/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744419450.jpg)
25-Year Conflict Resolution
ଗାଁରେ ଦୁଇଟି ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲଗିଥିଲା ବିବାଦ। ଗୋଟିଏ ବର୍ଗର ଲୋକାଙ୍କୁ ଗାଁରୁ ବିତାଡିତ କରିଥିଲେ ଅନ୍ୟ ଗୋଷ୍ଠୀ। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୨୫ ବର୍ଷ ଧରି ଗାଁ ଛାଡି ଯାଜାବର ଜୀବନଯାପନ କରୁଥିଲେ ୫୦ ପରିବାର। ହେଲେ ଏବେ ଅଢେଇ ଦଶନ୍ଧିର ସଂଘର୍ଷରେ ଲାଗିବକୁ ଯାଉଛି ବିରାମ। ପ୍ରଶାସନିକ ସ୍ତରରେ ଉଦ୍ୟମ ଯୋଗୁ ଏବେ ଭିଟାମାଟିକୁ ଫେରିବେ ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗ୍ରାମର ସେହି ପରିବାର।
ଗାଁରେ ପୁନବସତି ପାଇଁ ଚାଲିଛି ପ୍ରସ୍ତୁତି। ଦୀର୍ଘ ୨୫ ବର୍ଷ ପରେ ଭିଟାମାଟିକୁ ଫେରିବେ ଲୋକେ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗାଁର ସେହି ୫୦ ପରିବାରର ଲୋକ ଯେଉଁମାନଙ୍କ ଫେରିବା ପାଇଁ ପଥ ପରିଷ୍କାର କରିଛି ପ୍ରଶାସନ। ଦୁଇ ବର୍ଗ ମଧ୍ୟରେ ବିବାଦକୁ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ବିତାଡିତ କରିଥିଲେ ଅନ୍ୟ ବର୍ଗର ଲୋକେ। ଜନ୍ମମାଟିକୁ ଫେରିବାକୁ ବର୍ଷ ବର୍ଷ ଧରି ଯେଉଁ ସଂଘର୍ଷ କରିଥିଲେ, ସେଥିରେ ଲାଗିଛି ବିରାମ। ଅନେକ ଥର ପ୍ରଶାସନିକ ସ୍ତରରେ ଉଦ୍ୟମ ବିଫଳ ହୋଇଥିବାବେଳେ , ଏବେ କିନ୍ତୁ ସୁଫଳ ମିଳିଛି। ତହସିଲଦାର, ବି.ଡି.ଓ, ଏସ୍.ଡି.ପି.ଓ ଏବଂ ଥାନା ଅଧିକାରୀ ବିତାଡିତ ପରିବାରଙ୍କୁ ଗାଁ କୁ ନେଇ ସେମାନଙ୍କ ଯାଗା ଚିହ୍ନଟ କରିଛନ୍ତି I ଅଢେଇ ଦଶନ୍ଧି ପରେ ଭିଟା ମାଟିରେ ପାଦ ରଖି ଖୁସି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ: ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ୭୦ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ମିଳିବ ‘ବୟୋ ବନ୍ଦନା’ କାର୍ଡ...
୨୦୦୦ ମସିହାରେ ଦୁଇଟି ଭିନ୍ନ ଭିନ୍ନ ବର୍ଗ ମଧ୍ୟରେ ବିବାଦ ଦେଖାଦେଇଥିଲା। ଶେଷରେ କିଛି ପ୍ରଭାବଶାଳୀ ଗୋଷ୍ଠି ଏକାଠି ହୋଇ ଅନ୍ୟ ବର୍ଗର ୫୦ଟି ପରିରଙ୍କୁ ଗାଁରୁ ବିତାଡିତ କରିଥିଲେ। ସେହି ଦିନଠାରୁ ଏକଘରକିଆ ହୋଇ ରହିଥିବା ଏହି ପରିବାର ସବୁ ଗାଁକୁ ଫେରିବାକୁ ପ୍ରଶାସନ ନିକଟରେ ଅନେକ ଥର ଫେରାଦ ହୋଇଥିଲେ। ଏପରିକି ଗତ ଫେବୃଆରୀରେ ଉଭୟ ପକ୍ଷର ଲୋକଙ୍କୁ ନେଇ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନ ସଫଳ ହୋଇନଥିଲା। ହେଲେ ଏବେ ପ୍ରଶାସନର ଦୃଢ ପଦକ୍ଷେପ ଯୋଗୁ ସେମାନେ ଜନ୍ମମାଟିରେ ବାକି ଜୀବନ ବିତାଇବାର ସ୍ବପ୍ନ ସାକାର ହେବାକୁ ଯାଉଛି।
ଆଗକୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଆସିକା ତହସିଲଦାର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)