• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

group clash
ଦୁଇ ଗୋଷ୍ଠୀ ମୁହାଁମୁହିଁଁ; ୧୦ରୁ ଅଧିକ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୁଣ୍ଠିରିବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଶୋଭାଯାତ୍ରାରେ ବର ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ସେମାନଙ୍କୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ୧୨ଜଣ ଆହତ ହୋଇ ଥିବା ବେଳେ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗତ ୫ବର୍ଷ ହେଲା ଗୁଣ୍ଠିରିବାଡ଼ି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଛି। ତେବେ ଗତ କିଛି ଦିନ ତଳେ […]

bolangir
ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅନ୍ତର୍ଗତ ପୁଡ଼ାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଶିଶୁଟିର ମୃତ୍ୟୁ ଘଟିଛି। ତେବେ ଶିଶୁଟିର ଅଣ୍ଟା ତଳକୁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି। ଶିଶୁଟି ୩-୪ ଦିନର ବୋଲି ସୂଚନା ମିଳିଛି। ସୂଚନାଥାଉ କି, ୨୦୧୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ରାତିରେ କଟକ ଶିଶୁ ଭବନ ପରିସରରେ ଏଭଳି କିଛି ଦୃଶ୍ୟ […]

bjp
ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଫେରାଦ ହୋଇଛନ୍ତି। ୩ ଜଣ ବରିଷ୍ଠ ଅଫିସରଙ୍କ ନାଁରେ ସିଇଓଙ୍କ ଠାରେ ବିଜେପି ଅଭିଯୋଗ କରିଛି। ଭି. କେ. ପାଣ୍ଡିଆନ, ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି। ୩ ଜଣ ଅଫିସର୍ ଜଣେ ଫିଲ୍ମ ନିର୍ମାତାଙ୍କ ସହ ଏକ ହୋଟେଲ୍‌ରେ ଏକାଠି ହେଉଛନ୍ତି। […]

political violence
ବିଜେଡି-କଂଗ୍ରେସ ସମର୍ଥକ ମୁହାଁମୁହିଁ

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମତଦାନକୁ ନେଇ କଂଗ୍ରେସ-ବିଜେଡି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା।  ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି […]

accident
ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌; ଜଣେ ଶିଶୁ ମୃତ, ୨୦ଆହତ

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍‌କୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେବା ଫଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। […]

repolling
୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଠିକ୍‌ ଭାବେ ହୋଇପାରିନଥିବା ୯ ଟି ବୁଥ୍‌ରେ ଆଜି ସାନି ମତଦାନ ଚାଲିଛି। ଗତ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୯ଟି ବୁଥ୍‌ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର ରଙ୍ଗାଢିପା ବୁଥ୍‌, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍‌, ଅତାବିରା ଆସନର ୨୩୫ ନମ୍ବର […]

puri
ପୁରୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ୨ ଗିରଫ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍‌ ଭଙ୍ଗାରୁଜା ସହ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍‌ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଓମ୍ ପ୍ରକାଶଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ଏସ୍‌ପି ଉମାଶଙ୍କର […]

bjd
ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବିଜେଡି ଉପ-ସଭାପତି ଓ ସମ୍ପାଦକ

ବାରିପଦା: ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକ ପ୍ରକାର ଝଟ୍‌କା ଲାଗିଛି। ନିଜର ଶତାଧିକ ସମର୍ଥକଙ୍କ ସହ ଜିଲ୍ଲା ବିଜେଡି ଉପ-ସଭାପତି ଈଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଦଳ ଛାଡ଼ିଛନ୍ତି। ସେମାନେ ସେମାନଙ୍କର ଇସ୍ତଫାପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ତେବେ ବାରିପଦାରେ ନବୀନଙ୍କ […]

brown sugar
ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନ୍‌ସୁଗର ଜବତ କରାଯାଇଥିବା ବେଳେ ଯାଜପୁରରୁ ମଧ୍ୟ ବ୍ରାଉନ୍‌ସୁଗର ଜବତ ହୋଇଛି। ଭୁବନେଶ୍ୱରର ହଳଦୀପଡ଼ିଆ ବସ୍ତିରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି କଟକ ଫ୍ଲାଇଂ ସ୍କ୍ୱାଡ୍‌ […]

modi
ଅକ୍ଷୟଙ୍କ ସହ ମୋଦିଙ୍କ ମନ ଖୋଲା କଥା

ନୂଆଦିଲ୍ଲୀ: ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁଭୂତି ଏବଂ ତଥ୍ୟ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି ଭଳି ନିଜ ବ୍ୟକ୍ତିଗତ ଜୀବନଶୈଳୀର ଅନେକ ରୋଚକପୂର୍ଣ୍ଣ କଥା କହିଛନ୍ତି ମୋଦି।

forest
ବନ ବିଭାଗ କାର୍ଯ୍ୟାଳୟରୁ ବନ୍ଧୁକ ଓ ମୋବାଇଲ୍‌ ଲୁଟି ନେଲେ ମାଓବାଦୀ

ନୟାଗଡ଼(ଆର୍ତ୍ତତ୍ରାଣ  ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବାଣୀଗୋଛା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର  ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ସଶସ୍ତ୍ର ମାଓବାଦୀମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶି ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି। ପୂର୍ବରୁ ୨୦୦୮ମସିହା […]

summer
ରାଜ୍ୟରେ ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ଉପକୂଳ ଓଡ଼ିଶାବାସୀ ଛଟପଟ ହେଉଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ତେବେ ଉପକୂଳରେ ଖରା ସାମାନ୍ୟ କମିଛି। ସେହିପରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ଥଇଲା। ସେହିପରି […]

ill
ମିଠା ଖାଇ ୧୨ଶିଶୁ ଅସୁସ୍ଥ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗାଁରେ ଗତକାଲି ରାତିରେ ମିଠା ଖାଇ ୧୨ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପିଲାମାନେ ୮ଦିନ ତଳର ମିଠା ଖାଇଥିଲେ। ବାସି ମିଠା ଖାଇଥିବାରୁ ସେମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।

fire
ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ତିରୁଖା ଗାଁରେ ଥିବା ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଡ଼ା ଓ ବାସୁଦେବପୁରରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଶ୍ୟାମସୁନ୍ଦର ଦାସଙ୍କ ଏହି ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ଲାଷ୍ଟିକ୍‌ ସାମଗ୍ରୀ ସମେତ ମେସିନ୍‌ […]

dharmendra pradhan
ବ୍ଲାକ୍‌ ରୋଜ୍‌ ଦୁର୍ନୀତିକୁ ନେଇ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଯାଜପୁର: ଯାଜପୁର ଜିଲ୍ଲା ବରୁଆଁରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ଲାକ୍‌ ରୋଜ୍‌ ଜାହାଜ କଥା ଉଠାଇଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳର ଜନ ପ୍ରତିନିଧି ଜଣେ ଦୁର୍ନୀତିଗ୍ରସ୍ତ ନେତା।  ସେ ହେଉଛନ୍ତି ବ୍ଲାକ୍‌ ରୋଜ୍‌ ଦୁର୍ନୀତିର ମୁଖ୍ୟ ଖଳନାୟକ। ଦୁର୍ନୀତି ପାଇଁ ସେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ସେପରି ନେତାଙ୍କୁ ଲୋକେ ଆଉ ଭୋଟ୍ ଦେବେ ନାହିଁ।  ସେମିତି ସମସ୍ତ ନେତା ହାରିବେ ବୋଲି ବିଜେପିର ବିଜୟ […]

money-seize
କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍‌ ଏହି ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି କାର୍‌ରେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କୁ ଅଟକାଇଥିଲେ। ତେବେ ଚେକିଂ ବେଳେ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ସମ୍ପର୍କରେ […]