• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

5432
ଗାଁରେ ନାହାନ୍ତି ଜଣେ ବି ମୁସ୍‌ଲିମ, ହେଲେ ମସ୍‌ଜିଦ୍‌ରୁ ନିୟମିତ ଶୁଭେ ନମାଜ ସ୍ୱର

ପାଟନା: ହିନ୍ଦୁ-ମୁସ୍‌ଲିମ୍‌ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ଦିନ ବଢବାରେ ଲାଗିଛି। ସାମାନ୍ୟ କଥାକୁ ନେଇ ପରିସ୍ଥିତି ଏତେ ଭୟଙ୍କର ରୂପ ନେଉଛି ଯାହା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ।  ହେଲେ ବିହାରର ନାଳନ୍ଦା ଜିଲ୍ଲାରେ ରହିଛି ଏମିତି ଏକ ଗାଁ ଯେଉଁଠି ହିନ୍ଦୁ-ମୁସ୍‌ଲିମ୍‌ ଭାଇଚାରା ସାରା ବିଶ୍ୱକୁ ଦେଇଛି ଏକତାର ବାର୍ତ୍ତା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି,ଏହି ଗାଁରେ ଜଣେ ବି  ମୁସ୍‌ଲିମ ପରିବାର ନାହାନ୍ତି, ହେଲେ ଗାଁରେ ଥିବା ମସ୍‌ଜିଦ୍‌ରେ ନିୟମ ଅନୁସାରେ ଦିନକୁ […]

123
କେନ୍ଦ୍ର ମନ୍ତ୍ରୀ ବୋଲି ଗାଡ଼ି ଯାଞ୍ଚ ନ କରିବା ମହଙ୍ଗା ପଡ଼ିଲା, ନିଲମ୍ୱିତ ହେଲେ ୩ ପୁଲିସ

ପାଟନା: କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱୀନୀ ଚୌବେଙ୍କ କାର୍‌ ଯାଞ୍ଚ ନକରିବାରୁ ଗତକାଲି ନିଲମ୍ୱିତ ହୋଇଛନ୍ତି ବିହାରର ୩ ପୁଲିସ୍। ଅଶ୍ୱିନୀ ଚୈବେଙ୍କ ପୁଅ ଅରଜିତ ଚୌବେ ତାଙ୍କ ଜେଜେ ମାଆ ଏବଂ ମା’ଙ୍କୁ ନେଇ କାର୍‌ରେ ଯାଉଥିଲେ। ଅରଜିତଙ୍କ କାର୍‌ରେ ଟିଣ୍ଟେଡ(ରଙ୍ଗୀନ) କାଚ ଲାଗିଥିବାରୁ ଗାଡ଼ି ଚେକିଂ ଦାୟିତ୍ୱରେ ଥିବା ୩ ପୁଲିସ୍ ଅଧିକାରୀ କାର୍‌ର କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାପରେ ମନ୍ତ୍ରୀଙ୍କ ପୁଅ କାଗଜପତ୍ର ନଦେଖାଇ ଡ୍ରାଇଭିଂ କରି ପଳାଇଥିଲେ ବୋଲି ସୂଚନା ରହିଛି। […]

`134667890-=
ଭାରତୀୟ ଯବାନଙ୍କ ମନୋବଳ ବଢାଇବ S-400

ନୂଆଦିଲ୍ଲୀ: ମିସାଇଲ ଡିଫେନ୍ସ ସିଷ୍ଟମ S-400 ଖୁବ୍ ଶୀଘ୍ର ଭାରତକୁ ହସ୍ତାନ୍ତର କରିବ ଋଷିଆ। ଏ ନେଇ ଋଷ ଉପ ପ୍ରଧାନମନ୍ତ୍ରୀ ୟୁରି ବାରିସୋଭ ସୂଚନା ଦେଇଛନ୍ତି । ଏ ନେଇ ଭାରତ ଠାରୁ ଅଗ୍ରୀମ  ଅର୍ଥ ମିଳିସାରିଛି । ଆଗାମୀ ଦେଢ ବର୍ଷ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏହି କ୍ଷେପଣାସ୍ତ୍ର ସୁରକ୍ଷା ପ୍ରଣାଳୀକୁ ଭାରତକୁ ଯୋଗାଇ ଦିଆଯିବ ବୋଲି ବାରିସୋଭ କହିଛନ୍ତି । ଏହି ବ୍ୟବସ୍ଥା ହାସଲ କରିବା ଲାଗି ଭାରତ ଋଷକୁ ୫.୪୩ ବିଲିୟନ […]

traffic
ଟ୍ରାଫିକ୍ କ୍ୟାମେରା ଉଜାଡ଼ି ଦେଲା ସଂସାର ! ଛାଡ଼ପତ୍ର ଧମକ ଦେଲେ ପତ୍ନୀ

ନୂଆଦିଲ୍ଲୀ: ସେପ୍ଟେମ୍ୱର ପହିଲାରୁ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହୋଇଛି। ନୂଆ ନିୟମକୁ ନେଇ ଏବେ ସାରା ଦେଶରେ ଟ୍ରାଫିକ୍ ପୁଲିସ ଚର୍ଚ୍ଚାରେ। ସାଧାରଣତଃ ଲୋକମାନେ ଟ୍ରାଫିକ ପୁଲିସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାରି ଭିତରେ କିନ୍ତୁ ଟ୍ରାଫିକ୍ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଣେ ମହିଳା। କାରଣ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ମହିଳାଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଖୋଲି ଦେଇଛି। ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଜଣଙ୍କ ଗତମାସରେ […]

122
ପୂର୍ବତନ ବାୟୁସେନା କର୍ମଚାରୀଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟରେ ଚିଦାମ୍ବରମ୍‌ଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ:  ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବହୁ ଲୋକ ଚାକିରି ହରାଉଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ  ଆଇଏନଏକ୍ସ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସେ ନିଜ ଆତ୍ମହତ୍ୟା ଲାଗି ଦାୟୀ କରିଛନ୍ତି। ଏ ସମ୍ପର୍କରେ ସେ ନିଜ ୪ ପୃଷ୍ଠା […]

photo
କିଏ ଏହି ସବୁଜ ଆଖିର ଝିଅ, ଯାହାକୁ ଖୋଜି ପାଇବାକୁ ଲାଗିଲା ୧୭ ବର୍ଷ

ଫଟୋ ପଛର କାହାଣୀରେ ଆଜି ଆମେ ଜାଣିବା ଜଣେ ସବୁଜ ଆଖି ଥିବା ଝିଅର କାହାଣୀ।  ଯିଏ ୧୭ ବର୍ଷ ଧରି ରହସ୍ୟମୟ ହୋଇ ରହିଥିଲେ। ୧୯୮୫ ମସିହାରେ ନ୍ୟାସନ୍ୟାଲ୍‌ ଜିଓଗ୍ରାଫିକ୍ ମାଗାଜିନ୍‌ର କଭର ପେଜ୍‌ରେ ଜଣେ ସବୁଜ ଆଖିଥିବା ଝିଅର ଫଟୋ ସ୍ଥାନ ପାଇଥିଲା। ଆଉ ଏହାର କ୍ୟାପ୍‌ସନ ଥିଲା ‘ହଣ୍ଟେଡ୍ ଆଇଜ୍‌ ଟେଲ୍ ଅପ୍ ଏନ୍ ଆଫଗାନ ରିଫ୍ୟୁଜିସ୍ ଫିୟର୍ସ।’ ଆଉ ଏହି ଫଟୋ ସେତେବେଳେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଲୋକେ ଏହି ଫଟକୁ […]

sura
ଟ୍ରାଫିକ୍ ନିୟମ ଓ ଜରିମାନା ଆଦାୟକୁ ନେଇ ବର୍ଷିଲେ ସୁର

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ଓ ଏଥିପାଇଁ ଲୋକଙ୍କଠୁ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ଓଡ଼ିଶାରେ ମୋଟର ଯାନ ଆଇନ ତରବରିଆ ଭାବେ ଲାଗୁ କରାଯାଇଥିବା ସେ ଅଭିଯୋଗ କରିବା ସହ ଓଡ଼ିଶା ପୋଲିସର ୯୦% ଗାଡ଼ିର ଲାଇସେନ୍ସ ନ ଥିବା କହିଛନ୍ତି । ଏପରିକି ରାଜ୍ୟର ୭୦ରୁ ୮୦% ନେତାଙ୍କ ଗାଡ଼ିର ଲାଇସେନ୍ସ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଶ୍ରୀ ରାଉତରାୟ […]

Tamilisai-Soundararajan-11111
ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ହେଲେ ତାମିଲିସାଇ ସୁନ୍ଦରରାଜନ

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ଆଜି ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏସ ଚୌହ୍ୱାନ୍ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଅନ୍ୟାନ୍ୟ ମନ୍ତ୍ରୀ, ବାଚସ୍ପତି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପୂର୍ବରୁ ତାମିଲନାଡୁ ବିଜେପିର ସଭାପତି ଥିଲେ। ରାଜ୍ୟପାଳ ଭାବରେ ଶପଥ ନେବା ପରେ […]

123
“ଭାରତ ଗଛ ପୁରୁଷ” ସମ୍ମାନରେ ସମ୍ମାନିତ ହେଲେ ଦିଲ୍ଲୀପ ଶ୍ରୀଚନ୍ଦନ

ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍‌ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ  ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ […]

ଇସ୍ରୋ ମୁଖ୍ୟ କେ.ସିବନ
ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଲା, ଖୁବ୍‌ ଶୀଘ୍ର ଯୋଗାଯୋଗ ହେବ

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ଯାତ୍ରା ସଫଳ ହୋଇଛି। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହବେ ପରେ ସାରା ବିଶ୍ୱ ହତାଶ ହୋଇପଡ଼ିଲା। ହେଲେ ଇସ୍ରୋ ବୈଜ୍ଞାନିକମାନେ ବିକ୍ରମର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ। ଏହି ଉଦ୍ୟମ ଏବେ ସଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଛି। ନିଖୋଜ ଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହିଁ ରହିଛି । ଆଜି ଏନେଇ ବିଧିବଦ୍ଧ ଭାବେ ଖବର ସରବରାହ ସଂସ୍ଥା ଏଏନ୍ଇଆକୁ ସୂଚନା […]

122
ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କାହିଁକି ବିଚ୍ଛିନ୍ନ ହେଲା କହିଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କେମିତି ବିଚ୍ଛିନ୍ନ ହୋଇଥିଲା ସେନେଇ ମତ ରଖିଛନ୍ତି ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶରତ ଦାସ । ସେ କହିଛନ୍ତି ବିକ୍ରମ ଲ୍ୟାଣ୍ଡର ଅବତରଣ ବେଳେ ସେଥିରେ ଥିବା ୪ଟି ଥ୍ରଷ୍ଟର ଅନ କରାଯାଇଥିଲା । କିନ୍ତୁ ଏହି ଚାରିଟି ଥ୍ରଷ୍ଟର ଠିକ ଭାବେ କାମ ନ କରିବାରୁ ଏଭଳି ସ୍ଥିତି ଉପୁଜିଛି । ୪ଟି ଯାକ ଥ୍ରଷ୍ଟର ମଧ୍ୟରେ ତାଳମେଳ ଅଭାବ […]

Capture-3
କାହିଁକି ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲା ? ତିନି ଦିନ ମଧ୍ୟରେ ହେବ ରହସ୍ୟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବାର କେଇ କ୍ଷଣ ପୂର୍ବରୁ ଲାଣ୍ଡର ବିକ୍ରମ ସହ ଯଦିଓ ଯୋଗାଯୋଗ ଚ୍ଛିନ୍ନ ହୋଇ ଯାଇଛି ତେବେ ଚନ୍ଦ୍ରଯାନ-୨ ଅଭିଯାନ ଆମ ସଫଳତାର ଏକ ମାଇଲଖୁଣ୍ଟ ନିଶ୍ଚୟ। ଲାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ଆଉ ମାତ୍ର ୨.୧ କିମି ଦୂରରେ ଥିଲା। ତେବେ ବିକ୍ରମ ସହ କ’ଣ ଏମିତି ହେଲା ? କାହିଁକି ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ? ଏବେ ବିକ୍ରମର ସ୍ଥିତି କ’ଣ ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି […]

n1-1
ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍‌ ପଲିସ୍‌ ଲାଗିଥିବା ଦେଖିଥିବେ। ଛୋଟ ପିଲା ଜିଦି କଲେ ମା’ମାନେ ତାଙ୍କ ହାତରେ ନେଲପଲିସ୍‌ ଲଗାଇ ଦେଇଥାନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ଛୋଟ ଛୁଆଙ୍କ ହାତରେ ନେଲ ପଲିସ୍‌ ଲଗାଇବା କେତେ ସୁରକ୍ଷିତ ? ଡାକ୍ତରଙ୍କ କହିବା ଅନୁସାରେ ନେଲ ପଲିସ୍‌ରେ ଥିବା କେମିକାଲ୍‌ ଛୁଆଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ନେଲ୍‌ ପଲିସ୍‌ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ। କସମେଟିକ୍‌ ଡାକ୍ତରଙ୍କ […]

ରନସୀମଳମେଂଂ
ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କର ରବିବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍‌ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍‌ ଲଢ଼ିଥିଲେ। ଜେଠମଲାନୀଙ୍କ ଜନ୍ମ ସିନ୍ଧ ପ୍ରଦେଶ (ପାକିସ୍ତାନ)ର ଶିଖାରପୁରରେ […]

salu
ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି ଓ ଚାରିଆଡ଼େ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ହେଲେ ସଲମାନଙ୍କ ଶୁଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସଲମାନ ବର୍ଷାରେ ଫିଲ୍ମ ସେଟ୍‌କୁ ଯିବା ପାଇଁ ଏକ ସହଜ ଉପାୟ […]

bus
ବସ୍‌ ଭିତରୁ ମିଳିଲା ଏସିଡ୍‌

ବାଲେଶ୍ୱର:ଯାତ୍ରୀବାହୀ ବସ୍‌ରୁ ଜବତ ହୋଇଛି ବିପୁଳ ପରିମାଣର ଏସିଡ । ଗତକାଲି ବିଳମ୍ବିତ ରାତିରେ ଏହି ଏସିଡ଼କୁ ଜବତ କରିଛି ବାଲେଶ୍ୱର ପୁଲିସ। ନିଗମ ନାମକ ଏକ ଯାତ୍ରୀବାହୀ ବସ୍‌ କୋଲକାତାରୁ ଧାମରା ଯାଉଥିଲା। ବସ୍‌ରେ ଏସିଡ଼ ଯାଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ବସ୍‌ଟିକୁ ଅଟକାଇଥିଲା। ଖୋଳତାଡ଼ କରିବା ପରେ ପୁଲିସ୍ ବସ୍‌ ଭିତରୁ ଏହି […]

ISRO-GRAPH
ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ କ’ଣ ଥିଲା ଇସ୍ରୋ ପାଇଁ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ତାହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥାନ୍ତା। କାରଣ ଦକ୍ଷିଣ ମେରରୁ ପହଞ୍ଚି ଚନ୍ଦ୍ରକୁ ଛୁଇଁବା […]

pala-1
ଡାକ୍ତରଖାନା ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଓ ଡ୍ରେନ ପାଣି

ପାଲଲହଡ଼ା: ଗତକାଲି ରାତିରେ  ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ଅବସ୍ଥା ବେହାଲ ହୋଇ ଯାଇଛି।  ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ଲହଡ଼ା ଭାଙ୍ଗୁଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍‌  ବର୍ଷା ଓ ଡ୍ରେନ ପାଣିରେ ବୁଡି ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ […]