Advertisment

Happy Birth Day: ଆଜି ସେ ବଲିଉଡ୍‌ର ‘ହୀମ୍ୟାନ୍’; ଦିନେ ଭୋକ ଉପାସରେ କରୁଥିଲେ ସଂଘର୍ଷ

୭୦ ଦଶକର ସବୁଠାରୁ ହ୍ୟାଣ୍ଡସମ ହିରୋ ଥିଲେ ଧର୍ମେନ୍ଦ୍ର। ଚଳଚ୍ଚିତ୍ରରେ ତାଙ୍କ ନିଷ୍ଠା ତାଙ୍କୁ କରିଦେଲା ‘ହୀମ୍ୟାନ୍‌’। ଏଠି ପହଞ୍ଚିବା ପାଇଁ ତାଙ୍କୁ କିନ୍ତୁ କମ କଷ୍ଟ କରିବାକୁ ପଡିନି। ଏମିତି କି ଭୋକ ଶୋଷରେ ଦିନ କାଟିବାକୁ ପଡିବାରୁ ନିରାଶ ହୋଇ ଘରକୁ ଫେରିଆସିବାକୁ ମଧ୍ୟ ସ୍ଥିର କରି ନେଇଥିଲେ। ହେଲେ ଏମିତି କ’ଣ ହେଲା…

author-image
Pramod Behera
ଅଦ୍ୟତନ ହୋଇଛି
Dharmendra's 87th Birthday

Dharmendra’s strugglefull life in bollywood industry

ଧର୍ମେନ୍ଦ୍ର ଏପରି ଜଣେ ହ୍ୟାଣ୍ଡସମ୍ ଅଭିନେତା, ଯାହାଙ୍କ ସୌନ୍ଦର୍ଯ୍ୟକୁ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଦିଲୀପ କୁମାର ମଧ୍ୟ ପ୍ରଶଂସା କରୁଥିଲେ। ନିକଟରେ ଏକ ରିୟଲିଟି ଶୋ’ରେ ହାଜର ହୋଇଥିବା ଗୋବିନ୍ଦା ପ୍ରକାଶ କରିଛନ୍ତି ଯେ ଯେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ, ସେ ଧର୍ମେନ୍ଦ୍ରଙ୍କ ଫଟୋ ଦେଇ କହିଥିଲେ, ଏମିତି ହିଁ ଦରକାର। ତେବେ ଏଭଳି ବ୍ୟକ୍ତିତ୍ୱ ଥିବା ଧର୍ମେନ୍ଦ୍ରଙ୍କୁ ଖାଲି ଖାଲିରେ ହୀମ୍ୟାନ ଆଖ୍ୟା ମିଳି ନାହିଁ।

Advertisment

ଆଜି ଏହି ହ୍ୟାଣ୍ଡସମ୍‌ ଅଭିନେତା ତାଙ୍କର ୮୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ଖାଲି ଜଣେ ଅଭିନେତା ନୁହଁନ୍ତି ଜଣେ ସଫଳ ଚଳଚ୍ଚିତ୍ର ନିର୍ମାତା ମଧ୍ୟ। ଇଣ୍ଡଷ୍ଟ୍ରୀରେ ସେ ବର୍ଷ ବର୍ଷ ଧରି କାମ କରି ଅନେକ ନାମ ଏବଂ ସମ୍ପତ୍ତି ଅର୍ଜନ କରିଛନ୍ତି। ତାଙ୍କ ପାଖରେ କିନ୍ତୁ ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କୁ ଏହି ମାୟାନଗରୀରେ ତିଷ୍ଠିବା ପାଇଁ ଭୋକ ଶୋଷରେ ଦିନ ବିତାଇବାକୁ ପଡୁଥିଲା। ଦିନେ ନିରାଶ ହୋଇ ସେ ଘରକୁ ଫେରିଯିବାକୁ ସ୍ଥିର କରି ନେଇଥିଲେ। ଏହି ସମୟରେ ତାଙ୍କୁ ଏମିତି ଜଣେ ସାଥୀ ମିଳିଯାଇଥିଲେ ଯିଏ ତାଙ୍କୁ ମନାଇ ଦେଇଥିଲେ ଯାହା ପରେ ସେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତାର ଏକ ଚମତ୍କାର କାହାଣୀ ଲେଖିଦେଲେ।

ଅଧିକ ପଢ଼ନ୍ତୁ: ଅଶୋକ କୁମାରଙ୍କୁ ଓକିଲ କରିବାକୁ ଚାହୁଁଥିଲେ ବାପା; କିନ୍ତୁ…

ଯଦି କେହି କେବେ ନିରାଶ ହୁଅନ୍ତି ତେବେ ଧର୍ମେନ୍ଦ୍ରଙ୍କ କାହାଣୀ ପଢିବା ଜରୁରୀ ଏବଂ ସଫଳତା ପାଇବାକୁ ଚେଷ୍ଟା କରିବା ଉଚିତ। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନଙ୍କୁ ସଂଘର୍ଷ କରିବାକୁ ପଡି ନାହିଁ। ସମସ୍ତେ ଜାଣନ୍ତି ମୁମ୍ବାଇରେ ପାଦ ଥାପିବା ପାଇଁ କେତେ ପାପଡ ବେଲିବାକୁ ପଡେ।

Advertisment

ସଂଘର୍ଷ ବେଳେବେଳେ ଏତେ ଜଟିଳ ହୋଇଯାଏ ଯେ ଅନେକ ପରିସ୍ଥିତି ସହିତ ଲଢି ନପାରି ଘରକୁ ଫେରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି। ଧର୍ମେନ୍ଦ୍ର ମଧ୍ୟ ଏଭଳି କିଛି କରିବାକୁ ଯାଉଥିଲେ, କିନ୍ତୁ ମନୋଜ କୁମାରଙ୍କ ବନ୍ଧୁତା ତାକୁ ନୂଆ ବାଟ ଦେଖେଇଦେଲା।

କାମ ନ ପାଇ ନିରାଶ ହୋଇଥିଲେ ଧର୍ମେନ୍ଦ୍ର:

ପଞ୍ଜାବରୁ ଆସିବା ପରେ ଧର୍ମେନ୍ଦ୍ର ମୁମ୍ବାଇରେ ନିଜ ଭାଗ୍ୟ ତିଆରି କରିବାକୁ ଚେଷ୍ଟା କରୁଥିଲେ। ଏଇଠି ସେ ମନୋଜ କୁମାରଙ୍କୁ ଭେଟିଥିଲେ। ଉଭୟ ସମାନ ମାର୍ଗରେ ଥିଲେ, ତେଣୁ ସେମାନଙ୍କ ଭିତରେ ବନ୍ଧୁତା ହୋଇଗଲା। କୁହାଯାଏ ଯେ ମନୋଜ କୁମାର ଜଣେ ଘୋଷ୍ଟ୍‌ ରାଇଟର୍ ଭାବରେ କାମ କରି ନିଜର ଖର୍ଚ୍ଚ ସମ୍ଭାଳି ଦେଉଥିଲେ। କିନ୍ତୁ ଧର୍ମେନ୍ଦ୍ରଙ୍କ ପାଖରେ ସେପରି କିଛି ନଥିଲା।

ଯେଉଁ ଚଳଚ୍ଚିତ୍ର ଉପରେ ନିର୍ଭର କରି ସେ ପଞ୍ଜାବରୁ ମୁମ୍ବାଇ ଆସିଥିଲେ, ତାହା ହୋଇପାରିଲା ନାହିଁ। ସଂଘର୍ଷ କରୁ କରୁ ଦୀର୍ଘ ସମୟ ବିତିଗଲା କିନ୍ତୁ କାମ ମିଳିଲା ନାହିଁ। ଖାଇବା ପିଇବାରେ ଅସୁବିଧା ହେଲା। ଏଥିରେ ଅତିଷ୍ଠ ହୋଇ ସେ ଘରକୁ ଫେରିଯିବାକୁ ସ୍ଥିର କରିନେଲେ।

Dharmendra’s strugglefull life in bollywood industry(ଶୋଲେର ବୀରୁ ଚରିତ୍ରରେ ଧର୍ମେନ୍ଦ୍ର)

ଧର୍ମେନ୍ଦ୍ର ଘରକୁ ଯିବା ପାଇଁ ଟ୍ରେନରେ ବସିଥିଲେ:

କୁହାଯାଏ ଯେ ଦିନେ ଧର୍ମେନ୍ଦ୍ର ଷ୍ଟେସନ୍‌ରେ ପହଞ୍ଚି ମନ ଦୁଃଖରେ ଟ୍ରେନରେ ବସିଥିଲେ। ମନୋଜ କୁମାର ଏ ବିଷୟରେ ଜାଣିବାରୁ ସଙ୍ଗେ ସଙ୍ଗେ ଷ୍ଟେସନରେ ପହଞ୍ଚି ଧର୍ମେନ୍ଦ୍ରଙ୍କୁ ଟ୍ରେନରୁ ଓହ୍ଲାଇଥିଲେ। ବହୁତ ବୁଝାଇଥିଲେ। ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ କହିଥିଲେ।

ମନୋଜଙ୍କ କଥା ମାନି ସେ ଫେରିଆସିଥିଲେ। ୧୯୬୦ରେ ଅର୍ଜୁନ ହିଙ୍ଗୋରାନି ଧର୍ମେନ୍ଦ୍ରଙ୍କୁ 'ଦିଲ୍ ଭୀ ତେରା ହମ୍ ଭୀ ତେରେ' ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବଲିଉଡରେ ଲେଖିଦେଲେ ସଫଳତାର କାହାଣୀ:

ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ ଧର୍ମେନ୍ଦ୍ର। ତାଙ୍କ ଅଭିନୟ ଆଉ ବ୍ୟକ୍ତିତ୍ୱର ପ୍ରଭାବ ଯୁବତୀମାନଙ୍କୁ ଦିୱାନା କରିଦେଲା। ସଫଳତା ତାଙ୍କ ହାତ ମୁଠାରେ ରହିଗଲା। ଧର୍ମେନ୍ଦ୍ରଙ୍କ ପିଲାମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇଗଲେ। ଅଭିନୟ ବ୍ୟତୀତ ଧର୍ମେନ୍ଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ଆଜି ମଧ୍ୟ ସେ ସକ୍ରିୟ ରହିଛନ୍ତି ଏବଂ ବିଭିନ୍ନ ରିଆଲିଟି ଶୋ’ରେ ତାଙ୍କୁ ପ୍ରାୟତଃ ଦେଖିବାକୁ ମିଳେ।

୭୦ ଦଶକର ସବୁଠାରୁ ହ୍ୟାଣ୍ଡସମ ହିରୋ ଥିଲେ ଧର୍ମେନ୍ଦ୍ର। ଚଳଚ୍ଚିତ୍ରରେ ତାଙ୍କ ନିଷ୍ଠା ତାଙ୍କୁ କରିଦେଲା ‘ହୀମ୍ୟାନ୍‌’। ଏଠି ପହଞ୍ଚିବା ପାଇଁ ତାଙ୍କୁ କିନ୍ତୁ କମ କଷ୍ଟ କରିବାକୁ ପଡିନି। ଏମିତି କି ଭୋକ ଶୋଷରେ ଦିନ କାଟିବାକୁ ପଡିବାରୁ ନିରାଶ ହୋଇ ଘରକୁ ଫେରିଆସିବାକୁ ମଧ୍ୟ ସ୍ଥିର କରି ନେଇଥିଲେ। ହେଲେ ଏମିତି କ’ଣ ହେଲା…

Bollywood Dharmendra Happy Birth Day
Advertisment
Advertisment