Advertisment

Happy Birth Day: ସଂଘର୍ଷର ଅନ୍ୟ ନାମ ଅସୀମ ବସୁ; ଦିନେ ଛତୁଟେଳା ଖାଇ ବଞ୍ଚୁଥିଲେ

ମଞ୍ଚ ନାଟକର ପରିଚିତ ମଣିଷ ଥିଲେ ଅସୀମ ବସୁ। ଏଠି ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ଘର ଛାଡିବାକୁ ହୋଇଛି। ଲଣ୍ଡ୍ରି ଦୋକାନରେ କାମ କରିବା ଠାରୁ ଆରମ୍ଭ କରି ଛତୁଟେଳା ଖାଇବାକୁ ପଡିଛି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ବ୍ୟକ୍ତିଙ୍କ ବିଷୟ କିଛି କଥା ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Asim Basu Birth Day

Birth Day Special of Asim Basu the struggle of life

ଚିତ୍ରକଳାକୁ ନିଜ ପେଶା ଓ ମଞ୍ଚକୁ ନିଜ ନିଶା ବୋଲି କହୁଥିବା ମଣିଷଟେ ଥିଲେ ଅସୀମ ବସୁ, ଯିଏ କଳାକର ମହଲରେ ଦାଦା ଭାବେ ବେଶ ପରିଚିତ। ସେ ଏକାଧାରରେ ଜଣେ ଓଡ଼ିଆ ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ବ୍ୟକ୍ତିଙ୍କ ବିଷୟ କିଛି କଥା ଜାଣିନେବା।

Advertisment

୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅସୀମ ଓଡ଼ିଶାର କଳା ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଥିଲେ। ସେ ୨୦୦୦ରୁ ଅଧିକ ନାଟକରେ ମଞ୍ଚ ସଜେଇଥିଲେ ଓ ୫୦ରୁ ଅଧିକ ନାଟକରେ ଅଭିନୟ ବା ନିର୍ଦ୍ଦେଶନା ଦେଇଥିଲେ। ସେ ଅନେକ ଥର ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତିଆରି କରିଥିଲେ।

ସେ ଓଡ଼ିଶା ନାଟ୍ୟସଂଘର ସଭାପତି ପଦବୀରେ ଥାଇ ନାଟ୍ୟଜଗତରେ ଅନେକ ବିକାଶ ଆଣିଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଚୟନ କମିଟିରେ ରହି ରାଜ୍ୟର ଅନେକ ପ୍ରତିଭାକୁ ସାମ୍ନାକୁ ଆଣିବାରେ ତାଙ୍କର ହାତ ଅଛି।

Advertisment

କଳାକାର ପରିବାରରେ ଜନ୍ମ:

ଅସୀମ ଦା ୧୯୩୫ ମସିହା ଆଜିର ଦିନରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅନ୍ତର୍ଗତ କଖଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ମୋତିଲାଲ ବସୁ ଓ ସେ ଜଣେ ଭେଟେନାରୀ ଡାକ୍ତର ଥିଲେ। ମା’ଙ୍କ ନାମ ଥିଲା ବିଜନବାଳା। ପରିବାରେ କଳା ସାହିତ୍ୟର ଖୁବ ଆଦର ଥିଲା।

ଅସିମଙ୍କ ସଂଘର୍ଷମୟ ଜୀବନ:

ମାଟ୍ରିକ ପାଶ୍ କରିବା ପରେ ଅସୀମ ଫକୀର ମୋହନ ମହାବିଦ୍ୟାଳୟରେ ପାଠ ପଢିଲେ। ପାଠରେ ମନ ନ ଲାଗିବାରୁ ପରିବାରର ଅନିଚ୍ଛାସତ୍ତ୍ୱେ ଚିତ୍ର ଆଙ୍କିବା ଶିଖିବା ପାଇଁ ସେ କଲିକତା ପଳେଇ ଯାଇଥିଲେ। କଲିକତାରେ ନିଜ ଖର୍ଚ୍ଚ ନିଜେ ଉଠେଇବା ପାଇଁ, ଅସୀମ ପୁରୁଣା ବହି ବିକ୍ରି କରିବାଠୁ ଆରମ୍ଭ କରି ଲଣ୍ଡ୍ରି ଦୋକାନରେ କାମ ମଧ୍ୟ କରିଥିଲେ। କମ ଖର୍ଚ୍ଚ କରିବା ପାଇଁ ତାଙ୍କୁ ଛତୁଟେଳା କିଣି ଖାଇବାକୁ ମଧ୍ୟ ପଡିଛି।

କଳା ନିର୍ଦ୍ଦେଶକ ଭାବେ ଶିକ୍ଷା:

ସେଠାରେ ଧରଣୀଧର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହେଲା ଓ ସେ ତାଙ୍କରି ପାଖରେ ରହିଲେ। ପରେ ତାଙ୍କୁ ବୃତ୍ତି ମିଳିବାରୁ, ସେ ୧୯୫୯ ମସିହାରେ କଲିକତା ଆର୍ଟ ସ୍କୁଲରେ ଉତ୍ତୀର୍ଣ୍ଣ ହୋଇପାରିଲେ। ପାଠ ପଢୁଥିବା ବେଳେ ସେ ଉତ୍ପଳ ଦତ୍ତଙ୍କ ପି.ଏଲ.ଟି ଥିଏଟରରେ ସହଯୋଗୀ କଳା ନିର୍ଦ୍ଦେଶକ ଭାବରେ ଯୋଗଦେଇ କାମ ଶିଖିଥିଲେ।

ଚାକିରି ଜୀବନ:

ପାଠ ପଢ଼ା ସାରି, ଅସୀମ ଓଡ଼ିଶା ଫେରି ସରକାରୀ ଚାକିରି କରିଥିଲେ। ଜଣେ କଳାକାରକୁ ଚାକିରି ଜୀବନ କିପରି ବା ଖୁସି କରିପାରିବ। ଶେଷରେ ଚାକିରି ବି ଛାଡିଲେ। ଆଉ କେବେ ବି ଚାକିରି ନ କରିବା ନେଇ ସବୁ ସାର୍ଟିଫିକେଟ୍‌ ଚିରି ପକେଇଥିଲେ।

ଓଡ଼ିଆ ନାଟକରେ ପ୍ରବେଶ:

ଏହାରି ଭିତରେ ତାଙ୍କୁ ଜଣେ ପ୍ରଚ୍ଛଦଶିଳ୍ପୀର ମାନ୍ୟତା ମିଳିସାରିଥିଲା। ଧିରେ ଧିରେ ପ୍ରଚ୍ଛଦକଳାରୁ ମଞ୍ଚ ସଜ୍ଜା, କଳା ନିର୍ଦ୍ଦେଶନା ଓ ମଞ୍ଚ ଅଭିନୟକୁ ପ୍ରବେଶ କରିଥିଲେ ଅସିମ। ‘ରୂପାନ୍ତର’ ନାଟକ ଥିଲା ତାଙ୍କ ଅଭିନିତ ପ୍ରଥମ ଓଡ଼ିଆ ନାଟକ। ବିଭୂତି ପଟ୍ଟନାୟକଙ୍କ ‘ତପସ୍ୱିନୀ’ ନାଟକରେ ସେ ପ୍ରଥମେ ମଞ୍ଚ ସଜେଇଥିଲେ।

ଚଳଚ୍ଚିତ୍ର ଜୀବନ:

ସେତେବେଳେ ଭୁବନେଶ୍ୱରରେ କୌଣସି ନାଟକ ଦଳ ନଥିଲା। ନାଟକ ଦଳଟିଏ ତିଆରି କରିବା ପାଇଁ ସେ ଚେଷ୍ଟା କଲେ ଓ ଏଥିରେ ସହାୟତା କରିଥିଲେ ବିଶ୍ୱଜିତ ଦାସ । ନାଟକ ଦଳର ନାଁ ରଖାଗଲା ‘ରୂପକାର’‘। ଏହା ମଧ୍ୟ ଦଳ କିଛି ଦିନ ପରେ ଭାଙ୍ଗିଗଲା। ତାପରେ ଅସୀମ ‘ଉତ୍ତର ପୁରୁଷ’ ଦଳରେ ଯୋଗ ଦେଇଥିଲେ।

ଏଠି ଅସୀମ ମଞ୍ଚ ସଜା, ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ କରିଥିଲେ। ପ୍ରଶାନ୍ତ ନନ୍ଦଙ୍କ ‘ଜଗା ବଳିଆ’ କଥାଚିତ୍ରରେ କଳା ନିର୍ଦ୍ଦେଶନା ଦେବା ଅବସରରେ ସେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ ଓ ସେଥିରୁ ତାଙ୍କର ଚଳଚ୍ଚିତ୍ର ଅଭିନୟ ଆରମ୍ଭ ହୋଇଥିଲା।

ସାହିତ୍ୟ-ଚଳଚ୍ଚିତ୍ର- ନାଟକରେ ଅବଦାନ:

ଖାଲି ନାଟକ କି ଚଳଚ୍ଚିତ୍ର ନୁହେଁ ସାହିତ୍ୟ ଦୁନିଆରେ ମଧ୍ୟ ସେ ଥିଲେ ଚଳଚଞ୍ଚଳ। ଗଳ୍ପ ଓ ନାଟକ ରଚନା ବ୍ୟତିତ, ଖବରକାଗଜରେ ସ୍ତମ୍ଭକାର ଭାବରେ ସେ ନିଜ ଲେଖନି ଚାଳନା କରିଥିଲେ। ‘କଥାରେ କଥାରେ’ ନାମରେ ନିଜ ଆତ୍ମଜୀବନୀ ମଧ୍ୟ ସେ ରଚନା କରିଛନ୍ତି। "କ୍ୟାକଟସର ଫୁଲ" ନାମରେ ଏକ ଗଳ୍ପ ପୁସ୍ତକ ଓ "ଛୋଟ ବଡ଼ କଥା କହୁ" ନାମରେ ତାଙ୍କର ଏକ ପ୍ରବନ୍ଧ ସଂକଳନ ମଧ୍ୟ ରହିଛି।

ନୀରବ ଝଡ଼, ସଉତୁଣୀ, ଜଗା ବଳିଆ, ଦାଦାଗିରି, ତାରା, ମୁକ୍ତି ତୀର୍ଥ, ଅଗ୍ନି ବୀଣା ଆଦି ଚଳଚ୍ଚିତ୍ରରେ ଅସୀମ ବସୁ ଜଡିତ ରହି ଲୋନକୁ ଢେର ମନୋରଞ୍ଜନ କରିଛନ୍ତି। ଏହା ସହିତ ସବା ଶେଷ ଲୋକ, ରୂପାନ୍ତର, ନିଶିପଦ୍ମ, ଅଥବା ଅନ୍ଧାର, ଅଥଚ ଚାଣକ୍ୟ ଆଦି ଅନେକ ମଞ୍ଜ ନାଟକରେ ତାଙ୍କର ଅତୁଳନୀୟ ଭୂମିକା ରହିଛି।

ପୁରସ୍କାର:

ତାଙ୍କର ନୀରବଚ୍ଛିନ୍ନ କଳାକାର ଜୀବନ ପାଇଁ ତାଙ୍କୁ ଧର୍ମପଦ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଭାଷା ଭାରତୀ ସମ୍ମାନ ଆଦିରେ ସମ୍ମାନୀତ ମଧ୍ୟ କରାଯାଇଛି।

Happy Birth Day Theatres
Advertisment
Advertisment