ବାଙ୍କୀ: ନନ୍ଦନକାନନ ପରେ ଏବେ କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍ ଭୂତାଣୁ ଆତଙ୍କ। ଏଠାରେ ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ SHG ମହିଳା ସାମିଲ ହେବେ। ଗତବର୍ଷ […]
ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି। ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏବଂ ବଲାଙ୍ଗିର ମେଡିକାଲ କଲେଜରୁ ୫ ଜଣ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ପ୍ରଶାସନ। […]
ମଥୁରା: ମଥୁରାରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜେ ବସିଥିବା କାରରେ ନିଆଁ ଲଗାଇ ଦେଲେ। ଗାଡି ଅଟକାଇ ଗୁଳି ଫୁଟାଇଲେ। ଶେଷରେ ଗାଡ଼ିରୁ ଓହ୍ଲାଇବା ପରେ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲେ। ବିନା କାରଣରେ ଜଣେ ଏପରି କାହିଁକି କରିବ ? ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ହେବେ, ଯଦି ଜାଣିବେ ସେ ବଡ ପାଟିରେ ଚିତ୍କାର କରି କ’ଣ କହୁଥିଲେ […]
ନୂଆଦିଲ୍ଲୀ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହାଫିଜ୍ ସୟିଦ୍ ଏଣିକି ମାସିକ ୧,୫୦, ୦୦୦ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍ ସୟିଦ ଉପରେ ୪ ଜଣ ନିର୍ଭରଶୀଳ। ଘର ଚଳାଇବା ପାଇଁ ଟଙ୍କା ଆବଶ୍ୟକ ରହିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ହାଫିଜ୍ ଟଙ୍କା ଉଠାଇ ପାରୁନଥିଲା। ଏହାପରେ ଅଗଷ୍ଟ ୧୫ ତାରିଖରେ ପାକିସ୍ତାନ […]
ଯାଜପୁର: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ। ଗାଁ ଦାଣ୍ଡରେ ଘରର ବୋହୂକୁ ଶାଶୂ ଶ୍ୱଶୁର ମାଡ଼ ମାରୁଛନ୍ତି। ଏହି ଅମାନବୀୟ ଦୃଶ୍ୟ ଦୃଶ୍ୟକୁ କେହି ମୋବାଇଲ୍ରେ ରେକଡିଂ କରି ଭାଇରାଲ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଧନେଶ୍ୱର ଗାଁର ନବୀନ ବେହେରା ଓ ପତ୍ନୀ ଚାରୁଲତା ତାଙ୍କ ବୋହୂଙ୍କ ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି। ରାସ୍ତାରେ ବର୍ଷା ପାଣି କାଦୁଅ । […]
ଭୁବନେଶ୍ୱର: ରୋଗ ଯେତେ ବଡ଼ ହେଉ ନା କାହିଁକି, ଠିକ ସମୟରେ ଠିକ୍ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ରହିଛି। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକ୍ ସମୟରେ ରୋଗକୁ ଚିହ୍ନିବା। ରୋଗକୁ ଚିହ୍ନିବାକୁ ହେଲେ ଏହାର ଲକ୍ଷଣକୁ ପ୍ରଥମେ ଚିହ୍ନିବାକୁ ପଡ଼ିବ। ବିଭିନ୍ନ ରୋଗ ଭଳି ବ୍ରେନ୍ ଟ୍ୟୁମର୍ ହେଲେ ମଧ୍ୟ ଶରୀରରେ କିଛି ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ସମ୍ପର୍କରେ ଲୋକେ ଅବଗତ ରହିଲେ ଏହି ରୋଗକୁ ବେଶ୍ ଆଗୁଆ ଚିହ୍ନଟ […]
ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଯୁବ ରେସଲର୍ ଦୀପକ ପୁନିଆ ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ସହ ଅଲିମ୍ପିକ୍ କୋଟା ହାସଲ କରିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚମଥଙ୍କୁ ୮-୨ରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏଥିସହ ସେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ଦୀପକଙ୍କ ପାଖରେ ଇତିହାସ ରଚିବାର ମଧ୍ୟ ସୁଯୋଗ ରହିଛି। […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କାପନପଲ୍ଲୀ ଗାଁରେ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁ ଗୁରୁତର ହୋଇଛି। ମୃତକ ଦୁଇଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ଦେବେ ମାଡ଼ି ଓ ରାଧେ ମାଡ଼ି। ଶିଶୁଟିକୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ତିନି ଜଣଙ୍କୁ ସାପ କାମୁଡ଼ି ଦେଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବାବେଳେ ବାଟରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। […]
ଭୁବନେଶ୍ୱର:ନନ୍ଦନକାନନରେ ହର୍ପିସ ସଂକ୍ରମଣରେ ୭ ବର୍ଷର ଛୁଆ ହାତୀ ଗୌରୀ ଶେଷରେ ଆଖି ବୁଜି ଦେଇଛି। ଗତକାଲି ହର୍ପିସରେ କ୍ରମାଗତ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଏଠାରେ ଥିବା ଅନ୍ୟ ପଶୁମାନଙ୍କୁ ଏହା କିପରି ସଂକ୍ରମିତ ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ହର୍ପିସରେ ୪ ମାସ ମଧ୍ୟରେ ଜୁଲି’, ‘ଚନ୍ଦନ’ ‘କମଳା’ ପରେ ଏବେ ଗୌରୀର ମୃତ୍ୟୁ ଘଟିଛି। ଏହି ରୋଗ ଏବେ […]
ଏକ ଭବ୍ୟ ଇମାରତ। କୋଟି କୋଟି ଟଙ୍କା ବ୍ୟୟରେ ନିମିତ ଏହି କୋଠା ଯେତିକି ସୁନ୍ଦର ସେତିକି ସୁରକ୍ଷିତ। ଏହାକୁ କୁହାଯାଏ କନାସେଟ। ହଁ, ଏଠି ଆମେ ଇସ୍ରାଏଲର ସଂସଦ ଭବନ କଥା କହୁଛୁ। ଜାଣନ୍ତି କିପରି ତିଆରି ହୋଇଛି ଏହି ଭବ୍ୟ ଇମାରତ୍ । ଏହି ସୁନ୍ଦର କୋଠା ନିର୍ମିତ ହୋଇଛି ଦାନରେ ଆଉ ଏହି ଅର୍ଥ ଦାନ କରିଥିଲେ ଜଣେ ବିଟ୍ରିଶ ଇହୁଦୀ। ଦୀର୍ଘଦିନର ସଂଘର୍ଷ ପରେ ଇସ୍ରାଏଲ ୧୯୪୮ରେ ଏକ ଦେଶର ମାନ୍ୟତା […]
ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅକ୍ଚୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ। ଏହା ସହିତ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ସୂଚନାଯୋଗ୍ୟ, ନଭେମ୍ୱର ୨ରେ ହରିଆନା ଏବଂ ନଭେମ୍ୱର […]
ନୂଆଦିଲ୍ଲୀ: ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଘୋଷଣା କରିଛନ୍ତି। ଏହିଦିନ ଅନ୍ୟ ରାଜ୍ୟଗୁଡ଼ିକର ୬୪ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ କରାଯିବ। ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ […]
ମୁମ୍ବାଇ: ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡ୍ର ଅନ୍ୟତମ ନାମୀଦାମୀ ଅଭିନେତ୍ରୀ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଓ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମଙ୍ଗଲ୍’ ରିଲିଜ୍ ହୋଇଥିଲା। ତେବେ ଗତକାଲି ‘କୌନ୍ ବନେଗା କୋରଡ୍ପତି’ ଶୋ’ରେ ଯୋଗ ଦେଇଥିବା ସୋନାକ୍ଷୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି। ଗତକାଲି ଶୋ’ରେ ସ୍ୱତନ୍ତ୍ର ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ରାଜସ୍ଥାନର ରୁମା ଦେବୀ, ଯିଏ ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍ମେଣ୍ଟ୍ […]
ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍ ରହିଲେ, ସ୍ୱାସ୍ଥ୍ୟ ଠିକ୍ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]
ନୂଆଦିଲ୍ଲୀ; ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏ ନେଇ ଇମ୍ରାନ ସରକାର ଚାପରେ ରହିଛି। ଅନ୍ୟପକ୍ଷେ ଆତଙ୍କବାଦକୁ ନେଇ ଅନ୍ତର୍ଜାତୀୟ ଚାପ ମଧ୍ୟ କମ୍ ନୁହେଁ। ଏସବୁ ଭିତରେ ଇମ୍ରାନ ସରକାରଙ୍କୁ ଏବେ ଆଉ ଏକ ଜୋରଦାର୍ ଝଟ୍କା ଲାଗିଛି। ଏଇ ଝଟ୍କା ଦେଇଛି ବେଷ୍ଟ ଫ୍ରେଣ୍ଡ ଚାଇନା। ପାକିସ୍ତାନର ଆର୍ଥିକ ସ୍ଥିତି ଦେଖି ଏବେ ଚୀନ୍ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛି। ପ୍ରତି ଦୁର୍ଦ୍ଦିନରେ ପାକିସ୍ତାନକୁ ସହାୟତାର ହାତ […]
ଭୁବନେଶ୍ୱର: ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’କୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସେଲିବ୍ରେଟି ସେଫ୍ ବିକାଶ ଖାନ୍ନା। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଓଡ଼ିଆ ପୁଅ […]
ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ବିମାନ ‘ତେଜସ’ରେ ଆଜି ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡ଼ିଛନ୍ତି। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ। ଉଡାନ ଭରିବା ପରେ ରାଜନାଥ ସିଂ କହିଛନ୍ତି, ‘ଉଡାନ ବେଶ ସହଜ ଏବଂ ଆରାମଦାୟକ […]
ୱାଶିଂଟନ: ଛାତ୍ରଛାତ୍ରୀ ତଥା ଯୁବପୀଢିଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ହିଂସା ମନୋଭାବ। ଏହାର ଅନେକ ଉଦାହରଣ ଆମେ ଶୁଣି ଆସିଛୁ। ଏଠାରେ ଆମେ କହିବାକୁ ଯାଉଥିବା ଘଟଣା ଏହାର ଆଉ ଏକ ପୁନରାବୃତ୍ତି। ତେବେ ଏହି ଅପରାଧର ନାୟିକା ଜଣେ ଯୁବତୀ । ଯୁବତୀ ଜଣକ ଏକେ-୪୭ ଧରି ୪୦୦ ଲୋକଙ୍କୁ ଗୁଳିକରି ହତ୍ୟା କରିବା ପାଇଁ କୁଆଡ଼େ ଧମକ ଦେଇଥିଲେ। ତେବେ ପ୍ରଶ୍ନ ଉଠେ କାହିଁକି ସେ ଏପରି କଲେ ? ହଁ, […]
କୋଲକାତା:ପରିବେଶ ସୁରକ୍ଷା ପାଇଁ ଛାତ୍ରଙ୍କ ସଫଳ ପ୍ରୟାସ। ତିଆରି କଲେ ପ୍ରଦୂଷଣ ରହିତ ଇ-ଗାଡ଼ି । ଖଡଗପୁର ଆଇଆଇଟିର ୫୦ ଜଣ ଛାତ୍ର ମିଶି ତିଆରି କରିଛନ୍ତି ଏହି ଅଭିନବ ପରିବେଶ ଉପଯୋଗୀ ଯାନ । ଗାଡ଼ିର ନାମ ‘ଦେଶଲା’। ବଜାରେ ଏବେ ଚାଲୁଥିବା ତିନି ଚକିଆ ଅଟୋ ଏବଂ ହାଇ ମେଣ୍ଟନାନ୍ସ ଇ-ରିକ୍ସାକୁ ଏହି ଇ-ଗାଡି ଚ୍ୟାଲେଞ୍ଜ ଦେବ ବୋଲି କହିଛନ୍ତି ଛାତ୍ରମାନେ। ଆଇଆଇଟି ଖଡ଼ଗପୁର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ବିକ୍ରାନ୍ତ ରଚେଲା ଏହି […]
ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍ ଏସୁବୁ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେ କହିଥିଲେ, ରିପୋର୍ଟରୁ ଜଣାପଡ଼ିଛି କିଛି ଲୋକ ଇ-ସିଗାରେଟ୍ର ଅଭ୍ୟାସରେ ପଡ଼ିବାର ଆରମ୍ଭ କରିସାରିଛନ୍ତି। ମୋଟ ୪୦୦ ବ୍ରାଣ୍ଡର […]
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜର ଜଣେ ଯୁବକ ନୂଆ ଯମୁନା ବ୍ରିଜ ଖୁଣ୍ଟର ଶୀର୍ଷକୁ ଜାତୀୟ ପତାକା ଧରି ଉଠିଯାଇଛନ୍ତି। ଯଦି ଇସ୍ରୋ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ବିଫଳ ହେବ ତାହେଲେ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି। ଯୁବକର ନାମ ରଜନୀକାନ୍ତ। ତାଙ୍କ ଘର ପ୍ରୟାଗରାଜର ମଣ୍ଡା ଅଞ୍ଚଳରେ। ସୋମବାର ରାତିରେ ନୂଆ ଯମୁନା ବ୍ରିଜରେ ଥିବା ଖୁଣ୍ଟର ଶୀର୍ଷ ଭାଗକୁ ସେ ଚଢ଼ିଯାଇଛନ୍ତି। ସେପ୍ଟେମ୍ୱର ୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ […]
ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି ଦୁନିଆରେ କମ୍ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ ବୋହୂକୁ ଝିଅ ପରି ରଖିଥିଲେ ଆଉ ଶେଷରେ ଝିଅ ପରି ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ। ଏବେ ନବରଙ୍ଗପୁରରେ ଏମିତି ଏକ ପରିବାରର କଥା କହିବୁ ଯିଏ […]
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ। ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ […]