Advertisment

ଗଣଶିକ୍ଷା ବିଭାଗର ସର୍ବଭାରତୀୟ ପରୀକ୍ଷା କୋଚିଂ ଭେଳିକି

କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି?

author-image
Chandan Shishu
ଅଦ୍ୟତନ ହୋଇଛି
Odisha SME Dept’s Free Coaching Scheme

Odisha SME Dept’s free coaching scheme

ଗଣଶିକ୍ଷା ବିଭାଗର ସର୍ବଭାରତୀୟ ପରୀକ୍ଷା କୋଚିଂ ଭେଳିକି। ଆଇଆଇଟି, ଜେଇଇ, ନିଟ୍, ଏନଡିଏ ପରୀକ୍ଷା ପାଇଁ ବର୍ଷେ ତଳେ କୋଚିଂ ବ୍ୟବସ୍ଥା କରିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଲାଗୁ ହେଲା ଆଦର୍ଶ ବିଦ୍ୟାଳୟରେ। ବାଦ୍ ପଡିଲେ ଅନ୍ୟ ଜୁନିୟର କଲେଜ ଛାତ୍ରଛାତ୍ରୀ। ଗତବର୍ଷ ହଜାରେ ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଲାଗି ବିଜ୍ଞାପନ ମାଧ୍ୟମରେ ଆବେଦନ ଆହ୍ବାନ କରିଥିଲା ନିର୍ଦ୍ଦେଶାଳୟ। ପିଲାମାନେ ଆବେଦନ କରିଥିଲେ ସୁଦ୍ଧା କୋଚିଂ କଥା କିନ୍ତୁ ଆଗକୁ ବଢିପାରିନି। ଯୁକ୍ତ ଦୁଇ ପାଠ ପଢୁଥିବା ସମୟରେ ଏକ ଘରୋଇ ସଂସ୍ଥା ପିଲାଙ୍କୁ କୋଚିଂ ଦେଇଥାନ୍ତା ବୋଲି କୁହାଯାଉଥିଲା। 

Advertisment

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜେଇଇ, ନିଟ୍ ଭଳି ପରୀକ୍ଷାରେ ଓଡ଼ିଆ ମିଡିୟମ କଲେଜର ସଫଳତା ହାରକୁ ବଢାଇବା ଏହାର ଲକ୍ଷ୍ୟ ଥିଲା। ମାତ୍ର ଏହି କୋଚିଂ ବ୍ୟବସ୍ଥା କେବଳ ସିବିଏସ୍ଇ ବୋର୍ଡ ଦ୍ୱାରା ଅନୁମୋଦିତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଲାଗୁ ହୋଇଛି। ଅନ୍ୟ ଯୁକ୍ତ ଦୁଇ କଲେଜରେ ଲାଗୁ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଅଧିକ ପଢ଼ନ୍ତୁ: ଫେଲ୍ ମାରିଲା IAS କୋଚିଂ, ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା ଯେ, ଅନ୍ଏକା଼ଡେମୀ ନାମକ ଏକ ଘରୋଇ ସଂସ୍ଥା ପ୍ଲସ୍ ଟୁ ସ୍ତରରେ ପିଲାଙ୍କ କୋଚିଂ ନେଇ ସ୍କଲାରସିପ୍ ଦେବ। ତେବେ କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି? ରାଜ୍ୟରେ ଓଡ଼ିଆ ମିଡିୟମ୍ କଲେଜ ଗୁଡିକର ପ୍ରଦର୍ଶନ ସର୍ବଭାରତୀୟ ସ୍ତରର ଇଞ୍ଜିନିୟରିଂ,ମେଡିକାଲ ଓ ପ୍ରଫେସନାଲ୍ କୋର୍ସରେ ନିରାଶାଜନକ ରହୁଛି କିନ୍ତୁ ସିବିଏସ୍ଇ ବୋର୍ଡର ଛାତ୍ରଛାତ୍ରୀ ଏଥିରେ ବାଜିମାତ୍ କରୁଛନ୍ତି।

ସେପଟେ ରାଜ୍ୟ ସରକାର କେବଳ ଆଦର୍ଶ ବିଦ୍ୟାଳୟରେ କୋଚିଂ, ସ୍କଲାରଶିପ ଦେଉଛନ୍ତି। ଅନ୍ୟ ଜୁନିୟର କଲେଜରେ ଏହା ଲାଗୁ ହେବା ନେଇ ଯୋଜନା ନାହିଁ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଚ କରିଛି। ତେବେ ଏ ସଂପର୍କରେ ଅନ୍ଏକାଡେମୀର ପ୍ରତିକ୍ରିୟା ମିଳିପାରିନାହିଁ। ସାଧାରଣ ଜୁନିୟର କଲେଜର ପିଲାଏ ନିଜସ୍ବ ଉଦ୍ୟମରେ ଜେଇଇ, ନିଟ୍ ପ୍ରସ୍ତୁତି କରୁଛନ୍ତି, ଏହା ଫଳରେ ସେମାନଙ୍କୁ ଫ୍ରି କୋଚିଂ ମିଳିପାରନ୍ତା । ଏହା ଲାଗୁ ହେଲେ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶନ ହାର ବଢିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

(ସୋରରୁ ନିରଞ୍ଜନ ବେହେରା ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Advertisment
Advertisment