• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

123
ଗୀତରେ ଗୀତରେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାର୍ଥକ

ଭୁବନେଶ୍ୱର(ଟି.ଗୌରୀଶଙ୍କର):ସଂଶୋଧିତ ମୋଟରଯାନ ଆଇନ ଆଖିରୁ ନିଦ ହଜାଇ ଦେଇଛି । ଗାଡ଼ି ଧରି ରାସ୍ତାକୁ ବାହାରିବାକୁ ଲୋକେ ଡରୁଛନ୍ତି। ସେଥିପାଇଁ ରାସ୍ତାଘାଟ ବି ଖାଁ ଖାଁ ଲାଗୁଛି। ଅବଶ୍ୟ ଲୋକଙ୍କ ବ୍ୟସ୍ତତାକୁ ଦେଖି ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି।କେଉଁଠି ଗୋଲାପ ଫୁଲ ତ କେଉଁଠି ଚକୋଲେଟ୍‌ ଦେଇ ଲୋକଙ୍କୁ ସଚେତନ ବି କରୁଛନ୍ତି। ହେଲେ ଲୋକଙ୍କୁ ସଚେତନ କରିବା ପାଇଁ ଜୟପୁର ଜଣେ ଯୁବକ ସାର୍ଥକ ସାହୁ ଏକ ନିଆରା ପ୍ରୟାସ କରିଛନ୍ତି । […]

chinmayananda
ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲିଲା ଏସଆଇଟି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକି ତାଙ୍କର ଯୌନ କେଳେଙ୍କାରୀର ଚିତ୍ର ପଦାକୁ ଆଣିଛି। ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ […]

sasu-maa
ଶାଶୂଙ୍କୁ କାନ୍ଧ ଦେଇ ଶ୍ମଶାନକୁ ନେଲେ ୪ ବୋହୂ

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୁ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର ମିଳେ। […]

Capture
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଲସ୍କର-ଇ-ତୋଇବା ଆତଙ୍କୀ ନିହତ

ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ ତଳେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ୨ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଗୁଳି ମାରିଥିବା ଆତଙ୍କବାଦୀ […]

GOLD-MAN
୧୦ ମିନିଟରେ ୩୮ କୋଟି ଟଙ୍କା ଠକେଇ !

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀର ଉପସଭାପତି ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଅନ୍ ଲାଇନ୍ ଟ୍ରାଞ୍ଜାକସନ ଜରିଆରେ ହଙ୍ଗକଙ୍ଗର ଏକ ବ୍ୟାଙ୍କକୁ ପଇସା ପଠାଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଏବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଗୋଲ୍ଡମ୍ୟାନ ସାକ୍ସକୁ ଫେରାଇ ଦିଆଯାଇଛି। ଅଶ୍ୱିନୀ ଅନଲାଇନ ଗେମ୍ ଖେଳି ୫୦ ଲକ୍ଷ ଟଙ୍କା କରଜ କରିଥିଲେ। […]

chandra
ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ

ଅମରାବତୀ: ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳର ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ସୂଚନାଯୋଗ୍ୟ, ଟିଡିପିର ୮ କର୍ମୀ ନିକଟରେ ହତ୍ୟାର ଶିକାର ହୋଇଛନ୍ତି ଓ ଏଥିପାଇଁ ଟି଼ଡିପି ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ବିରୋଧରେ ଅଭିଯୋଗ ଆଣିବା ପରେ ସରକାର ନାଇଡ଼ୁ ଓ ଅନ୍ୟମାନଙ୍କୁ ଗୃହବନ୍ଦୀ କରିଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବା ପାଇଁ […]

new born
କ୍ରେଡିଟ୍ କାର୍ଡ ବିଲ୍‌ ଭରିବା ପାଇଁ ଦୁଇ ନବଜାତ ସନ୍ତାନକୁ ବିକି ଦେଲା ମା‘

ବେଜିଂ: ମା’ ପାଖରେ ସନ୍ତାନ ସୁରକ୍ଷିତ-ଏମିତି ବିଶ୍ୱାସ ଆମ ସମସ୍ତଙ୍କର ରହିଛି। ହେଲେ ମା’ ଟିଏ ତାର ନବଜାତ ସନ୍ତାନକୁ ବିକ୍ରି କରିଦେବ ପୁଣି ଗୋଟିଏ ଦାମି ମୋବାଇଲ୍‌ ପାଇଁ !  ଏମିତି ଘଟଣା କେବେ ଶୁଣିଛନ୍ତି କ ? ବୋଧହୁଏ ଶୁଣି ନ ଥିବେ। ହେଲେ ଚୀନରେ ଏପରି ଘଟିଛି। ଏହି ସୌଖୀନ ମା’ଙ୍କ ଘର ଚୀନ୍‌ର ଝିଜିଆଙ୍ଗରେ। ନିଜ କ୍ରେଡିଟ୍‌ କାର୍ଡର ବିଲ୍‌ ଭରିବା ପାଇଁ ନିଜର ନବଜାତ ଦୁଇ ଯାଆଁଳା ସନ୍ତାନଙ୍କୁ ବିକ୍ରି […]

Untitled-1
ରୁପେଲି ପରଦାକୁ ଫେରିଲେ କି ଜାୟରା !

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍‌ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି। […]

dl-1
ଟ୍ରାଫିକ୍‌ ନିୟମରୁ ତୁରନ୍ତ ବର୍ତ୍ତିବା ପାଇଁ ଏମିତି କଲେ ଇନ୍ସ୍ୟୁରାନ୍ସ ଏଜେଣ୍ଟ

ଭଦୋଦରା: ମୋଟର ଯାନ ନିୟମରେ ପରିବର୍ତ୍ତନ ପରେ କିଏ କେତେ ଉପାୟ ଆପଣାଉଛନ୍ତି। ଏହା ବର୍ତ୍ତମାନ କଡ଼ାକଡ଼ି ହୋଇଯାଥିବାରୁ ସମସ୍ତେ ସବୁ ଡକ୍ୟୁମେଣ୍ଟ ଠିକ୍‌ ଅଛି କି ନା ଯାଞ୍ଚ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାର ପ୍ରୟାସ କରୁଛନ୍ତି। କିନ୍ତୁ କିଛି ଲୋକ ଏଭଳି କିଛି ଉପାୟ ଆପଣାଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି। ଆମେ ଏଭଳି ଜଣକ କଥା କହୁଛୁ ଯେକି ମୋଟର ଭେଇକିଲ ଆକ୍ଟ (ଆମେଣ୍ଡମେଣ୍ଟ) ଆଇନ ୨୦୧୯ର ମୁକାବିଲା ପାଇଁ ନୂଆ […]

pak
ପାକିସ୍ତାନ ଆକ୍ରୋଶର ଗୁମର ଖୋଲିଲେ ବେଲୁଚିସ୍ତାନବାସୀ

ଜେନେଭା: ଭାରତ ବିରୋଧରେ ବିଶ୍ୱକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ପୁଣିଥରେ ଲୋକହସା ହେବାକୁ ପଡ଼ିଛି। ପାକିସ୍ତାନ ପିଓକେ ଏବଂ ବେଲୁଚିସ୍ତାନରେ କେଉଁଭଳି ଭାବେ ସେନା ଦ୍ୱାରା ଲୋକଙ୍କୁ ନିର୍ଯାତନା ଦେଉଛି, ତା’ର ପର୍ଦ୍ଦାଫାସ ହୋଇଛି। ଖୋଦ୍‌ ବେଲୁଚିସ୍ତାନବାସୀ ଜେନିଭା ଠାରେ ଆୟୋଜିତ ଜାତିସଂଘ ମାନିବାଧିକାର ପରିଷଦ ବାହାରେ ପାକିସ୍ତାନ ବିରୋଧରେ ବିକ୍ଷୋଭ କରିଛନ୍ତି। ପାକିସ୍ତାନ ସେନା, ଆଇଏସ୍‌ଆଇ ଓ ଆତଙ୍କବାଦୀମାନେ ବେଲୁଚିସ୍ତାନବାସୀଙ୍କୁ କେମିତି ନିର୍ଯାତନା ଦେଉଛନ୍ତି, ସେକଥାକୁ ବିଭିନ୍ନ ପୋଷ୍ଟର ଏବଂ ବ୍ୟାନର ଲଗାଇ […]

BURKHA
ବୁର୍ଖା ପିନ୍ଧି କଲେଜ ଆସିଲେ ଛାତ୍ରୀ, ବାଡ଼ି ଧରି ଗୋଡ଼ାଇଲେ ପ୍ରିନ୍ସିପାଲ୍

ଲକ୍ଷ୍ନୌ: ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନ୍‌ସିପାଲ୍‌ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ। ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ କହିଛନ୍ତି କଲେଜକୁ ସମସ୍ତେ ୟୁନିଫର୍ମ ପିନ୍ଧି ଆସିବାକୁ ପଡ଼ିବ। […]

PAKISTAN-LEADER
ଭାରତରେ ରହିବା ପାଇଁ ଅନୁମତି ମାଗିଲେ ଇମ୍ରାନ୍‌ଙ୍କ ଦଳର ନେତା

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ବୈଠକରେ ପାକିସ୍ତାନ ଅଭିଯୋଗ କରିଛି କଶ୍ମୀରରେ ଅଳ୍ପସଂଖ୍ୟକ ଅସୁରକ୍ଷିତ। ଅନ୍ୟପଟେ ଠିକ ସେହି ଦିନ ଖୋଦ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳର ନେତା ତଥା ପୂର୍ବତନ ବିଧାୟକ ବଲଦେବ କୁମାର କହିଛନ୍ତି ପାକିସ୍ତାନରେ ସଂଖ୍ୟାଲଘୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ ଅସୁରକ୍ଷିତ। ଏବେ ସେ ଅତ୍ୟାଚାରେ ଅସହ୍ୟ ହୋଇ ଭାରତର ଶରଣ ଲୋଡ଼ିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫର ଜଣେ ସକ୍ରିୟ ନେତା ବଲଦେବ। ପାକିସ୍ତାନର ଖାଇବର […]

brown-0-750x405
୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍ ଆଜି କୁଖ୍ୟାତ ବ୍ରାଉନସୁଗର ଡିଲର ସନ୍ତୋଷ କୁମାର ପଣ୍ଡାକୁ ଗିରଫ କରିଛି। ତା’ ନିକଟରୁ ତିନି ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗାରେ। ପୁଲିସ ତା’ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି। ସୋନ୍ତୋଷ ନାଁରେ ଖୋର୍ଦ୍ଧା […]

gajapati-720x430
ଇସ୍କନର ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମୁହଁ ଖୋଲିଲେ ପୁରୀ ଗଜପତି

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ବିଶ୍ୱର ସବୁ […]

loknath
ପାଣିରେ ବୁଡ଼ିଲା ପୁରୀ ଲୋକନାଥ ମନ୍ଦିର

ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି  ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବା ସମ୍ଭବ ହେଉନି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ […]

murder
ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ଶିଶୁ ସନ୍ତାନଙ୍କୁ ହତ୍ୟା

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ […]

rayagada
ଯୁବତୀ ଓ ମହିଳାଙ୍କ ଅସ୍ୱାଭାବିକ ଆଚରଣ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନଜୋହେଲା ଗାଁରେ ଏବେ ଖେଳି ଯାଇଛି ଆତଙ୍କ। ଗାଁର ମହିଳା, ଯୁବତୀ ଓ ନାବାଳିକାଙ୍କ ଅସ୍ୱାଭାବିକ ବ୍ୟବହାର ସମସ୍ତଙ୍କୁ ଚିନ୍ତାରେ ପକାଇଛି।  ଗାଁର ପ୍ରାୟ ୫ରୁ ୬ ଜଣ ନାବାଳିକା ଓ ମହିଳା ଅସ୍ୱାଭାବିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କିଏ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛି ତ ଆଉ କିଏ ରାସ୍ତାରେ ଗଡ଼ୁଛି । କିଏ ପୁଣି ଅଜବ ବ୍ୟବହାର ଦେଖାଉଛି । ଗାଁ ଲୋକଙ୍କର […]

3456
ଭ୍ୟାନରୁ ଖସି ରାସ୍ତାରେ ଗୁରୁଣ୍ଡୁଥିଲା ଶିଶୁ, ଉଦ୍ଧାର କଲେ ବନବିଭାଗ କର୍ମଚାରୀ

କେରଳ: କଥାରେ ଅଛି ରଖେ ହରି ମାରେ କିଏ…। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳର ମୁନ୍ନାରରେ। । ଦ୍ରୁତ ଗତିରେ ଯାଉଥିଲା ଏକ ଭ୍ୟାନ। ରାସ୍ତା ମଝିରେ ହଠାତ୍‌ ଡୋର ଖୋଲିଗଲା ଏବଂ ଛୋଟ ଶିଶୁଟିଏ ଖସି ପଡ଼ିଲା। ଗାଡି ସେମିତି ସ୍ପିଡ୍‌ରେ ଚାଲିଗଲା। ଏହି ଦୃଶ୍ୟକୁ ସଠାରେ ଲାଗିଥିବା ସିସିଟିଭି କ୍ୟାମେରା କଏଦ କରିଥିଲା। ଭିଡିଓରୁ ଯାହା ଜଣାପଡ଼ୁଛି ଏହା ରାତି ସମୟର ଘଟଣା। ରାସ୍ତା ଶୁନ୍‌ଶାନ ଥିଲା। ହଠାତ ଭ୍ୟାନ୍‌ଟିଏ […]

Capture
ଅନ୍ତର୍ଜାତୀୟ ସ୍ତରରେ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ।  ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି। ଏହି ମହୋତ୍ସବରେ ‘କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ […]

123
ଚିକିତ୍ସାରେ ତ୍ରୁଟି ! ଡାକ୍ତର-ରୋଗୀଙ୍କ ସମ୍ପର୍କୀୟ ମୁହାଁମୁହିଁ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ଚିକିତ୍ସା ଜନିତ ତ୍ରୁଟିକୁ ନେଇ ତୁମୁଳକାଣ୍ଡ ଘଟିଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନିଲ ନାୟକ ନାମକ ଜଣେ ଯୁବକ ତାଙ୍କ ମାଆଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ଆଣିଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ପରେ ଉଗ୍ର ରୂପ ନେଇ ପରେ […]

10lakh
ଘରୁ ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ପଳାଇଗଲେ ଯୁବତୀ, ପଚାରିଲାରୁ କହିଲେ.....

ମୁମ୍ବଇ: ପ୍ରେମରେ ଅନ୍ଧ ହୋଇ ଯାଇଥିଲେ ମୁମ୍ବାଇର ଏଇ ଯୁବତୀଜଣକ । ଭୁଲିଗଲେ ବାପା-ମା’ ପରିବାର ସହ ତାଙ୍କର ୧୯ ବର୍ଷର ସମ୍ପର୍କ। ପ୍ରେମ ପାଇଁ ଘରୁ ୧୦ ଲକ୍ଷ ଟଙ୍କା ଚୋରି କରି ଲୁଚି ପଳାଇଗଲେ। ସ୍ଥାନୀୟ ପୁଲିସ ତାଙ୍କୁ ରବିବାର ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କାନ୍ଦିବଲୀ ଗାଁର ଯୁବତୀ ପାଖ ଗାଁର ଜଣେ ଯୁବକ ଅମୀର ନୌଶାଦଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କର ଦେଖା ପ୍ରଥମେ ଉତ୍ତରପ୍ରଦେଶର ଏକ ବିବାହ ଭୋଜିରେ ହୋଇଥିଲା […]

saha
ବେଆଇନ ଭାବେ ରହୁଥିବା ଶରଣାର୍ଥୀ ବିଦା ହେବେ !

ନୂଆଦିଲ୍ଲୀ: ବେଆଇନ ଭାବେ ଭାରତରେ ରହୁଥିବା ସମସ୍ତ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ତୁରନ୍ତ ଏଠାରୁ ବିଦା କରିବେ। କେବଳ ଆସମ ନୁହେଁ ବରଂ ଭାରତର ଯେଉଁ ସବୁ ଅଞ୍ଚଳରେ ବେଆଇନ୍‌ ଭାବେ ଶରଣାର୍ଥୀ ରହୁଛନ୍ତି, ସେମାନଙ୍କୁ ଏଠାର ବହିଷ୍କାର କରାଯିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତର-ପୂର୍ବ ଡେମୋକ୍ରାଟିକ ମେଣ୍ଟ(ଏନ୍‌ଇଡିଏ)ର ୪ର୍ଥ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଶାହ ପୂର୍ବରୁ ୟୁପିଏ ସରକାର କେଉଁଭଳି ଭାବେ ଉତ୍ତରପୂର୍ବ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ […]

car
ରେସିଂ ଟ୍ରାକ୍‌ରୁ ଉଠି ଆକାଶରେ ଉଡ଼ିଲା କାର୍‌

ଇଟାଲି: ଚାଲିଥିଲା କାର ରେସିଂ। କାର ଧାଉଁଥିଲା ଦ୍ରୁତ ଗତିରେ। ହଠାତ୍‌ କ୍ରାଶ ହେଲା କାର। ଟ୍ରାକ୍‌ରୁ ଉଠି ଉଡ଼ିଲା ଆକାଶରେ।   ହେଲେ ଅଳ୍ପକେ ବର୍ତ୍ତିଗଲେ ରେସର। ଏପରି ଏକ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲିରେ। ଇଟାଲିରେ ଚାଲିଥିଲା ଫର୍ମୁଲା ୩ ରେସ।  ରେସିଂ ଟ୍ରାକରେ ଟର୍ଣ୍ଣିଂ ବେଳେ କାର ସାମାନ୍ୟ ଭାରସାମ୍ୟ ହରାଇଥିଲା । ଚାହୁଁଚାହୁଁ ବହୁ ଉଚ୍ଚକୁ କାର ଉଠି ଯାଇ ବାଉଣ୍ଡରି କରାଯାଇଥିବା ତାର ଜାଲିରେ ମାଡ ହୋଇଥିଲା। ଦୁର୍ଘଟଣାର ଭୟାବହତା […]

2
ଡାକ୍ତରଖାନା ଯିବା ପାଇଁ ରୋଗୀଙ୍କୁ ଭରସା ଖଟିଆ ଆଉ ପରିଜନଙ୍କ କାନ୍ଧ

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ଏଠି ନା ଅଛି ରାସ୍ତାଘାଟ ସୁବିଧା, ନା ଗାଡ଼ିମଟର ସୁବିଧା। ବିପଦବେଳେ ଏଠି ଭରସା ସେଇ ଖଟିଆ, ପରିଜନ ଲୋକଙ୍କ କାନ୍ଧ। ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ତୁଲିପଡା ଗାଁରେ ଗତକାଲି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନାରେ ନ ପହଞ୍ଚାଇଲେ ଜୀବନ ପ୍ରତି ବିପଦ। ହେଲେ ଡାକ୍ତରଖାନା ଯିବେ କେମିତି ?  ଗାଁକୁ ଲାଗି ଯାଇଥିବା ନାଳ ଫୁଲୁଛି। […]

m-i
୨୭ରେ ଜାତିସଂଘ ସାଧାରଣ ପରିଷଦ ବୈଠକ: ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧୨ଟି ଦେଶ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି […]