• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ganja seized
କାର୍‌ରୁ ୩୨ କେଜି ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ(ବିଶ୍ୱଜିତ ଆଚାର୍ଯ୍ୟ): କାର୍‌ରୁ ୩୨ କିଲୋଗ୍ରାମ ଗଞ୍ଜେଇ ଜବତ। ଆଜି ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ କଟକ ସ୍ଥିତ ଲିଙ୍କ୍‌ରୋଡ୍‌ରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଦୁଇଟି ବସ୍ତାରେ ଭର୍ତ୍ତି ଗଞ୍ଜେଇକୁ ଏକ କାର୍‌ ଯୋଗେ କନ୍ଧମାଳରୁ ବାଲେଶ୍ୱରକୁ ଚାଲାଣ ହେଉଥିବା ବେଳେ ଏନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହାପରେ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ […]

honey
ମଧ୍ୟପ୍ରଦେଶ ସେକ୍ସ ସ୍କାମ୍‌: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

ଭୋପାଲ: ଦେଶର ସବୁଠୁ ବଡ଼ ହନିଟ୍ରାପ ଗ୍ୟାଙ୍ଗ ମାମଲାର ଚାଲିଛି ଏସଆଇଟି ତଦନ୍ତ। ଏହାରି ଭିତରେ ଭାଇରାଲ ହୋଇଛି ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣପନ୍ଥୀ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ ଭାଇରାଲ ହୋଇଥିବା ଭିଡିଓର ସତ୍ୟତା ବାବଦରେ କୌଣସି ସୂଚନା ମିଳିନାହିଁ। ଗୋଟିଏ ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ଯୁବତୀଙ୍କ ସହ ହୋଟେଲ୍ ରୁମରେ ଥିବା ନେଇ ଜଣାପଡ଼ିଥିବା ବେଳେ ଅନ୍ୟ ଭିଡିଓଟିରେ ଜଣେ […]

545454
ଅକ୍ଟୋବର ୧ରୁ ଏହି ସବୁ ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୧ ଅକ୍ଟୋବର ୨୦୧୯ରୁ ଦେଶର ଅନେକ ନିୟମରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଜିଏସଟି, ପରିବହନ ଇତ୍ୟାଦି ସଂପର୍କୀତ ନିୟମର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ୧ ଅକ୍ଟୋବର ୨୦୧୯ରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅପଡ଼େଟ୍ କରିବା ପାଇଁ ପଡ଼ିବ। ଏହି ସବୁ ପ୍ରକ୍ରିୟା ଅନଲାଇନରେ ହିଁ ହେବ। ରେଜିଷ୍ଟ୍ରେସନ […]

bbbbbb
ଘରେ ବିଲିୟାର୍ଡ୍ସ ଖେଳୁଛନ୍ତି ଧୋନି, ଫଟୋ ଭାଇରାଲ୍

ରାଞ୍ଚି: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ପରେ କ୍ରିକେଟରେ ଦୂରରେ ଅଛନ୍ତି ଏବଂ ବର୍ତ୍ତମାନ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ତେବେ ସମୟ ସମୟରେ ତାଙ୍କର ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ଏବେ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ତାଙ୍କୁ ବିଲିୟାର୍ଡ୍ସ ଖେଳୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ବାହରଗୌଡ଼ା (ଝାରଖଣ୍ଡ)ର ବିଧାୟକ କୁନାଲ୍ ଷଡଙ୍ଗୀ କିଛି ଫଟୋ ଶେୟାର କରିଛନ୍ତି। ଧୋନିଙ୍କୁ ଝାରଖଣ୍ଡ ଷ୍ଟେଟ୍ […]

bolero accident
ବୋଲେରୋ ଓଲଟି ୧୪ ଶ୍ରମିକ ଆହତ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ବୋଲେରୋ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିବା ଫଳରେ ୧୪ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କାମ କରିବା ପାଇଁ ଭଞ୍ଜନଗର ତିଳିସିଙ୍ଗିରୁ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

man killed his brother
ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇଙ୍କ ନାଁ କୋକା ଏକ୍କା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ […]

photo
ଅଶାଳୀନ ପୋଷାକ, ସର୍ବସାଧାରଣରେ ଚୁମ୍ବନ ପାଇଁ ଲାଗିବ ଫାଇନ୍‌

ରିୟାଦ୍‌: ଶନିବାର ସାଉଦି ଆରବ ସରକାର ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର କହିଛନ୍ତି, ଟାଇଟ୍‌ ବା ଚିପା ପୋଷାକ ଏବଂ ସର୍ବସାଧାରଣରେ ଚୁମ୍ବନ ପାଇଁ ଫାଇନ୍‌ ଦେବାକୁ ହେବ। ସାଉଦି ସରକାରଙ୍କ ପକ୍ଷରୁ ୧୯ଟି ଏଭଳି ଅପରାଧ ବାବଦରେ ତାଲିକା କରାଯାଇଥିଲେ ମଧ୍ୟ ଏହାର ଦଣ୍ଡ ବାବଦରେ କିଛି କୁହାଯାଇନି। ସୂଚନାଥାଉ କି,  ଏହି […]

vlcsnap-error882
ଖାତରୁ ଉଦ୍ଧାର ହେଲା ମା’ ଓ ଛୁଆ ହାତୀ

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକ୍‌ର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ପାଣି ପିଇବାକୁ ଯାଇଥିବା ଛୁଆ ହାତୀ ପ୍ରଥମେ ଖାତରେ ଖସି ପଡ଼ିଥିଲା। ଏହାପରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ମାଆ ହାତୀ ଉଦ୍ୟମ କରିଥିଲା। ତେବେ ଛୁଆକୁ ଉଦ୍ଧାର କରିବା ବେଳେ ମାଆ ହାତୀ ବି ଖାତରେ ପଡ଼ି ଯାଇଥିଲା। ଖବର ପାଇ ସମ୍ବଲପୁର ରେଞ୍ଜ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି […]

6757
କୋଣାର୍କ ହେବ ଟେଣ୍ଟ ସିଟି

ଭୁବନେଶ୍ୱର: କୋଣାର୍କରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ।  କୋଣାର୍କ ହେବ ଟେଣ୍ଟ ସିଟି । ଏଥିଲାଗି କୁଶଭଦ୍ରା ନଦୀ ମୁହାଁଣ ସନ୍ନିକଟ ବେଳାଭୂମି ଓ ବେଳାମାର୍ଗ ପାର୍ଶ୍ୱ ଜମି ବୁଲି ଦେଖିଛନ୍ତି କ୍ରୀଡା ଓ ଯୁବ ସେବା, ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ,  ସ୍ଥାନୀୟ ତହସିଲଦାର ଓ ପର୍ଯ୍ୟଟନ ଅଧିକାରୀ ଉପସ୍ଥିତି ରହି ଏହି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଦେଖାଇବା ସହ ଜମିର ସ୍ଥିତି […]

ASTRA (1)
୧୫ ବର୍ଷ ପରେ ଆସିଲା ଅସ୍ତ୍ର; ଖୁବଶୀଘ୍ର ବାୟୁସେନାରେ ସାମିଲ୍ ହେବ

ଭୁବନେଶ୍ୱର : ବାଲେଶ୍ୱର ସ୍ଥିତ ଚାନ୍ଦିପୁର ଡିଆରଡିଓରୁ ପ୍ରସ୍ତୁତ ହେଉଥିବା ବାୟୁସେନାର ବିଭିଆରଏଏଏମ୍ (Beyond Visual Range Air-to-Air Missile) ‘ଅସ୍ତ୍ର’ ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି। ଏହି କ୍ଷେପଣାସ୍ତ୍ରର ସ୍ୱତନ୍ତ୍ରତା ହେଉଛି ଏହା ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୮୬ କିଲୋମିଟର ରହିଛି। ଡିଆରଡିଓ ବୈଜ୍ଞାନିକମାନେ କିନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ରୁ ୧୬୦ କିଲୋମିଟର କରୁଥିବା ଜଣାପଡ଼ିଛି। ଚାନ୍ଦିପୁର ଡିଆରଡିଆରୁ ୫ ଥର […]

man killed  his wife
ସ୍ତ୍ରୀର ଗଳା କାଟି ହତ୍ୟା ପରେ ନିଜ ଗଳାରେ ଛୁରୀ ଲଗାଇଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା): ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପାରମହଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବେବି ଖାତୁନ୍‌। ସୂଚନା ଅନୁସାରେ, ପାରମହଲା ଅଞ୍ଚଳର ଜଣେ ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବା ବେବିଙ୍କୁ ଗତ ୮ମାସ ତଳେ ବିବାହ କରିଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବେବିଙ୍କ ସ୍ୱାମୀ ବେବିଙ୍କ ଗଳା କାଟି […]

cyclone
ଓଡ଼ିଶାରେ ପଡ଼ିବନି ବାତ୍ୟା ‘ଫନି’ର ପ୍ରଭାବ; ତାମିଲନାଡୁ, ଆନ୍ଧ୍ରରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଫନି’ର ପ୍ରଭାବ ପଡ଼ିବ ନାହିଁ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଫନି ଚେନ୍ନାଇଠାରୁ ୧୧୦୦ କିଲୋମିଟର  ଏବଂ ମଛଲିପଟ୍ଟନମ୍‌ ଉପକୂଳଠାରୁ ୧୩୦ କିଲୋମିଟର ଦୂରରେ ରହିଛି।  ବାତ୍ୟା ଫନିର ଗତି ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିଲୋମିଟର ରହିଛ॥ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭେରି ଟୁ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ […]

75757
ପାଟ୍ରୋଲିଂ ବେଳେ ନିଖୋଜ ହେଲେ ବିଏସ୍‌ଏଫ ଯବାନ୍

ଶ୍ରୀନଗର: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ୍ ହୋଇଛନ୍ତି ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଜଣେ ଯବାନ୍। ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବା ବେଳେ ଯବାନ ଜଣକ ଗତକାଲିଠୁ ନିଖୋଜ ରହିଛନ୍ତି। ଆଜି ଏ ବାବଦରେ ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ପିଟିଆର ରିପୋର୍ଟ ଅନୁଯାୟୀ ଯବାନଙ୍କ ନାମ ପରିତୋଷ ମଣ୍ଡଳ (୫୪)। ବିଏସଏଫରେ ସେ ସବ୍ ଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ଗତକାଲି ସେ ଓ ଦୁଇ ଜଣ କନଷ୍ଟେବଳ […]

251424
ଶେଷରେ ବିମାନ ବି ଏମିତି ଧୋକା ଦେଲା ଇମ୍ରାନଙ୍କୁ....

ନୂଆଦିଲ୍ଲୀ: ସମୟ ଖରାପ ହେଲେ ଘୋଡ଼ାରେ ବସିଥିବା ଲୋକକୁ ବି କୁକୁର କାମୁଡ଼େ। ଏଭଳି ଘଟଣା ଏବେ ଘଟି ଚାଲିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କ୍ଷେତ୍ରରେ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରକ୍ତ ଚାଉଳ ଚୋବାଉଥିବା ଇମ୍ରାନ ବିଶ୍ୱ ସମୁଦାୟର ସମର୍ଥନ ପାଇଁ ବହୁତ ଚେଷ୍ଟା କଲେ। ହେଲେ ସବୁଠୁ ହତାଶ ହେବା ପରେ ମିଛର ସାହାରା ନେଲେ। ଏ ନେଇ ତାଙ୍କୁ ଥରେ ନୁହେଁ, ବାରମ୍ବାର ଅପଦସ୍ତ ହେବାକୁ ପଡ଼ିଲା। ଆଉ […]

nabaratri
ମହାନବରାତ୍ରରେ କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ।  ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। […]

polling-officer
୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିସ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍‌ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା। ଗତ ୨୩ ତାରିଖରେ ଏଠାରେ ହୋଇଥିବା ନିର୍ବାଚନ ବେଳେ ଭୋଳ ନୂଆଁ ଗାଁର ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍‌ରେ ଉଭୟ ଅଧିକାରୀଙ୍କ ଡ୍ୟୁଟି ପଡ଼ିଥିଲା। ହେଲେ ଜଣେ ଭୋଟରଙ୍କୁ ଦୁଇ ଅଧିକାରୀ ପ୍ରଭାବିତ […]

4344
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାଷା କହୁଥିବା ତୁର୍କୀକୁ ମୋଦି ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ  ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ,  ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି […]

heavyweight leaders
ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିୱେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରେ ବିଜେପିର ପୁନମ୍‌ ମହାଜନ ଓ କଂଗ୍ରେସର ପ୍ରିୟା ଦତ୍ତଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ସେହିପରି ମୁମ୍ବାଇ ନର୍ଥ ୱେଷ୍ଟରେ କଂଗ୍ରେସର ସଞ୍ଜୟ ନିରୁପମ୍ ଓ ମୁମ୍ବାଇ ନର୍ଥ ଆସନରେ ଅଭିନେତ୍ରୀରୁ ରାଜନେତା ହୋଇଥିବା କଂଗ୍ରେସର ଉର୍ମିଳା ମାତୋଣ୍ଡକରଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇ ସାଉଥରୁ କଂଗ୍ରେସ ଟିକେଟ୍‌ରେ ଶିଳ୍ପପତି ମିଲିନ୍ଦ ଦେଓରା ଲଢୁଛନ୍ତି। ଉତ୍ତରପ୍ରଦେଶର କନୌଜ ଆସନରୁ […]

ndtv
ଏମିତି ଦେଶ, ଯେଉଁଠି ବାପା ଝିଅକୁ ବିବାହ କରିବା ଆଇନ ସମ୍ମତ

ତେହରାନ: ଇରାନ ସାଂସଦରେ ଏମିତି ଏକ ବିଲ୍ ଏବେ ପାସ୍‌ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ବିଲ୍‌ ଅନୁଯାୟୀ ଏଠାରେ ପିତା ନିଜର ପାଳିତା ଝିଅକୁ  ବିବାହ କରିପାରିବ। ତେବେ ଏହି ଝିଅର ବୟସ ୧୩ ବର୍ଷରୁ ଅଧିକ ହୋଇଥିବ। ଇରାନରେ ଏହି ବିଲ୍ ୨୨ ସେପ୍ଟେମ୍ବରରେ ପାସ୍‌ ହୋଇଛି। ତେବେ ଇରାନର କିଛି ଲୋକ ଏହି ବିଲ୍‌କୁ ବିରୋଧ କରିଛନ୍ତି। ଜଷ୍ଟିନ ଫର୍ ଇରାନ ନାମକ ଏକ ସଂସ୍ଥାର ମାନବ ଅଧିକାର ଓକିଲ  […]

vote
ଆସନ୍ତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ତିନିଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ୨୯ ତାରିଖରେ ଅର୍ଥାତ୍‌ ଆସନ୍ତକାଲି ଓଡିଶା ସମେତ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ୯୪୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨କୋଟି ୭୯ ଲକ୍ଷ ଭୋଟର। ଅନ୍ୟପକ୍ଷେ, ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧ ଲକ୍ଷ ୪୦ହଜାର ୮୪୯ଟି ପୋଲିଂ ବୁଥ୍‌ କରାଯାଇଛି। ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତରପ୍ରଦେଶର […]

download (3)
ମହମ୍ମଦ ରଫିଙ୍କ ସହ ଗୀତ ଗାଇବା କାହିଁକି ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ […]