Advertisment

National Herald Money Laundering Case: ଅଡୁଆରେ ସୋନିଆ-ରାହୁଲ; ଦାଖଲ ହେଲା ଚାର୍ଜସିଟ୍

ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି।

author-image
Tapaswini Nayak
congress

congress

ଅଡୁଆରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

Advertisment

ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି।

ଅଧିକ ପଢ଼ନ୍ତୁ: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି

Advertisment

୧୯୩୮ରେ ଜବାହାରଲାଲ୍ ନେହରୁ ନ୍ୟାସନାଲ ହେରାଲ୍ଡ ସମାଚାର ପତ୍ରର ସ୍ଥାପନା କରିଥିଲେ। ଏହି ଜର୍ଣ୍ଣାଲ୍ ସେତେବେଳେ ସ୍ୱାଧୀନତା ସଂଗ୍ରାମର ପ୍ରତୀକ ଥିଲା। ଏହାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଦ୍ୱାରା ପ୍ରକାଶ କରାଯାଉଥିଲା। ୨୦୦୮ ଆର୍ଥିକ ସଂକଟ ପରେ ସମାଚାର ପତ୍ରକୁ ବନ୍ଦ କରିଦିଆଯାଇଥିଲା। ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ୨୦୧୦ରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନାମକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା ।

ଏଥିରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଥିଲା। ଏହାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୨୦୧୨ରେ ଅଭିଯୋଗ କରିଥିଲେ। ସେ କହିଥିଲେ, ୟଙ୍ଗ ଇଣ୍ଡିଆ ଲିମିଟେଡ୍, ଆସୋସିଏଟେଡ୍ ଜର୍ଣ୍ଣାଲର ୨ ହଜାର କୋଟିର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ପ୍ରାପ୍ତ କରିଥିଲା। ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ଏଥିରେ ଅର୍ଥ ହେରଫେର୍ କରିଛନ୍ତି । ଏହାପରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଜମି ଦୁର୍ନୀତି ମାମଲା, ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ ଭଦ୍ରା

Congress Sonia Gandhi Rahul Gandhi
Advertisment
Advertisment