/odishatv-khabar/media/post_attachments/uploadimage/library/16_9/16_9_0/Accident_1744773537.jpg)
Accident
ସକାଳୁ ସକାଳୁ ରାଜଧାନୀରେ ଘଟିଛି ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ୍। ଭୁବନେଶ୍ୱର ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ହେଲେ ଟ୍ରାକ୍ଟରଟି ଭାଙ୍ଗି ଯାଇଥିବା ବେଳେ ସ୍କୁଲ ବସ୍ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି।
Advertisment
ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ.. ଦୁର୍ଘଟଣାଗ୍ରସ୍ତ କାର୍ରୁ ମିଳିଲା ସୁନା, ରୁପା ସହ ବିଡ଼ା ବିଡ଼ା ନୋଟ୍
ଆଜି ସକାଳେ ଘରୋଇ ସ୍କୁଲ ବସ୍ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା। ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା। ସ୍କୁଲ ବସ୍ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।
Advertisment
ଦୁର୍ଘଟଣାରେ ସ୍କୁଲ ବସ୍ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଥିଲା। ହେଲେଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଲ ବସ୍ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: କଟକ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଯାତ୍ରୀ ଆହତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)