Advertisment

ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ: ଏଣିକି ଟୋଲ୍‌ ଫ୍ରି ନମ୍ବରରେ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଛାତ୍ରଛାତ୍ରୀ

ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Holiday Homework Programme In Odisha

Holiday Homework Programme In Odisha

ଛାତ୍ରଛାତ୍ରୀଙ୍କ ଗ୍ରୀଷ୍ଣ ଅବକାଶକାଳୀନ ପାଠପଢ଼ା ପାଇଁ ଟୋଲ୍‌ ଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି। ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସଫଳ ରୂପାୟନ ପାଇଁ ଏକ SOP ପ୍ରସ୍ତୁତ କରାଯାଇ ଏହାର ବିଧିବଦ୍ଧ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟ ସ୍ତରରେ ବିଦ୍ୟା ସମୀକ୍ଷା କେନ୍ଦ୍ରରୁ ଏହାର ତଦାରଖ କରାଯିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଖରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲ୍‌ ଫ୍ରି ନମ୍ବରର ବ୍ୟବସ୍ଥା କରାଯାଇଛି। ଏହି ଟୋଲ୍‌ ଫ୍ରି ନମ୍ବରରେ ଶିକ୍ଷାର୍ଥୀମାନେ ସେମାନଙ୍କର  ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରି ପାରିବେ। ଏହାସହ ସହାୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ। 

ଏତଦ୍‌ବ୍ୟତୀତ ବିଦ୍ୟାଳୟ ସ୍ତରରେ ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛି। ଟୋଲ୍‌-ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment
Odisha News
Advertisment
Advertisment