଙ୍କ କ୍ୟାଣ୍ଟିନରେ ଏକ ଭାଷଣ ଦେଇ କହିଥିଲେ ଯେ ସ୍ୱାଧୀନତା ପାଇଁ ଭାରତର ସଂଗ୍ରାମ ସମ୍ପୂର୍ଣ୍ଣ ଯଥାର୍ଥ ଏବଂ ବ୍ରିଟିଶ ଶାସକମାନେ ଭାରତୀୟଙ୍କ ସହ ଅସଦାଚରଣ କରିଛନ୍ତି। ଦିଲୀପ କୁମାରଙ୍କ ପୁସ୍ତକ ‘ଦି ସବଷ୍ଟାନ୍ସ ଆଣ୍ଡ ଦ ଶେଡୋ’ରେ ଏହି କାହାଣୀକୁ ଭଲ ଭାବରେ ବର୍ଣ୍ଣନା କରାଯାଇଛି।

ଦିଲୀପ କୁମାର ତାଙ୍କ ପୁସ୍ତକ 'ଦିଲୀପ କୁମାର - ଦ ସବ୍‌ଷ୍ଟାନ୍ସ ଆଣ୍ଡ ଦ ଶେଡୋ' ରେ ଲେଖିଛନ୍ତି, “ମୋତେ ବ୍ରିଟିଶ ବିରୋଧୀ ଭାଷଣ ପାଇଁ ୟେରୱାଡା ଜେଲ୍‌କୁ ପଠାଗଲା ଯେଉଁଠାରେ ଅନେକ ସତ୍ୟଗ୍ରହୀ ଥିଲେ। ସେତେବେଳେ ସତ୍ୟଗ୍ରହୀମାନଙ୍କୁ ଗାନ୍ଧୀୱାଲେ କୁହାଯାଉଥିଲା। ମୁଁ ଅନ୍ୟ ବନ୍ଦୀମାନଙ୍କ ସମର୍ଥନରେ ଭୋକ ଉପାସରେ ଅନସନରେ ବସିଥିଲି। ସକାଳେ ମୋର ଜଣେ ପରିଚିତ ବ୍ୟକ୍ତି ଆସି ମୋତେ ଜେଲ୍‌ରୁ ମୁକ୍ତ କଲେ। ମୋତେ ସେଠାରେ ଗାନ୍ଧୀୱାଲା ମଧ୍ୟ କୁହାଯାଉଥିଲା।”

ସାୟରା ବାନୁ ଏବଂ ଦିଲୀପ କୁମାର ୧୯୬୬ ମସିହାରେ ବିବାହ କରିଥିଲେ। ବିବାହ ସମୟରେ ସାୟରାଙ୍କୁ ୨୨ ବର୍ଷ ହୋଇଥିବାବେଳେ ଦିଲୀପ କୁମାରଙ୍କୁ ୨୨ ବର୍ଷ ହୋଇଥିଲା, କିନ୍ତୁ ଯେତେବେଳେ ପ୍ରେମ ସତ୍‌ ହୁଏ ସେତେବେଳେ ବୟସ ବ୍ୟବଧାନରେ କିଛି ଫରକ ପଡ଼େ ନାହିଁ। ଯେଉଁମାନେ ହୀର୍‌-ରାଞ୍ଝା, ଲୈଲା-ମଜ୍‌ନୁଙ୍କ କାହାଣୀ ଶୁଣିଛନ୍ତି, ସେମାନେ ନିଜ ଆଖିରେ ସାୟରା ଏବଂ ଦିଲୀପଙ୍କ ପ୍ରକୃତ ପ୍ରେମ ଦେଖିଛନ୍ତି।

ଦିଲୀପ କୁମାର ଦେବଦାସ, ମୁଗଲ-ଏ-ଆଜମ ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ଉପସ୍ଥାପନ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ୧୯୯୮ର ଚଳଚ୍ଚିତ୍ର 'କିଲା'ରେ ଦେଖିବାକୁ ମିଳିଥିଲା। 'ଟ୍ରାଜେଡି କିଙ୍ଗ୍‌' କୁହାଯାଉଥିବା ଦିଲୀପ କୁମାର ତାଙ୍କ ପାଞ୍ଚ ଦଶନ୍ଧିର ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ଦେଇଥିଲେ। ୨୦୧୫ ରେ ଦିଲୀପ କୁମାରଙ୍କୁ ‘ପଦ୍ମଭୂଷଣ’ ପ୍ରଦାନ କରାଯାଇଥିଲା। ୧୯୯୪ ରେ ତାଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ରେ ମଧ୍ୟ ସମ୍ମାନିତ କରାଯାଇଥିଲା।

Bollywood Happy Birthday
Advertisment
Advertisment