Advertisment

Gold Price Today 13th September 2024: କଣ ରହିଛି ଆଜିର ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

author-image
Pallipuspa Samal
ଅଦ୍ୟତନ ହୋଇଛି
Gold and silver prices today on 13-09-2024: Check latest rates in your city

Gold Price Today

ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସୁନାର ଦାମ୍ ସାମାନ୍ୟ କମିଛି  । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୧୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୦୪୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୧୬ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୭୨୮ ଟଙ୍କା ରହିଛି।

Advertisment

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୧୬୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୦୪ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୬୩୨ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୩୪୦ ଓ ୧ କେଜି ପିଛା ୯୩,୪୦୦ ଟଙ୍କା ରହିଛି ।

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

Advertisment
Gold Price Today
Advertisment
Advertisment