/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744773139.jpg)
jatra party
ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ପଡ଼ିବ କି ଯବନିକା। ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିବ। ଏଥିରେ ସମସ୍ତ କଳାକାରଙ୍କୁ ଡକାଯାଇଛି । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ହେବ। ଏନେଇ କଳାକାର ସଂଘର କର୍ମକର୍ତ୍ତା ବାପି ପଣ୍ଡା ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା
ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।
ଏହାର ଶୀଘ୍ର ସମାଧାନ ପାଇଁ କଳାକାର ସଂଘ ବୈଠକ ବସିବ। ତେବେ ଏହି ବୈଠକରେ କେଉଁ ଦିଗ ଉପରେ ଆଲୋଚନା ହୋଇପାରେ ତା’ ଉପରେ ସମସ୍ତଙ୍କ ନଜର ରହିଛି । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ପଛର ଅସଲ କାରଣ କ’ଣ ?
ବୈଠକରେ ଅଭିନେତା ପୀୟୂଷଙ୍କ ପ୍ରସଙ୍ଗ ଉଠିପାରେ? ନରି ପଣ୍ଡାଙ୍କୁ ବ୍ୟାନ ପ୍ରସଙ୍ଗରେ ଆଲୋଚନା ହୋଇପାରେ ? ଆଇପିଏଲ ଢଙ୍ଗରେ କଳାକାର ନିଲାମୀ ପ୍ରସଙ୍ଗରେ ହୋଇପାରେ ଆଲୋଚନା । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ବାହାରିପାରେ ମଝି ରାସ୍ତା ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)