/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744420047.jpg)
Builder Murder in Bhubaneswar
ରାଜଧାନୀରେ ବିଲଡରଙ୍କୁ ବୀଭତ୍ସ ହତ୍ୟା। ଜାଗାବାଡି ବିବାଦକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା କୁହାଯାଉଛି। ମୃତକ ହେଲେ ସସ୍ମିତ ବିଶ୍ବାଳ ଓରଫ୍ ଚିନୁ। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ଜାଗାବାଡି ପଜେସନ ପାଇଁ ଯାଇଥିବା ବେଳେ ସ୍ପଟ୍ ଉପରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ରଖାଯାଇଛି ମୃତଦେହ। ମେଡ଼ିକାଲ ବାହାରେ ମୃତ ବିଲଡର ସସ୍ମିତ ବିଶ୍ବାଳଙ୍କ ସଂପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ମହିଳା ହତ୍ୟାକାଣ୍ଡରେ ଚନ୍ଦନ ଗିରଫ, ଖଣ୍ଡଗିରିରୁ ଆଣି ମାରିଥିଲା ଲିଙ୍ଗିପୁରରେ
ଏପଟେ ପୁଣି ଥରେ ଗର୍ଜିଲା ପୋଲିସ ବନ୍ଧୁକ, ଫୁଟିଲା ଗୁଳି । ଏଥର ଘାଇଲା ହେଲା ନିଶା ବେପାରୀ । ଗତକାଲି ସମୟ ରାତି ପ୍ରାୟ ୩ଟା । ସ୍ପେଶାଲ କ୍ରାଇମ ୟୁନିଟ ପାଖରେ ପହଞ୍ଚିଥିଲା ଖବର । ଦୀର୍ଘ ମାସେ ହେଲା ଶେଖ ଜାମସେଦକୁ ଧରିବା ପାଇଁ ପୂରା ଟିମ ଜାଲ ବିଛାଇଥିବା ବେଳେ ଧରାପଡ଼ିଥିଲା ଶିକାର । ବ୍ୟାଗରେ ବ୍ରାଉନସୁଗାର ଧରି ଖଣ୍ଡଗିରି ପାହାଡ଼ ତଳ ସ୍ଥାନରେ ଡିଲ୍ ପାଇଁ ଛିଡା ହୋଇଥିଲା ଜାମସେଦ୍, ଏତିକିବେଳେ ଅତର୍କିତ ଚଢାଉ କଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ପୋଲିସକୁ ଦେଖି ହଡବଡେଇ ଯାଇଥିଲା ଜାମସେଦ । ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଏବଂ ପୋଲିସକୁ ଅଟକାଇବାକୁ ଚଳାଇଥିଲା ଗୁଳି। ପାଲଟା ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ୍ । ଦୁଇଟିଜାକ ଗୁଳି ଗୋଡ଼ରେ ବାଜିବା ପରେ ଆହତ ହୋଇଥିଲା ଜାମସେଦ୍ । ତାକୁ ଗିରଫ କରି ଏମ୍ସରେ ଭର୍ତ୍ତି କରିଛି ପୋଲିସ । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୋଟିଏ ବାଇକ୍, ଏକ ବ୍ୟାଗରୁ ୨ ପ୍ୟାକେଟ୍ ବ୍ରାଉନସୁଗାର ସହ ସହ ୪ଟି ଖୋକା ଜବତ ହୋଇଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ କରିଛି ଛାନବିନ । ଜାମସେଦ୍ ନାଁରେ ଏକାଧିକ ଥାନାରେ ମାମଲା ରହିଥିବାବେଳେ ପଶ୍ଚିମଙ୍ଗ ହୋଇ ନେପାଳ ସହ ତାର ନେଟୱର୍କ ଥିବା ଜଣାପଡ଼ିଛି ।
ଅପରାଧ ଓ ଅପରାଧୀଙ୍କୁ ପୋଲିସର କଡ଼ାଚେତାବନୀ । ଗତ ୩ ମାସରେ ୫ ଜଣଙ୍କୁ ଏନକାଉଣ୍ଟର କଲାଣି କମିଶନରେଟ୍ ପୋଲିସ ଫେବୃଆରୀ ୧୬- କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଗୁଳି । ମାର୍ଚ୍ଚ ୮ ରାତି ୩ଟା- ଏଟିଏମ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର । ଏପ୍ରିଲ ୩- ଚେନ୍ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବଙ୍କୁ ବଡ଼ବଡ଼ ଥାନା ଅଞ୍ଚଳରେ ଏନକାଉଣ୍ଟର କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏଭଳି ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର ସହ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଦେଖାଇଦେଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)