Advertisment

ଆଜି NEET UG ପରୀକ୍ଷା; ଜାଣନ୍ତୁ କ’ଣ ଡ୍ରେସ୍ କୋଡ୍; କ’ଣ ନେବେ କ’ଣ ନେବେନି

NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
NEET Dress Code 2023 Released

What is neet dress code 2023 for girls and boys

NEET UG ପରୀକ୍ଷା କଲମ ଏବଂ କାଗଜରେ ହେବ। NEET Ug ୨୦୨୩ ର ଅଫିସିଆଲ୍ ଡ୍ରେସ୍ କୋଡ୍ ଅନୁଯାୟୀ, ପୁଅ ଏବଂ ଝିଅମାନଙ୍କ ଡ୍ରେସ୍ କୋଡ୍ ପାଇଁ ବିଭିନ୍ନ ନିୟମ ଜାରି କରାଯାଇଛି। ପରୀକ୍ଷା ବେଳେ ଅନେକ ଜିନିଷ ନେବାକୁ ଅନୁମରି ନାହିଁ। ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଏଥର ୨୦ ଲକ୍ଷରୁ ଅଧିକ ପ୍ରାର୍ଥୀ NEET UG 2023 ପରୀକ୍ଷାରେ ବସିବେ। ଏହି ପରୀକ୍ଷା ୭ ତାରିଖ ଦିନ ଅପରାହ୍ନ ୨ଟାରୁ ୫:୨୦ ପର୍ଯ୍ୟନ୍ତ ସାରା ଦେଶରେ ଅନୁଷ୍ଠିତ ହେବ। NEET ହେଉଛି ଦେଶର ସବୁଠାରୁ ବଡ ପରୀକ୍ଷା। ଏହି ପରୀକ୍ଷାରେ ହାଜର ହେବା ସମ୍ବନ୍ଧୀୟ ନିୟମ, ଡ୍ରେସ୍ କୋଡ୍, ଏଣ୍ଟ୍ରି ସମୟ ଇତ୍ୟାଦି ସବିଶେଷ ତଥ୍ୟ ଏହାକୁ ପରିଚାଳନା କରୁଥିବା ସଂସ୍ଥା 'ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି' ଦ୍ୱାରା ଜାରି କରାଯାଇଛି।

ଡାକ୍ତରୀ ପ୍ରାର୍ଥୀଙ୍କୁ NEET UG ଆଡ୍‌ମିଟ୍ କାର୍ଡ ସହିତ ଏକ ସ୍ୱ-ଘୋଷଣା ଫର୍ମ ଦାଖଲ କରିବାକୁ ପଡିବ। ପ୍ରାର୍ଥୀଙ୍କୁ NEET ଆଡ୍‌ମିଟ୍ କାର୍ଡରେ ଏକ କଲର୍ ପୋଷ୍ଟକାର୍ଡ ସାଇଜ୍ ଫଟୋଗ୍ରାଫ୍ ପେଷ୍ଟ୍ କରିବାକୁ ପଡିବ। ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିବାକୁ ୱେବସାଇଟ୍ ହେଉଛି neet.nta.nic.in। ଭାରତ ବାହାରେ ୧୪ ଟି ସହର ସମେତ ମୋଟ ୪୯୯ଟି ସହରରେ ଏହି ପରୀକ୍ଷା ଚାଲିଛି। ପୁରୁଷ-ମହିଳା ଅଫିସିଆଲ୍ ଡ୍ରେସ୍ କୋଡ୍ କ’ଣ ଆସନ୍ତୁ ଭଲ ଭାବରେ ଜାଣିବା।

Advertisment

NEET ଡ୍ରେସ୍ କୋଡ୍ ଅନୁଯାୟୀ ପୁରୁଷ ପ୍ରାର୍ଥୀଙ୍କୁ ହାପ୍ ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧିବାକୁ ଅନୁମତି ଦିଆଯାଇଛି। ପୋଷାକ ଅତ୍ୟଧିକ ଢିଲା ହେବନି ଏବଂ ଏଥିରେ ଏମ୍ବ୍ରୋଡେଡ୍ କିମ୍ବା ବଡ ପକେଟ୍ ରହିବା ଉଚିତ ନୁହେଁ। ଏଥିରେ ଡିଜାଇନ୍ ବଟନ୍ ଆଉ ଚେନ୍ ରହିବ ନାହିଁ। ପୁରୁଷ ପ୍ରାର୍ଥୀଙ୍କୁ କୁର୍ତ୍ତା ପାଇଜାମା ପିନ୍ଧିବାକୁ ଅନୁମତି ନାହିଁ।

ପ୍ରାର୍ଥୀମାନେ ବଡ଼ ପକେଟ ବିନା ସାଦା ଟ୍ରାଉଜର କିମ୍ବା ପ୍ୟାଣ୍ଟ ପିନ୍ଧି ପାରିବେ। ପରୀକ୍ଷାରେ ଜୋତା ପିନ୍ଧିବା ନିଷେଧ। ପ୍ରାର୍ଥୀଙ୍କୁ ଅତି ପତଳା ଷ୍ଟ୍ରିପ୍ ବାଲା ସାଣ୍ଡେଲ୍ କିମ୍ବା ଚପଲ ପିନ୍ଧିବାକୁ ପଡିବ। ଗତ ବର୍ଷ କେରଳରେ NEET ପରୀକ୍ଷା ସମୟରେ ଝିଅମାନଙ୍କର ଇନର କାଢିବାକୁ ବାଧ୍ୟ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।

ମହିଳା ପ୍ରାର୍ଥୀମାନେ ବଡ଼ ବଟନ୍ ସହିତ ଏମ୍ବ୍ରୋଡେଡ୍ ପୋଷାକ ପିନ୍ଧି ପାରିବେ ନୁହେଁ। ପୂରା ସ୍ଲିଭ ପୋଷାକ ପାଇଁ ଅନୁମତି ନାହିଁ। ଜିନ୍ସ, ପାଲାଜୋ ଏବଂ ଲେଗିଙ୍ଗ୍ ପିନ୍ଧିବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ମୋଟା ସୋଲ ସହିତ ହାଇ ହିଲ୍ ଏବଂ ଜୋତା ପିନ୍ଧିବା ମନା। ଚପଲ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ମହିଳା ପ୍ରାର୍ଥୀମାନେ ପରୀକ୍ଷା ସମୟରେ କୌଣସି ଅଳଙ୍କାର ପିନ୍ଧି ପାରିବେ ନାହିଁ।

ପ୍ରାର୍ଥୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୁସଲିମ ମହିଳା ପ୍ରାର୍ଥୀମାନେ ପରୀକ୍ଷାରେ ହାଜର ହେବା ପାଇଁ ବୁର୍ଖା ପିନ୍ଧିବାକୁ ଅନୁମତି ପାଇଛନ୍ତି। ଶିଖ ପ୍ରାର୍ଥୀମାନଙ୍କୁ ସେମାନଙ୍କର କୃପାଣ, କଡା ଏବଂ କଙ୍ଗା ବହନ ପିନ୍ଧିବାକୁ ମଧ୍ୟ ଅନୁମତି ଦିଆଯାଇଛି।

ମୋବାଇଲ୍ ଫୋନ୍, ଇୟରଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା, ବ୍ଲୁ ତୁଥ୍ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ NEET ପରୀକ୍ଷା ହଲ୍‌କୁ ନେବା ଅନୁମତି ନାହିଁ। କୌଣସି ପ୍ରକାରର ବ୍ୟକ୍ତିଗତ ପାଣି ବୋତଲ ମଧ୍ୟ ନେଇ ପାରିବେ ନାହିଁ।
ମଧୁମେହ କିମ୍ବା ଏହିପରି କୌଣସି ମେଡିକାଲ ଅବସ୍ଥା ଥିବା ପିଲାମାନେ ଖାଦ୍ୟ, ଔଷଧ ଏବଂ ଏକ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେଇପାରିବେ। ପେନ୍-ପେନ୍‌ସିଲ୍, ରବର, କାଗଜ, ସ୍କେଲ୍, କାଲ୍‌କୁଲେଟର, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଗଗଲ୍ସ, କ୍ୟାପ୍, ଆସେସୋରିଜ୍, ଅଳଙ୍କାର ଏବଂ କ୍ୟାମେରା ନେବା ଅନୁମରି ନାହିଁ।

NEET
Advertisment
Advertisment