• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପରିବର୍ତ୍ତନ ସଂସାରର ଏକମାତ୍ର ସ୍ଥିର ପ୍ରକ୍ରିୟା । ଆଉ ଏହା ମୁଦ୍ରାସ୍ପିତି ଓ ଟଙ୍କାର ମୂଲ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ । ମୁଦ୍ରାସ୍ପିତିର ପ୍ରଭାବ କାରଣରୁ ଟଙ୍କାର ମୂଲ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଯାହାର ଅର୍ଥ ହେଉଛି ଆଜି ଆପଣ ଏକ ନିର୍ଦ୍ଦିଷ୍ଟ ରାଶିରେ ଯାହା କିଣିପାରିବେ, ଭବିଷ୍ୟତରେ ସମାନ ମାତ୍ରାରେ କିଣିପାରିବେ ନାହିଁ । 

ଭବିଷ୍ୟତରେ ଟଙ୍କାର ମୂଲ୍ୟ ବିଷୟରେ ଜାଣିବା କାହିଁକି ଜରୁରୀ ? 

ସଞ୍ଚୟ ଅର୍ଥରେ ଭବିଷ୍ୟତରେ ବାସ୍ତବରେ ଆପଣ କ'ଣ କିଣି ପାରିବେ ଜାଣିବାପାଇଁ ଟଙ୍କାର ଭବିଷ୍ୟତର ମୂଲ୍ୟ ବୁଝିବା ଜରୁରୀ । ଯଦି ମୁଦ୍ରାସ୍ପିତି ଅଧିକ, ତେବେ ଆପଣଙ୍କର ଟଙ୍କାର ମୂଲ୍ୟ ହ୍ରାସ ପାଇଥାଏ । ଯାହାର ଅର୍ଥ ଆପଣ ଉକ୍ତ ରାଶିରେ କମ କିଣି ପାରିବେ । ଏହାର ବିପରୀତ ଯଦି ମୁଦ୍ରାସ୍ପିତି କମ ରହିଛି, ତେବେ ଆପଣଙ୍କର ଟଙ୍କା ଅଧିକ ଖର୍ଚ୍ଚ ହେବ, ଯେଉଁଥିରେ ଆପଣ ଅଧିକ କିଣି ପାରିବେ । ଭବିଷ୍ୟତରେ ନିଜର ଆବଶ୍ୟକତା ଓ ଲକ୍ଷ୍ୟ ପୂରଣ ପାଇଁ ଜାଣିବା ଲାଗି ଟଙ୍କାର ମୂଲ୍ୟ ବିଷୟରେ ଜାଣିଲେ ସଠିକ୍ ଯୋଜନା ପ୍ରସ୍ତୁତ କରିବାକୁ ସହଜ ହେବ ।

ଅତୀତରେ ବର୍ଷ ୨୦୧୦ରେ ମୁଦ୍ରାସ୍ପିତି ୧୨ ପ୍ରତିଶତ ଉଚ୍ଚତମ ସ୍ତରରେ ରହିଥିଲା । ୨୦୧୬ରେ ଏଥିରେ ହ୍ରାସ ହେବା ଆରମ୍ଭ ହେବାସହ ପ୍ରାୟ ୪ ପ୍ରତିଶତକୁ ଖସି ଆସିଥିଲା । ଯାହାକି ୨୦୧୯ ପର୍ଯ୍ୟନ୍ତ RBIର ନିୟନ୍ତ୍ରଣରେ ରହିଥିଲା । ତେବେ ମହାମାରୀ ପରେ ମୁଦ୍ରାସ୍ପିତି ୬ ପ୍ରତିଶତ ଉପରକୁ ଚାଲିଯାଇଥିଲା ଓ କିଛି ସମୟ ପାଇଁ ଏହାଠାରୁ ଅଧିକ ଉଚ୍ଚ ସ୍ତରରେ ରହିଥିଲା । ମାତ୍ର ବର୍ତ୍ତମାନ ପୁଣିଥିରେ ମୁଦ୍ରାସ୍ପିତି ୪ ପ୍ରତିଶତ ତଳକୁ ଖସି ଆସିଛି ।

୧ ଲକ୍ଷ ଟଙ୍କାର ଭବିଷ୍ୟତ ମୂଲ୍ୟ: ୪ ପ୍ରତିଶତ ମୁଦ୍ରାସ୍ପିତିର ଆନୁମାନିକ ପ୍ରଭାବ 

ବର୍ତ୍ତମାନ ମୁଦ୍ରାସ୍ପିତି ସ୍ତର ଓ ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ଦୀର୍ଘକାଳୀନ ଲକ୍ଷ୍ୟକକୁ ବିଚାର କଲେ ମୁଦ୍ରାସ୍ପିତି ୪ ପ୍ରତିଶତ ସ୍ଥିର ରହିପାରେ  ଆକଳନ କରାଯାଉଛି । ଏପରି ହେଲେ ଆଗାମୀ ୨୦,୩୦ ଓ ୪୦ ବର୍ଷରେ ଏକ ଲକ୍ଷ ଟଙ୍କାର ମୂଲ୍ୟର ଆକଳନ କରିହେବ । ମୁଦ୍ରାସ୍ପିତି ଆରବିଆଇର ଲକ୍ଷ୍ୟ ସୀମା ଭିତରେ ରହିଲେ ଆକଳନ ସମ୍ଭବ ହୋଇପାରିବ ।

୨୦ ବର୍ଷ ପରେ ଏକ ଲକ୍ଷ ଟଙ୍କାର ମୂଲ୍ୟ

ଯଦି ୪ ପ୍ରତିଶତ ବାର୍ଷିକ ମୁଦ୍ରାସ୍ପିତିକୁ ନିଆଯାଏ, ତେବେ ଆଜିର ଏକ ଲକ୍ଷ ଟଙ୍କାର ମୂଲ୍ୟ ୨୦ ବର୍ଷ ପରେ ପ୍ରାୟ ୪୫,୮୦୦ ଟଙ୍କା ହେବ । ଏହାର ଅର୍ଥ ଆଜି ଏକ ଲକ୍ଷ ଟଙ୍କାରେ ଯାହା କିଣାଯାଇପାରେ, ଏହା ମୁଦ୍ରାସ୍ପିତି ବୃଦ୍ଧି ପ୍ରଭାବରେ ୨୦ ବର୍ଷ ପରେ କେବଳ ୪୫,୮୦୦ ଟଙ୍କାର ବରାବର ହେବ ।

୩୦ ବର୍ଷ ପରେ ଏକ ଲକ୍ଷ ଟଙ୍କାର ମୂଲ୍ୟ

ଏହି ୪ ପ୍ରତିଶତ ବାର୍ଷିକ ମୁଦ୍ରାସ୍ପିତି ଅନୁସାରେ ୩୦ ବର୍ଷ ପରେ ୧ ଲକ୍ଷ ଟଙ୍କାର ମୂଲ୍ୟ ପ୍ରାୟ ୨୩,୫୦୦ ଟଙ୍କା ହୋଇଯିବ । ଏହା ଦର୍ଶାଉଛି ଯେ ମୁଦ୍ରାସ୍ପିତିର ପ୍ରଭାବ କିପରି ଲମ୍ବା ସମୟ ଧରି କ୍ରୟ ଶକ୍ତିକୁ ହ୍ରାସ କରୁଛି । 

୪୦ ବର୍ଷ ପରେ ଏକ ଲକ୍ଷ ଟଙ୍କାର ମୂଲ୍ୟ

ସେହିପରି ୪୦ ବର୍ଷ ପରେ ଦେଖିଲେ ମୁଦ୍ରାସ୍ପିତି ୪ ପ୍ରତିଶତ ବାର୍ଷିକ ହାରରେ ରହିଲେ, ଆଜିର ଏକ ଲକ୍ଷ ଟଙ୍କାର ମୂଲ୍ୟ ପ୍ରାୟ ୧୨,୧୦୦ ଟଙ୍କା ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now