ନାକ୍ ଗ୍ରେଡେସନରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ୨୦୧୬ରେ ଏ- ପ୍ଲସ ଗ୍ରେଡ ପାଇଥିବା ବେଳେ ୨୦୨୩ରେ ଏହା ଏ- ଗ୍ରେଡକୁ ଖସି ଆସିଛି । ତେବେ କାହିଁକି ତଳକୁ ଖସିଲା ରାଜ୍ୟର ସର୍ବବୃହତ ତଥା ସର୍ବ ପୂରାତନ ସରକାରୀ ବିଶ୍ୱବିଦ୍ୟାଳୟର ରାଙ୍କ ? ୟୁନିଭର୍ସିଟିରେ କ’ଣ ଅବହେଳା ଖୋଜି ପାଇଛନ୍ତି ନାକ୍ ଟିମ ? ଛାତ୍ରଛାତ୍ରୀ ଏହାକୁ ନେଇ ଚିନ୍ତାପ୍ରକଟ କରିଥିବାବେଳେ ପୂର୍ବତନ କୁଳପତି ସିଧା ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାରଙ୍କ ଉପରେ । ସେପଟେ ୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
Published: Satyendu Shekher Mishra
Last updated: 02 May 2023, 09:15 PM IST
ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ।