ବିଶାଖାପଟନମ୍: ବଗିକୁ ଅଧା ରାସ୍ତାରେ ଛାଡ଼ି ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲେ ହେଁ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ୍ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲେ। କିଛି ସମୟ ପାଇଁ […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦ କରି ୩ ଜଣ ଆତଙ୍କବାଦୀ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟ ଗୁଜରାଟ ସୀମା ଦେଇ ଭାରତ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ରାଜସ୍ଥାନ ଓ ଗୁଜରାଟ ସମେତ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ରାଜସ୍ଥାନର ସିରୋହି ଏସ୍ପି କଲ୍ୟାଣମଲ ମୀନା ଏହି ଆତଙ୍କୀ ଆଲର୍ଟ ସମ୍ପର୍କରେ ଜିଲ୍ଲାର ସମସ୍ତ ପୁଲିସ୍ ଷ୍ଟେସନକୁ ଚିଠି ଲେଖି ଅବଗତ […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାସୁଦେବପୁର ବିଧାନସଭା କ୍ଷେତ୍ର ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପୀରହାଟରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶରେ ମଧ୍ୟ ସେ […]
ଜଳେଶ୍ୱର: ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ କଚୁଆପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତା ମରାମତିକୁ କେନ୍ଦ୍ର କରି ୨ ଭାଇଙ୍କୁ ପଡ଼ୋଶୀ କୋଦାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ଫେରାର ଅଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। […]
କେନ୍ଦୁଝର: ନିର୍ବାଚନ ପରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଧରାପଡ଼ିଛି। କେନ୍ଦୁଝର ଜିଲ୍ଲାର ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂରେ ହୋଇଥିବା ଏକ ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀ ଧରିଛନ୍ତି। ଗୋଟିଏ କାର୍ ସହ ସନ୍ଦିଗ୍ଧ ଯୁବକଙ୍କୁ ଧରି ବିଜେପି କର୍ମୀ ଟାଉନ୍ ଥାନା ପୁଲିସ୍ର ଜିମା ଦେଇଛନ୍ତି। ତେବେ ଧରାପଡ଼ିଥିବା ଯୁବକ ସଫ୍ଟୱେୟାର୍ ଇଞ୍ଜିନିୟର ବୋଲି ଜଣାଫଡ଼ିଛି। ଅନ୍ୟପକ୍ଷେ, ଷ୍ଟ୍ରଙ୍ଗରୁମ୍ ସାମ୍ନାରୁ ଆଉ ୨ ଯୁବକ ଫେରାର ହୋଇଯାଇଥିବା […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କଟିସାହିରେ ଭୋଗରାଇର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଘେରି ଯାଇଥିଲେ। ଗତ ୫ ବର୍ଷ ଭିତରେ ଅଞ୍ଚଳର ବିକାଶ ପାଇଁ ଏବଂ ମୌଳିକ ସୁବିଧା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଅନନ୍ତ ଦାସଙ୍କୁ ପ୍ରଶ୍ନ କରିଥିଲେ ଲୋକେ। ତା’ସହ ଘେରିଯାଇ ପ୍ରଚାର […]
ଭୁବନେଶ୍ୱର: ବିଚଳିତ ହେଲାଣି ବିଜେଡି। କେନ୍ଦ୍ରାପଡ଼ାରେ କାହିଁକି ଦଳର ମୁଖିଆ ୨ଦିନ ପ୍ରଚାରରେ ଆସି କାହିଁକି ପଡି ରହୁଛନ୍ତି। ତା’ସହ ଗଣ୍ଡା ଗଣ୍ଡା ନେତା ଓ ମନ୍ତ୍ରୀ କେନ୍ଦ୍ରାପଡ଼ାରେ କାହିଁକି ଡେରା ପକାଇଛନ୍ତି ବୋଲି ଓଟିଭିକୁ ସାକ୍ଷାତକାର ଦେଇ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଗୁଜବ କରୁଥିବା ନେଇ ନବୀନଙ୍କ ଆରୋପର କଡ଼ା ଜବାବ ବୈଜୟନ୍ତ […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ। ତେବେ ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେବେ। ଏହାପରେ […]
ବାଲେଶ୍ୱର: ବାଲେଶ୍ୱରରେ ରୋଡ୍ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ଏଥର ବିଜେଡି ପୁଣି ସରକାର ଗଠନ କରିବ ଓ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ନବୀନ ଦେଇଥିବା ବୟାନ ଉପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ‘ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହେବ ଓ ବିଜେପି ନୂଆ ସରକାର ଗଠନ କରିବ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ ଏବଂ […]
ବାଲେଶ୍ୱର: ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍। ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକ ସ୍ଥିତ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିଛନ୍ତି। ତେବେ ଗ୍ୟାସ୍ ଲିକ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି।
ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟର ଅଧୀନରେ ଥିବା ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳିପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିବା ଜଣାପଡ଼ିଛି। ଚତୁର୍ଥ ସେମିଷ୍ଟାରର ପାଠ୍ୟକ୍ରମ ମାତ୍ର ୩୦ ପ୍ରତିଶତ ପଢ଼ା ଯାଇଥିଲେ ମଧ୍ୟ ମେ’ ୪ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ କର୍ତ୍ତୃପକ୍ଷ ପରୀକ୍ଷା ସମୟରେ ପରିବର୍ତ୍ତନ କରିଥିବା […]
ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମ ପରେ ପୀଡିତାଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ରାଜନେତାଙ୍କ ସମ୍ପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା […]
ଦୋହା: ଦୋହାରେ ଚାଲିଥିବା ୨୩ତମ ଏସିଆନ୍ ଆଥଲେଟିକ୍ ଚାମ୍ପିୟନଶିପ୍ରେ ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କୁ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ମିଳିଛି। ସେ ୨୩.୨୪ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ବାହାରିନ୍ର ସାଲୱା ନାସିରଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ କଜାଖସ୍ତାନର ଓଲଗା ସାଫ୍ରୋନୋଭାଙ୍କୁ ରୌପ୍ୟ ପଦକ ମିଳିଛି। ଦୂତିଙ୍କ ଏହା ହେଉଛି ତୃତୀୟ ଏସିଆନ୍ ଆଥଲେଟିକ୍ ଚାମ୍ପିୟନଶିପ୍ ପଦକ। ପୂର୍ବରୁ ଭୁବନେଶ୍ୱରରେ ହୋଇଥିବା ଏସିଆନ୍ ଆଥଲେଟିକ୍ […]
ପୁରୀ: ବଲିଉଡ୍ର ବର୍ଷୀୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ମାନସିକ ଥିବାରୁ ପୁରୀ ଆସି ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି। ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ବେଳେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର […]