କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର। ଦୁଇ ଦିନ ହେବ କେନ୍ଦ୍ରାପଡ଼ାରେ ରହି ନବୀନ କ୍ୟାମ୍ପେନିଂ କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ରୋଡ୍ ଶୋ’ କରିଥିଲେ। ଏହାପରେ ଆଜି ସେ ପୁଣି ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ପଟ୍ଟାମୁଣ୍ଡାଇର ତିନିମୁହାଣିରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ। ଏହି ରୋଡ୍ ଶୋ’ ଆଳିରେ ପହଞ୍ଚିବା ପରେ ଆଳିରୁ ରାଜକନିକା, ଓଳାବର ଯାଏ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସାଲେପୁର ନିର୍ବାଚନମଣ୍ଡଳୀର ହରିପୁରରୁ ସାଫା, ଗୌଡ ଗାଁ, ବରପଦା, […]
ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି। ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ […]
ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଜି ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଭଏସ ଅଫ୍ କରାଚି ନାମକ ଏକ ସଂଗଠନ ପାକିସ୍ତାନ ସରକାରର ଗୁମର ଖୋଲିଛି। ଜାତିସଂଘ ଚାରିପଟେ ଟ୍ରକ, ଟ୍ୟାକ୍ସିରେ ଡିଜିଟାଲ ମିଡିଆର ସାହାଯ୍ୟ ନେଇ ନିଜର ସ୍ୱର ଉତ୍ତୋଳନ କରିଛି ଭଏସ ଅଫ କରାଚି ସଂଗଠନ। ଏହି ସଂଗଠନର ସଦସ୍ୟ ସମସ୍ତେ ମୋହାଜିର ଜାତିର। ପାକିସ୍ତାନରେ ଏମାନେ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ପାକିସ୍ତାନରେ ଏହି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍ମିଟ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି। କେନ୍ଦ୍ରାପଡ଼ାର ସ୍ୱାଭିମାନ ଲୋକେ ଏହାର କଡ଼ା ଜବାବ ଦେବେ। ସେହିପରି ନବୀନଙ୍କୁ ଧର୍ମେନ୍ଦ୍ର ଜବାବ ମାଗିଛନ୍ତି। ନବୀନ ଗତ ୧୯ ବର୍ଷରେ କ’ଣ କରିଥିଲେ ଓ ଆଗାମୀ ୫ ବର୍ଷରେ କ’ଣ ଯୋଜନା ରହିଛି ଧର୍ମେନ୍ଦ୍ର ତାହାର ଜବାବ ମାଗିଛନ୍ତି। […]
ଭୁବନେଶ୍ୱର: ଜୁନାଗଡ଼-ଭୁବନେଶ୍ୱର ଟ୍ରେନ୍ ଗତିପଥ ପରିବର୍ତ୍ତନକୁ ନେଇ ଦେଖା ଦେଇଇଛି ଅସନ୍ତୋଷ । ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍କୁ ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍ ଫୋରମ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା। ଏହାପରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ହେଲେ ରାୟଗଡା ପରିବର୍ତ୍ତେ ସମ୍ବଲପୁର ଦେଇ ଏହି ଟ୍ରେନ ଯାତାୟତ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ କେନ୍ଦ୍ରମନ୍ତ୍ରୀ […]
କଟକ: ଜାତୀୟ ମ୍ୟୁଜିକ୍ ଆସୋସିଏସନ୍ ପକ୍ଷରୁ ଅଷ୍ଟମ ଲକ୍ଷ୍ମଣ ଗଣନାୟକ ସ୍ମୃତି ଅନ୍ତର୍ଜାତୀୟ ନୃତ୍ୟ ସଂଗୀତ ସମାରୋହ କଟକରେ ଅନୁଷ୍ଠିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ୍ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଓ ଅଭିନେତ୍ରୀ ତ୍ରିପୁରା ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ। ତିନି ଦିନ ଧରି ଏହି ନୃତ୍ୟ ସଙ୍ଗୀତ ସମାରୋହ ଚାଲିବ। ଏଥିରେ ଏକାଧିକ ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ ପରିବେଷଣ କରିବେ। […]
ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି, ଯାହାକି ପାକ ସରକାରଙ୍କୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଲ୍ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଅବସରରେ ଦୁଇ ପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ପାକିସ୍ତାନକୁ […]
ଭୁବନେଶ୍ୱର: ସ୍କୁଲ୍ରେ ଅସୁସ୍ଥ ହୋଇପଡ଼ୁଛନ୍ତି ଶିକ୍ଷକ। ଅନ୍ୟ କୌଣସି ରୋଗରେ ନୁହେଁ, ମାନସିକ ରୋଗରେ। ଏକଥା ଖୋଦ ରୋଗୀ ଶିକ୍ଷକମାନେ ହିଁ ସ୍ୱୀକାର କରିଛନ୍ତି। ଏହି ମାନସିକ ରୋଗୀ ଶିକ୍ଷକମାନେ ଏବେ ବଦଳି ପାଇଁ ଆବେଦନ କରି ସରକାରଙ୍କୁ ଚିଠି ଲେଖିଛନ୍ତି। ଅବଶ୍ୟ ସରକାର ସେମାନଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ ପାଇଁ ମେଡିକାଲ୍ ବୋର୍ଡକୁ ଚିଠି ଲେଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଏଭଳି ମାନସିକ ଅସୁସ୍ଥ ଶିକ୍ଷକ ଆଜିଯାଏ ପିଲାଙ୍କୁ କିପରି ପାଠ ପଢାଉଥିଲେ ? ଏବେ ଯେଉଁ […]
ଭୁବନେଶ୍ୱର: କିର୍ଗିଜସ୍ତାନରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି ଓଡ଼ିଆ ଛାତ୍ରୀ ଗୌତମୀ ପାଣିଗ୍ରାହୀ। କିର୍ଗିଜସ୍ତାନ ମାଟିରେ ପରିଚୟ କରାଇଛନ୍ତି ଭାରତ ତଥା ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ । ବିଶେଷକରି ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଟେକ୍ସଟାଇଲ ତଥା ଅନ୍ୟାନ୍ୟ କଳାନୈପୁଣ୍ୟ ଉପରେ କହିଛନ୍ତି କିର୍ଗିଜସ୍ତାନର ଯୁବପୀଢିଙ୍କୁ। ଭାରତ ଓ କିର୍ଗିଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ଦ୍ୱିପାକ୍ଷିକ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ଏକ ଟିମ୍ କିର୍ଗିଜସ୍ତାନ ଯିବା ଲାଗି ମନୋନୀତ ହୋଇଥିଲେ। […]
ଭୁବନେଶ୍ୱର: କୁହାଯାଏ, ଘରେ ବାସ୍ତୁଦୋଷ ରହିଲେ ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ। ତେଣୁ ବାସ୍ତୁଦୋଷ ଦୂର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସେହିପରି ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ। ସେଥିରୁ ଗୋଟିଏ ହେଉଛି ମନି ପ୍ଲାଣ୍ଟ୍। ଆଜିକାଲି ପ୍ରାୟ ପ୍ରତ୍ୟେକଙ୍କ ଘରେ ମନି ପ୍ଲାଣ୍ଟ୍ ଦେଖିବାକୁ ମିଳେ। ସମସ୍ତେ ଯେ ଧନବୃଦ୍ଧି […]
ପୁଣେ: ମହାରାଷ୍ଟ୍ରର ପୁଣେରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଜଳ ପ୍ରଳୟ ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଛି। ଇତି ମଧ୍ୟରେ ବନ୍ୟା ଓ କାନ୍ଥ ଭୁଶୁଡ଼ି ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଜଳବନ୍ଦୀ ଭାବେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି […]
ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍ ମ୍ୟାଚ୍ରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୪୬ ରନ୍ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ୱିକେଟ ହରାଇ ୧୫୫ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୭ରନ୍ କରିଥିଲେ। ତେବେ ୧୫୬ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୦୯ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ମାଲିଙ୍ଗା ସର୍ବାଧିକ ୪ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଆଇପିଏଲ୍ ମ୍ୟାଚ୍ରେ […]
ଥୁରୁଅନନ୍ତପୁରମ: କୁହାଯାଏ ଅଭାବରେ ପଡ଼ିଲେ ମଣିଷର ସ୍ୱଭାବ ବଦଳିଯାଏ। ଏହି ଅଭାବୀ ମଣିଷର ଏମିତି ଅସ୍ୱାଭାବିକ କାଣ୍ଡ ଆମେ ଅନେକ ଦେଖି ଆସିଛେ। ହେଲେ ଥିରୁଅନନ୍ତପୁରର ଏହି ଅଭାବି ପରିବାରର ଜୀବନ ଯନ୍ତ୍ରଣା ଆପଣଙ୍କ ଛାତି ଥରାଇଦେବ। ଅଭାବ ପଡ଼ି ଯେ ବାପାମା’ ଏମିତି କିଛି କରିପାରନ୍ତି ! ଏଠି ଆର୍ଥିକ ଅନଟନରୁ ମୁକୁଳିବା ପାଇଁ ବାପା ଓ ମାଆ ନିଜ ଝିଅକୁ ଯୌନ ବଜାରରେ ବିକ୍ରି କରି ଦେଇଛନ୍ତି। ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି […]
ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ୩୦ ତାରିଖ ସଂଧ୍ୟାରେ ଏହି ବାତ୍ୟା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷେ, ଘରୋଇ […]
ବେଙ୍ଗାଲୁରୁ: ଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ହମ୍ଲା ନେଇ କର୍ଣ୍ଣାଟକ ପୁଲିସ୍କୁ ଫୋନ କରିଥିବା ଟ୍ରକ୍ ଡ୍ରାଇଭରକୁ ପୁଲିସ୍ ଗିରଫ କରିଛି। ଡ୍ରାଇଭର ଜଣକ ମିଛରେ ଏହି ଫୋନ କରିଥିବା ଜଣାପଡ଼ିଛି। ଗିରଫ ଡ୍ରାଇଭରଙ୍କ ନାଁ ସୁନ୍ଦରମୂର୍ତ୍ତି। ସେ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ କର୍ଣ୍ଣାଟକ ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ସୁନ୍ଦରମୂର୍ତ୍ତି ଫୋନ କରି ଦେଶରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା କହିଥିଲେ। କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, ଗୋଆ ଓ ମହାରାଷ୍ଟ୍ରରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଜବାବରେ ଆଜି ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, “ଏଏସ୍ଆଇ […]
ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛି। ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ହେବ। […]
ବାଙ୍କୀ: ନନ୍ଦନକାନନ ପରେ ଏବେ କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍ ଭୂତାଣୁ ଆତଙ୍କ। ଏଠାରେ ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]