• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

719042-atal-bihari-vajpayee-pti
ତିଆରି ହେବ ବାଜପେୟୀଙ୍କ ବାୟୋପିକ୍‌- ‘ଦ ଅନ୍‌ଟୋଲ୍ଡ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏନ୍‌.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’  ଆଧାରରେ ଏହି ଫିଲ୍ମ ନିର୍ମାଣ ହେବ। ଏହି ପୁସ୍ତକରେ ବାଜପେୟୀଙ୍କର ପିଲାଦିନ ଓ କଲେଜ ଜୀବନ ସଂପର୍କରେ ଅନେକ କଥା ରହିଛି। ତା’ ସହିତ ରାଜନେତା ହିସାବରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ସଂପର୍କରେ ଏ ବହିରେ ଲେଖା ହୋଇଛି। ଏହି ପୁସ୍ତକରେ ଥିବା ତଥ୍ୟ ଆଧାରରେ […]

Capture
ପାକିସ୍ତାନକୁ ରାହୁଲଙ୍କ ଚେତାବନୀ: ‘କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଅନି’

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରଖିଛି। ଏହାରି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ସେ ସମର୍ଥନ କରିନଥାଇ ପାରନ୍ତି କିନ୍ତୁ କଶ୍ମୀର ଭାରତର ଅନ୍ତରୀଣ ମାମଲା ବୋଲି ଆଜି ଟୁଇଟ୍ କରି ସେ ମତ ରଖିଛନ୍ତି। ଏଥିରେ ପାକିସ୍ତାନ କି ଅନ୍ୟ ଦେଶ ମୁଣ୍ଡ ପୁରାଇବା ଉଚିତ୍ ନୁହେଁ ବୋଲି […]

no-3
ପତ୍ନୀଙ୍କ ଉପରେ ଟିପ୍ପଣୀକୁ ସହି ପାରିଲେନି ଫ୍ରାନ୍ସ ରାଷ୍ଟ୍ରପତି, ଏମିତି ଦେଲେ ଉତ୍ତର

ପ୍ୟାରିସ୍‌: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ (Emmanuel Macron)  ତାଙ୍କର ଅସାଧାରଣ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ସୋମବାର ବ୍ରାଜିଲ୍‌ ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ପ୍ରତି କିଛି ଅଶାଳୀନ ଟିପ୍ପଣୀ ଦେଇଥିଲେ, ଯାହାକୁ ମାକ୍ରୋଂ ଖୁବ୍‌ ସମାଲୋଚନା କରିଥିଲେ। ସେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅତିରିକ୍ତ ବୟାନଙ୍କୁ ନିନ୍ଦା କରିବା ସହ କହିଥିଲେ ଏହା ମହିଳାଙ୍କ ସମ୍ମାନବିରୁଦ୍ଧ ଅଟେ। ବ୍ରାଜିଲର ରାଷ୍ଟ୍ରପତି ବୋଲ୍ସନାରୋ ଏକ ସୋଶାଲ ମିଡିଆରେ ମାକ୍ରୋଂ ଏବଂ ତାଙ୍କ ପତ୍ନୀ ବ୍ରିଗିଟେ ମାକ୍ରୋଂଙ୍କ ମଧ୍ୟରେ […]

kj1
କେଜ୍ରିୱାଲଙ୍କ ଉପହାର: ଦିଲ୍ଲୀବାସୀଙ୍କୁ ଆଉ ଦେବାକୁ ପଡ଼ିବନି ବକେୟା ପାଣି ବିଲ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ  ଆଜି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ୨୦୦ ୟୁନିଟି ଯାଏ ବିଜୁଳି ଜାଳିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଆଉ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସେ ଦିଲ୍ଲୀବାସୀଙ୍କୁ ବାକି ରହିଥିବା ପାଣି ବିଲ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ପାଣି ବିଲ୍‌ର ଅର୍ଥ ବକେୟା […]

ac
ଅଟୋ ଓ ଭ୍ୟାନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ, ୧୬ ମୃତ

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ପ୍ରଥମେ ଗୋଟିଏ ଅଟୋ ଏବଂ ଭ୍ୟାନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳୁ ଜମକା କ୍ରସିଂ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଯାଉଥିଲା। ତେବେ ଏହା ଭାରସାମ୍ୟ ହରାଇ […]

Arun-Jaitley-Funeral
ଜେଟଲୀଙ୍କ ଅନ୍ତିମ ସଂସ୍କାରବେଳେ ମାତିଲେ ଲୁଟେରା, ଲୁଟିନେଲେ ୧୧ ମୋବାଇଲ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ରବିବାର ନୂଆଦିଲ୍ଲୀର ନିଗମବୋଧଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତିଙ୍କ ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ଜେଟଲୀଙ୍କ ଅନ୍ତିମ ସଂସ୍କାର ସ୍ଥଳରୁ ୧୧ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ୧୧ ଜଣଙ୍କ ମଧ୍ୟରେ ବିଜେପି ସାଂସଦ ବାବୁଲ ସୁପ୍ରିଓ ଏବଂ ପତଞ୍ଜଳିର ମୁଖପାତ୍ର ଏସ୍‌କେ ତିଜରୱାଲା […]

22-P-Chidambaram
ବିଦେଶରେ ବି ଅଛି ଚିଦାମ୍ବରମଙ୍କ ଅଚଳାଚଳ ସମ୍ପତ୍ତି !

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ପି ଚିଦାମ୍ବରମଙ୍କ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଚିଦାମ୍ବରମ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ବିଦେଶରେ ସମ୍ପତ୍ତି କିଣିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ବୋଲି ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ଇଡି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଇଡି କହିଛି ଯେ ଚିଦାମ୍ବରମ ଏବେ […]

jaga-kalia
ଓଡ଼ିଶା ଫେରିଲେ କଟକ ବଡ ଡାକ୍ତରଖାନାରେ ରହିବେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଜଗା କାଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି। ତେବେ ଦୁଇ ଶିଶୁ କେବେ ଦିଲ୍ଲୀରୁ ଫେରିବେ ଜଣା ପଡ଼ିନାହିଁ। ସପ୍ତାହକ ଭିତରେ ସେ ନେଇ ତାରିଖ ଘୋଷଣା ହେବ […]

trafic
ଭାବିଚିନ୍ତି ଗାଡ଼ି ଚଲାନ୍ତୁ, ଏଣିକି ଭୁଲ୍‌ରେ ବି ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖ ଅର୍ଥାତ୍‌ ରବିବାରଠୁ ରାଜଧାନୀରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ ।  ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ ଧରିବ କମିଶନରେଟ୍ ପୁଲିସ୍।  ସେମାନଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯିବ।  ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ। ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭର ଟେକିଂ ଜୋନ୍’ ଘୋଷଣା […]

kota-rani...
ତିଆରି ହେବ କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂ। ହେଲେ କାଶ୍ମୀରର ଶେଷ ହିନ୍ଦୁ ରାଣୀ କିଏ ? ବୋଧହୁଏ କେହି ଜାଣି ନ ଥିବେ। ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ ଉପରେ ଫିଲ୍ମ । ଏହି ଫିଲ୍ମକୁ  ରିଲାଏନ୍ସ  ଏଣ୍ଟରଟେନ୍‌ମେଣ୍ଟ ଏବଂ ମଧୁ ମଣ୍ଟେନା ଉଭୟେ ମିଶି ପ୍ରସ୍ତୁତ କରିବେ। ୧୪ ଶତବ୍ଦୀରେ କାଶ୍ମୀରରେ ଶାସନ କରୁଥିଲେ ଶେଷ ହିନ୍ଦୁ ରାଣୀ କୋଟା ରାଣୀ। କୋଟା ରାଣୀ […]

Capture1
ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା।   ହେଲେ ଟ୍ରମ୍ପ […]

file photo
ପାକିସ୍ତାନର ହରକତ୍‌: ଗୁଳିମାଡ କରି ଆତଙ୍କୀ ଅନୁପ୍ରବେଶ କରାଉଛି

ପୁଞ୍ଚ: ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଏବେ ଫୁଲ ଦମରେ ଲାଗିପଡ଼ିଛି। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରିଛି। ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏଭଳି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ତେବେ ଭାରତୀୟ ସେନା ଅନୁପ୍ରବେଶ କରିଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା […]

jetly
ବିଦେଶ ଗସ୍ତରୁ ଫେରି ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାରେ ପହଞ୍ଚି ସାରିଥିଲେ। ମୋଦି ଓ ଶାହ ସେଠାରେ ଜେଟଲୀଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ସହ ଦୀର୍ଘ ସମୟ […]

mahasweta-ray
୩୧ ବର୍ଷ ପରେ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ […]

heart4
କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର: ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]

Capture1
ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ୟୁ ଟର୍ଣ୍ଣ: କହିଲେ ଏହା ଦ୍ୱିପାକ୍ଷିକ ସମସ୍ୟା

ବିଏରିଜ୍‌: ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଅପପ୍ରୟାସ କରୁଥିଲା, ତା’କୁ ଜବରଦସ୍ତ ଝଟ୍‌କା ଲାଗିଛି। ଆଜି ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ […]

drying-clothes1
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ବାହାରୁଛି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]

34566
ଜମ୍ମୁ କାଶ୍ମୀର ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ମନର କଥା କହିବେ ଇମ୍ରାନ୍

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ନିଜର ମନର କଥା କହିବେ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଏବଂ […]

123
ଇସ୍ରାଏଲକୁ ଖୋଲା ଧମକ ଦେଲା ଆତଙ୍କୀ ସଂଗଠନ, ‘ଆଜି ରାତିକୁ ଅପେକ୍ଷା କର..’

ବିରୁଟ୍‌: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନ ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ତେବେ ଏହି ଏୟାର ଷ୍ଟ୍ରାଇକ୍‌ରେ ଦୁଇ ଜଣ ହେଜବୋଲା ସଦସ୍ୟ ପ୍ରାଣ ହରାଇଥିବାରୁ ସଂଗଠନ ମୁଖ୍ୟ ଏହାର ବଦଲା ନେବାକୁ ପଣ କରିଛନ୍ତି। ସଂଗଠନର ମୁଖ୍ୟ ହାସନ ନଶରାଲ୍ଲା […]

aaykarbig2
ଆହୁରି ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀ ବିଦା: ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ ୨୭ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ ‘ଜିରୋ ଦୁର୍ନୀତି’ ଉପରେ ଗୁରୁତ୍ୱ ଦେଇ […]

trafic
ସେପ୍ଟେମ୍ବରରୁ ନୂଆ ଟ୍ରାଫିକ ନିୟମ: ଲାଇସେନ୍ସ ନଥିଲେ ୫ହଜାର ଜରିମାନା

ଭୁବନେଶ୍ୱର: ସାବଧାନ ! ଏଣିକି ଟ୍ରାଫିକ୍‌ ନିୟମ ହେବ କଡ଼ାକଡି । ଏହି ନିୟମ ନ ମାନିଲେ ଜରିମାନା ତ ନିଶ୍ଚୟ ଦେବାକୁ ପଡ଼ିବ । ହେଲେ କେତେ ଦେବାକୁ ପଡ଼ିବ ଜାଣିଲେ ହୋଶ ଉଡ଼ିଯିବ। କାରଣ ଜରିମାନା ପରିମାଣ ପୂର୍ବଠାରୁ କାହିଁ କେତେ ଗୁଣ ଅଧିକ।  ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଏହି ନୂଆ ଟ୍ରାଫିକ୍ ନିୟମ।   ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ପୂର୍ବରୁ […]

p-chidambaram-
ପୁଣି ଚିଦାମ୍ୱରମଙ୍କୁ ଝଟକା: ଅଗ୍ରୀମ ଜାମିନ ଆବେଦନକୁ ଖାରଜ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଜି ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର ଯୌକ୍ତିକତା ନାହିଁ। ଏଣିକି ସେ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବା ଉଚିତ୍ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି। ଜଷ୍ଟିସ୍ ଆର. ଭାନୁମତି […]

manmohan-1
ଢିଲା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା: ହଟିଲା ଏସ୍‌ପିଜି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଛି। ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇଛନ୍ତି କେନ୍ଦ୍ର ସରକାର। ତାଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଦର୍ଶାଇ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିଛନ୍ତି। ଏବେ ମନମୋହନ ସିଂହଙ୍କ ସୁରକ୍ଷାରେ କେବଳ ସିଆରପିଏଫ୍ ନିୟୋଜିତ ରହିବେ। ଗୃହ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟ ସୁରକ୍ଷା ବାବଦରେ ନିଷ୍ପତି ନେଇଥାନ୍ତି। […]

mumbai-actors-sanjay-upcoming-launch-kalank-teaser_
ରାଜନୀତି କରିବେ ସଞ୍ଜୟ ଦତ୍ତ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସମାଜ ପକ୍ଷ (ଆର୍‌ଏସ୍‌ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକର ଗତ ରବିବାର ଦିନ କହିଛନ୍ତି ଯେ, ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ତାଙ୍କ ପାର୍ଟିରେ ଯୋଗ ଦେବେ। ଆର୍‌ଏସପି ହେଉଛି ଶାସକ ବିଜେପିର […]

theft
ଦୋକାନରୁ ଗାଡ଼ି ଚୋରି କରି ଚାଲିଆସିଲେ ହେଲେ ଛୁଆକୁ ଆଣିବାକୁ ଭୁଲି ଗଲେ ମହିଳା

ନୂଆଦିଲ୍ଲୀ: ଭଦ୍ର ବେଶରେ ଦୋକାନକୁ ଯାଇ ଦୋକାନୀଙ୍କ ଅନ୍ୟମନସ୍କତାରେ ଜିନିଷ ଚୋରି କରିଲେ। ଚୋରି ଜିନିଷ ଧରି ତରତର ହୋଇ ଦୋକାନ ବାହାରକୁ ଚାଲି ଗଲେ। ହେଲେ ଭୁଲିଗଲେ ଛୁଆ କଥା।…ଏମିତି ଏକ ମଜାଦାର ଘଟଣା ଘଟିଛି ନିଉଜର୍ସିରେ। ତିନିଜଣ ଭଦ୍ର ମହିଳା ନିଉଜର୍ସିର ‘ବାମ୍ବି ବେବି’ ନାମକ ଏକ ଦୋକାନକୁ ଯାଇଥିଲେ। ଦୁଇଜଣ ମହିଳା ଦୋକାନ କର୍ମଚାରୀ ସହ କଥାବାର୍ତ୍ତା ମାଧ୍ୟମରେ ତାଙ୍କ ନଜର ହଟାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣେ ମହିଳା ଏକ ଷ୍ଟ୍ରୋଲର(ପିଲାଙ୍କ ଗାଡ଼ି) […]