• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Capture
ଫିଲ୍ମ ‘ସାହୋ’ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ୍ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେଉ ହେଉ ଫିଲ୍ମ ହଲ୍‌ଗୁଡ଼ିକରେ ଧମାଲ କରି ସାରିଲାଣି। ଆକ୍ସନ୍‌ରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ଲିସା ରାୟ ‘ସାହୋ’ ଉପରେ ଚୋରି ଅଭିଯୋଗ ଆଣିଛନ୍ତି। ଲିସା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ଅରିଜିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ଅନ୍ୟଟିରେ ‘ସାହୋ’ ଫିଲ୍ମର […]

sankrachrya
ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ: କହିଲେ “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି।”

ପୁରୀ: ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି, “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ପୂର୍ବରୁ ବିଶେଷ କରି ମଠ ଭଙ୍ଗାଯିବା ପୂର୍ବରୁ କାହିଁକି ସଂସ୍କାର କମିଶନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲେନି? […]

malkangiri
କାମ ବନ୍ଦ କରି ଅଫିସ୍‌ରେ ଯାଦୁ ଦେଖିଲେ ଅଫିସର୍ ଓ କର୍ମଚାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): କାମ ସମୟରେ ଅଫିସ୍‌ରେ ଯାଦୁ ( Magic show)ଦେଖିଲେ ଅଫିସର୍ ଓ କର୍ମଚାରୀ। ଆଉ ଉକ୍ତ ସମୟର ଭିଡ଼ିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟିକୁ ଦେଖି ଲୋକେ ଏହି ଅଫିସ୍‌ କର୍ମଚାରୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଭାଇରାଲ୍ ହୋଇଥିବା ଏହି ଭିଡ଼ିଓଟି ମାଲକାନଗିରି ମ୍ୟୁନିସିପାଲିଟି ଅଫିସ୍‌ର। ଜଣେ ବ୍ୟକ୍ତି ଏହି ଭିଡ଼ିଓ ଶୁଟ୍ କରି ପ୍ରଥମେ ହ୍ୱାଟ୍‌ସଆପ୍‌ରେ ଛାଡ଼ି ଥିଲେ ବୋଲି ଜଣାପଡ଼ିଛି। ଭିଡ଼ିଓଟି ଦିନ ୧୧ଟା ୪୦ ମିନିଟ୍ […]

hero
ଗୋଟିଏ ବୋତଲ ବିୟରର ଦାମ୍‌ ୮୭ ହଜାର !

ମୁମ୍ବାଇ:ୟୁପିଆଇ (unified payments interface) ମାଧ୍ୟମରେ କିଣିଲେ ବିୟର। ହେଲେ ଦେବାକୁ ପଡ଼ିଲା ୮୭ ହଜାର ଟଙ୍କା। ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା ? ହେଲେ କଥାଟି ସତ। ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ବିୟର ପାଇଁ  ମୁମ୍ବାଇର ପୋବାଇ ଅଞ୍ଚଳରେ ଷ୍ଟାର ୱାଇନ୍‌ ସପ୍‌କୁ ଫୋନ୍‌ କଲେ। ଦୋକାନ କର୍ମଚାରୀ ତାଙ୍କୁ ଗୁଗୁଲ୍‌ ପେ’ ଜରିଆରେ  ୪୨୦ ଟଙ୍କା ପେମେଣ୍ଟ କରିବାକୁ କହିଲେ। ଏଥିସହିତ ନିଜ ୟୁପିଆଇ ଆଇଡି ମଧ୍ୟ ମହିଳାଙ୍କୁ ଶେୟାର କଲେ। […]

fire
କେମିକାଲ କାରଖାନାରେ ଫାଟିଗଲା ସିଲିଣ୍ଡର: ୧୦ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା କେମିକାଲ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ୧୦ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା ପରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପାଖାପାଖି ୧୦୦ ଜଣ କର୍ମଚାରୀ ସିଲିଣ୍ଡର ବିସ୍ଫୋରଣ କରିବା ବେଳେ କାରଖାନାରେ କାମ କରୁଥିଲେ। ସକାଳ […]

mahanta
ଜିଦ୍‌ରେ ଅଟଳ ଏମାର ମଠ ମହନ୍ତ, କହିଲେ ‘କୌଣସି ହାଲତରେ ଗାଦି ଛାଡ଼ିବି ନାହିଁ’

ପୁରୀ: ମଠ ଛାଡ଼ିବେନି ମହନ୍ତ । ଏମାର ମଠ ଉଚ୍ଛେଦକୁ ନେଇ ଆଜି OTVକୁ ଏଭଳି ସୂଚନା ଦେଇଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ସେ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ ଆଲୋଚନା ବେଳେ କହିଥିଲା। ହେଲେ ଏବେ ବିଭିନ୍ନ ସମୟରେ ବିଭିନ୍ନ କଥା ପ୍ରଶାସନ ପକ୍ଷରୁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କୌଣସି ହାଲତରେ ମଠ ଭିତର ନିଜ  ଗାଦି ଛାଡ଼ିବେନି ବୋଲି ଅଡ଼ି ବସିଛନ୍ତି। […]

nrc
ଆସାମ ଚୂଡ଼ାନ୍ତ ନାଗରିକ ତାଲିକାରୁ ବାଦ୍‌ ପଡ଼ିଲେ ୧୯ ଲକ୍ଷ

ନୂଆଦିଲ୍ଲୀ: ଆସାମ୍‌ରେ ଚୂଡ଼ାନ୍ତ ନାଗିରକ ତାଲିକା ବା ଏନଆରସି (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ)  ତାଲକା ଆଜି ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ପ୍ରାୟ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ଏନଆରସିର ଷ୍ଟେଟ୍‌ କୋ-ଅଡିନେଟର ପ୍ରତୀକ ହଜାରିକାଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ଏହି ତାଲିକାରେ ସାମିଲ ହୋଇ ପାରିଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ […]

asnhyujdbfi
ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି, ଇମ୍ରାନଙ୍କ ଅଫିସ୍‌ରୁ କଟାଯିବ ବିଜୁଳି !

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟର ବିଜୁଳି ବିଲ୍‌ ବାବଦ ଅର୍ଥ ପୈଠ କରିପାରି ନାହାନ୍ତି। ଏକାଧିକ ଥର ଟଙ୍କା ଦେବାକୁ କହି ନିରାଶ ହୋଇଥିବା ଥିବା ବିଦ୍ୟୁତ ବିତରଣ କମ୍ପାନୀ ଏବେ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଇସ୍‌ଲାମାବାଦ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ (ଆଇଇଏସସିଓ) […]

Capture
ଏଣିକି ଥାନାକୁ ଗଲେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବ ପୁଲିସ୍‌

ଭୁବନେଶ୍ୱର: ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ପୁଲିସ୍‌ର ବ୍ୟବହାର ପରିମାର୍ଜିତ କରିବାକୁ ପ୍ରତି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀଙ୍କୁ ଏ ସମ୍ପର୍କିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ […]

debi mishra
ସେପ୍ଟେମ୍ବର ୧ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସୁଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଭୁବନେଶ୍ୱର ଇଡକଲ ହଲ୍‌ରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ।  ସେପ୍ଟେମ୍ବର ୨ତାରିଖରେ ବିଜେଡି କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁୂଭାରମ୍ଭ କରିବେ ନବୀନ।  ଗତ ଥର ୪୭ ଲକ୍ଷ […]

tortle
୪ ବର୍ଷ ପରେ ବନ୍ଦୀ ଜୀବନରୁ ମିଳିଲା ମୁକ୍ତି

ଛତିଶଗଡ଼: ୪ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ। ଏବେ ମୁକୁଳିଲେ ଜେଲ୍‌ରୁ। ଆମ ଏଠି କୌଣସି ଅପରାଧୀଙ୍କ କଥା କହୁନୁ, କହୁଛୁ ୩ କଇଁଛ କଥା। ଘଟଣାଟି ଛତିଶଗଡ଼ ରାଜନନ୍ଦଗାର । ୨୦୧୫ ମସିହାରେ ବସନ୍ତପୁର ପୋଲିସ ବେଆଇନ ଭାବେ କଇଁଛ ରଖିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିଥିଲା। ଏଥିସହ ଏମାନେ ରଖିଥିବା ୪ଟି କଇଁଛ ଜବତ କରିଥିଲା । ସେହି କଇଁଛ ମଧ୍ୟରୁ ଗୋଟିକର ସେ ସମୟରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ କଇଁଛକୁ […]

veer 2
ଆନ୍ଦୋଳନରେ ସାମିଲ ୬୧ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ନୋଟିସ୍ ଜାରି କଲା ଭିସୁଟ୍‌

ସମ୍ବଲପୁର (ସଞ୍ଜୟ ଜେନା ):  ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ ମହଙ୍ଗା ପଡ଼ିଲା । ଆନ୍ଦୋଳନରେ ସାମିଲ ହୋଇଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୁଳପତିଙ୍କ ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ […]

modi
ଫିଟ୍ ଇଣ୍ଡିଆ ଅଭିଯାନରେ ସଫଳତାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଜି ଉଦ୍‌ଘାଟନ ଉତ୍ସବ ଅବସରରେ ଦେଶବାସୀଙ୍କୁ ଫିଟ୍ ରହିବା ପାଇଁ ଅନେକ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ଲିଫ୍ଟ ପରିବର୍ତ୍ତେ ଲୋକେ […]

balkoni
ବାଲ୍‌କୋନି ରେଲିଂ ଧରି ଯୋଗ କରୁଥିଲେ, ୮୦ ଫୁଟ ତଳକୁ ଖସି ପଡ଼ିଲେ ଛାତ୍ରୀ

ମେକ୍ସିକୋ: ସୁସ୍ଥ ରହିବା ପାଇଁ ଜଣେ ଯୋଗ କରେ। ହେଲେ ଦୁର୍ଭାଗ୍ୟ, ଯୋଗ ମେକ୍ସିକୋର ଏଇ ଛାତ୍ରୀଙ୍କ ଜୀବନରେ ଆଣି ଦେଲା ବହୁତ ବଡ଼ ବିପର୍ଯ୍ୟୟ। ଯୋଗରେ ସେ ଏତେ ମଜ୍ଜି ଯାଇଥିଲେ ଯେ ଜାଣି ପାରିଲେନି, ଖସି ପଡିଲେ ୮୦ ଫଟ ତଳକୁ। ଆଉ ତା ପରେ.. ମେକ୍ସିକୋର ଏହି ୨୩ ବର୍ଷୀୟା ଛାତ୍ରୀ ଜଣକ ୬ ମହଲାରେ ରହୁଥିଲେ। ସବୁଦିନ ସକାଳେ ଯୋଗ କରନ୍ତି।  ବାଲ୍‌କୋନିର ରେଲିଂ ଧରି ବିଭିନ୍ନ ପ୍ରକାର ଯୋଗ କରିଥାନ୍ତି। […]

ab
ମନପସନ୍ଦର ଜୋତାକୁ ତକିଆ ତଳେ ରଖି ଶୋଉଥିଲେ ଅମିତାଭ

ମୁମ୍ୱାଇ: ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଆଲିଟି କ୍ୱିଜ୍‌ ଶୋ’ ହେଉଛି ‘କୌନ୍‌ ବନେଗା କରୋଡ଼ପତି’। ଗତକାଲି ଶୋ’ରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିଯୋଗୀ ନିତିନ୍‌ କୁମାର ପଟବା ଅମିତାଭ ବଚ୍ଚନଙ୍କ ସହିତ ମଜାମସ୍ତି କରିଥିଲେ। ଆଉ ଏହା ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲା। ନିତିନ୍‌ଙ୍କ ପରେ ମହାରାଷ୍ଟ୍ରରୁ ଆସିଥିବା ହେମନ୍ତ, ଶୋ’ରେ ପରିବାର ସହିତ ଥିବା ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କକୁ ଶେଆର୍‌ କରି ଭାବବିହ୍ୱଳ ହୋଇଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କର କିଛି ସ୍ମୃତିକୁ ଶୋ’ରେ […]

142628
ଜାତିସଂଘକୁ ପାକିସ୍ତାନ ଲେଖିଥିବା ଚିଠିରେ ରାହୁଲଙ୍କ ସହ ରହିଛି ଆହୁରି ଅନେକ ନେତାଙ୍କ ନାମ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ୩୫ (ଏ) ପ୍ରସଙ୍ଗରେ ବୁଧବାର ଜାତିସଂଘକୁ ପାକିସ୍ତାନ ଚିଠି ଲେଖିଛି। ଯେଉଁଥିରେ ପାକିସ୍ତାନ ଭାରତୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି ନିଜ ଚିଠିକୁ ଟନିକ୍ ଯୋଗାଇଛି। ସେଥିରେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିନି ପାକିସ୍ତାନ। ବରଂ ରାହୁଲଙ୍କ ମନ୍ତବ୍ୟ ସହିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏବଂ ବିଜେପି ବିଧାୟକ ବିକ୍ରମ ସୋନିଙ୍କ ନାଁ ବି […]

fire
ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ: ୧୨୭୨୩ ନମ୍ବର ହାଇଦ୍ରାବାଦ-ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା। ହରିଆନାର ଅସୋତି ଷ୍ଟେସନ ନିକଟରେ ଯାଉଥିବା ବେଳେ ତେଲେଙ୍ଗାନା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ବୋଲି ଉତ୍ତର ରେଳ ଡିଭିଜନ୍ ସୂଚନା ଦେଇଛି। ସକାଳ ୭ଟା ୪୩ ସମୟରେ ଟ୍ରେନର ୯ ନମ୍ୱର ବଗିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ନିଆଁ ଲାଗିଥିଲା। ତେବେ ନିଆଁକୁ ତତକ୍ଷଣାତ୍ କାବୁ କରିବାରେ […]

emara photo
ଭଙ୍ଗାଯିବ ସିଂହଦ୍ୱାର ସମ୍ମୁଖ ଏମାର ମଠ

ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି । ଆଜି ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଉଛି । ଚାରିତାଲା ବିଶିଷ୍ଟ ଏହି ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧତ୍କାରୀ ଉପସ୍ଥିତ ଅଛନ୍ତି। ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ […]

Capturepak
ପୁଣି ନିରାଶ ହେଲେ ଇମ୍ରାନ୍‌: ଇସ୍‌ଲାମିକ୍‌ ରାଷ୍ଟ୍ରର ସମର୍ଥନ ବି ମିଳିଲାନି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ସମଗ୍ର ବିଶ୍ୱରୁ ଶକ୍ତି ସଂଗ୍ରହ କରିବାରେ ଲାଗିପଡ଼ିଛି ପାକିସ୍ତାନ। ତେବେ ଏକ ଇସ୍‌ଲାମାମିକ୍‌ ରାଷ୍ଟ୍ର ହିସାବରେ ଅନ୍ୟ ସମସ୍ତ ଇସ୍‌ଲାମିକ୍‌ ରାଷ୍ଟ୍ରଠାରୁ ସମର୍ଥନ ପାଇବାକୁ ଆଶା ବାନ୍ଧି ବସିଥିବା ଇମ୍ରାନ୍‌ ସବୁଆଡ଼ୁ ନିରାଶ ହେଉଥିବା ଲକ୍ଷ୍ୟ କରାଯାଉଛି। ୟୁଏଇ ଏବଂ ସାଉଦି ଆରବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଠାକାର ଶ୍ରେଷ୍ଠ ସମ୍ମାନ ମିଳୁଥିବାବେଳେ ଇମ୍ରାନ୍‌ ବାରମ୍ବାର ନିରାଶ ହେବାରେ ଲାଗିଛନ୍ତି। ପୂର୍ବରୁ ଥରେ […]

marrage
ଦୁଇ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ବିବାହ କରିବା? ସେ ପୁଣି ପରସ୍ପରର ସହମତିରେ ଏବଂ ଗୋଟିଏ ମଣ୍ଡପରେ ? ଇଣ୍ଡୋନେସିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ନିଜର ଦୁଇଜଣ ପ୍ରେମିକାଙ୍କୁ ଏକା ସାଙ୍ଗରେ ବିବାହ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଦେଖିବାକୁ ଗଲେ […]

386242_6944501_updates
ଇମ୍ରାନଙ୍କ ପରେ ପାକ୍‌ ମନ୍ତ୍ରୀଙ୍କ ଧମକ-ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ

ଇସଲାମାବାଦ:  ଭାରତ ସହ ଯୁଦ୍ଧ ହେବ ବୋଲି କହିଛନ୍ତି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ୍। ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରମାଣୁ ଧମକ ଦେଇଥିବା ବେଳେ ଏବେ ରଶିଦଙ୍କ ଯୁଦ୍ଧ ଧମକ ଦେବା ଘଟଣାରୁ ପାକିସ୍ତାନ ଯେ ଅତି ମାତ୍ରାରେ ବିଚଳିତ, ତାହା ପ୍ରମାଣିତ ହୋଇଛି।  “ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର-ନଭେମ୍ୱରରେ ଯୁଦ୍ଧ ହେବାର ଆଶଙ୍କା ରହିଛି। ଏହା ଦୁଇ ଦେଶ ମଧ୍ୟରେ ଅନ୍ତିମ ଯୁଦ୍ଧ ହେବ।” ରାଓ୍ୱଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ […]

Capture
ମିଛକୁ ପ୍ରମାଣିତ କରିବା ପାଇଁ ଜାତିସଂଘ ପିଟିସନ୍‌ରେ ରାହୁଲଙ୍କ ନାମ ନେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜମ୍ମୁ-କଶ୍ମୀର ବାବଦରେ ମିଛ ତଥ୍ୟକୁ ପ୍ରମାଣିତ କରିବ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମକୁ ବ୍ୟବହାର କରିଛି। ଏହି ଘଟଣା ଜଣାପଡ଼ିବା ପରେ  ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ପ୍ରସଙ୍ଗରେ ରାହୁଲ ତାଙ୍କର ପ୍ରତିକ୍ରିୟା ରଖିବା ପରେ କଂଗ୍ରେସ ପକ୍ଷରୁ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନ ଜମ୍ମୁ-କଶ୍ମୀରରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ନେଇ ଭାରତର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏହି ଦଳ ପକ୍ଷରୁ ଆହୁରି […]

ship
ମାଲେସୀୟା ଜାହାଜରୁ ଆରମ୍ଭ ହେଲା ତେଲ କଢା ପ୍ରକ୍ରିୟା

ଚିଲିକା : ଚିଲିକା ନିକଟ ରାଜହଂସରେ ଗତ ୭ ତାରିଖରୁ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା। ପ୍ରତିଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଇଛି। ଜାହାଜଟିରେ ୩୩ ହଜାର ଲିଟର ତେଲ ରହିଛି।  ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ।କମ୍ପାନୀର ଲୋକେ ଜାହାଜରୁ ତେଲ ବାହାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେପଟେ ଜୁଆର ଓ […]

bus-1
ଜଳିଗଲା ଯାତ୍ରୀବାହୀ ବସ୍‌

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍‌ଟି  ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍‌ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ବସ୍‌କୁ ରଖିଦେଇ ଭିତରେ କର୍ମଚରୀ ଓ ଅନ୍ୟମାନେ ଶୋଇ ପଡିଥିଲେ। ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ବସ୍‌ କର୍ମଚାରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ।  ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପକ୍ଷେ […]