• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୮ ମହଲାର ବାଲ୍‌କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିବା ସମୟରେ ନାବାଳକର ବାପାମା’ ଶୋଇଥିଲେ। ଶୁକ୍ରବାର ଦିନ ନୋଏଡା ସେକ୍ଟେର ୭୮ରେ ଏହି ଘଟଣା ଘଟିଛି। ମୃତ ନାବାଳକଙ୍କ ନାଁ ଅକ୍ଷତ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସୂଚନା ଅନୁସାରେ, ହାଇଡ୍‌ ପାର୍କ ସୋସାଇଟିରେ ୮ମ ମହଲାରେ ପ୍ରଭାତ ଚୌହ୍ୱାନ, ସ୍ତ୍ରୀ ଓ ୨ ପିଲାଙ୍କ ସହ ରୁହନ୍ତି। ସେମାନଙ୍କର ପ୍ରକୃତ ଘର ବିହାରରେ। ତେବେ ଶୁକ୍ରବାର ଭୋର ୫ଟା ୪୫ରେ ଅକ୍ଷତ ବାଲକୋନିକୁ ଯାଇଥିବା ବେଳେ ସେଠାରେ ଫୁଲକୁଣ୍ଡ ଓ ଗଛ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଛୋଟ ଛୁଆଟି ଭୋରରୁ ଉଠି ଘର ଭିତରେ ଏଣେତେଣେ ବୁଲୁଥିଲା। ଦୁର୍ଭାଗ୍ୟବଶତଃ ସେ ୮ମ ମହଲାରୁ ବାଲ୍‌କୋନିରୁ ତଳକୁ ଖସି ପଡ଼ିଥିଲେ।

Also Read

ପ୍ରଥମେ ସିକ୍ୟୁରିଟି ଗାର୍ଡ ଶିଶୁକୁ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ତୁରନ୍ତ ଏସମ୍ପର୍କରେ ତାଙ୍କ ବାପାମା’ଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।