• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

65656
କିନ୍ନର ବେଶରେ ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍ ରିଲିଜ୍‌ ହୋଇଯାଇଛି । ଏହି ପୋଷ୍ଟର୍‌ରେ କିନ୍ନର ଗେଟ୍‌ଅପ୍‌ରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଅକ୍ଷୟ ଲାଲ୍‌ ଶାଢ଼ି ପିନ୍ଧିଛନ୍ତି। ମୁଣ୍ଡରେ ଲାଲ୍‌ ବିନ୍ଦି ଲଗାଇଛନ୍ତି। ଏଇ ନୂଆ ଲୁକ୍‌ରେ ଅକ୍ଷୟ ବେଶ୍ ପାୱାରଫୁଲ୍‌ ଲାଗୁଛନ୍ତି। ତାଙ୍କର ଏହି ନୂଆ ଲୁକ୍‌କୁ ଦର୍ଶକ ବି ବେଶ୍ ପସନ୍ଦ କରୁଛନ୍ତି। […]

55555
ବିଜେପି-ଶିବସେନା ଟିକେଟ୍‌ରେ ନିର୍ବାଚନ ଲଢିବେ ଛୋଟା ରାଜନ ଭାଇ

ପୁଣେ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଅଣ୍ଡର ୱାଲର୍ଡ ଡନ୍‌ ଛୋଟା ରାଜନର ଭାଇ ଦୀପକ ନିକାଲଜେ । ଦୀପକଙ୍କୁ ବିଜେପି-ଶବସେନା ପକ୍ଷରୁ ଟିକେଟ୍‌ ମିଳିଛି। ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଶିବସେନା ସହ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ମେଣ୍ଟ କରିଛି। ଏହି ଦଳରୁ ହିଁ ଦୀପକଙ୍କୁ ଟିକେଟ୍‌ ମିଳିଛି। ବିଜେପି ଦୀପକଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ମଧ୍ୟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଛୋଟା ରାଜନ ଜେଲରେ ରହିଛି। ହେଲେ ତା’ର ଭାଇ […]

454646
ଦିଲ୍ଲୀରେ ୪ ଜୈଶ ଆତଙ୍କୀ, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦଶହରାରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଏଥିପାଇଁ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୪ ଜଣ ସଦସ୍ୟ ଦିଲ୍ଲୀରେ ଅନୁପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ଅଞ୍ଚଳ, ଏୟାର ପୋର୍ଟ, ମଲ ଓ ଧର୍ମାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀଙ୍କ […]

5464546
ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ !

ୱାଶିଂଟନ୍‌: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଏପରି କି ପାକିସ୍ତାନ ମଧ୍ୟ ବାରମ୍ବାର ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇ ଆସୁଛି। ଭାରତରେ ବଡ଼ ଧରଣର ହମଲା କରିବାକୁ  ପାକିସ୍ତାନ ଆତଙ୍କବାଦୀଙ୍କୁ ବ୍ୟବହାର କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ପାକିସ୍ତାନର ଆତଙ୍କବାଦୀମାନେ ଯଦି ଭାରତରେ […]

54545
ଲୋକାର୍ପିତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି। ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ। ଆଜି ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍‌ର ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୫ ତାରିଖରୁ ଏହାର ବ୍ୟବସାୟିକ ଯାତାୟାତ ଆରମ୍ଭ ହେବ। ଏଥିପାଇଁ ଆଇଆରସିଟିସି ୱେବସାଇଟ୍‌ରେ ଟିକେଟ୍‌ ମିଳିବ। ବର୍ତ୍ତମାନ ଦିଲ୍ଲୀରୁ କଠରାରେ […]

43434
ସିଂହ ଜାଲି ଭିତରକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ ପରେ...

ଆମରିକା:ଆମେରିକାର ନ୍ୟୁୟର୍କର ବ୍ରାନ୍ସ ପ୍ରାଣୀ ଉଦ୍ୟାନରେ ଜଣେ ମହିଳାଙ୍କ କାରନାମା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରାଣୀ ଉଦ୍ୟାନକୁ ଦେଖିବା ପରେ ଏହି ମହିଳାଜଣକ ଏତେ ଖୁସି ହୋଇଗଲେ ଯେ, ସିଂହ ବାଡ଼ ଭିତରକୁ ଡେଇଁ ପଡ଼ିଲେ। ଏମିତିକି ସିଂହ ଯେତେବେଳେ ତାଙ୍କ ସାମ୍ନାକୁ ଆସିଲା ତାକୁ ଚିଡ଼ାଇବାକୁ ଲାଗିଲେ। ଆଉ ତା ପରେ… ମହିଳାଙ୍କର ଏହି କାରନାମାକୁ ଚିଡିଆଖାନା ବୁଲି ଆସିଥିବା ରିୟଲ ସୋବରିନା ନାମକ ଜଣେ ବ୍ୟକ୍ତି ରେକର୍ଡିଂ କରି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓ […]

kkkkkk
୨ ମାସ ପରେ ଗୃହବନ୍ଦୀରୁ ମୁକ୍ତି ପାଇଲେ ଜମ୍ମୁ ରାଜନେତା

ନୂଆଦିଲ୍ଲୀ: ପାଖପାଖି ୨ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ପ୍ରାୟ ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତି ଦେଇଛି। ନ୍ୟାଶନାଲ କନଫରେନ୍ସ, କଂଗ୍ରେସ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ପ୍ୟାନ୍ଥର୍ସ ପାର୍ଟି (ଜେକେଏନପିପି)ର ସମସ୍ତ ରାଜନେତାଙ୍କୁ ଆଜି ପ୍ରଶାସନ ଛାଡ଼ିଦେଇଛି। ଏମାନଙ୍କୁ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅନ୍ୟପକ୍ଷରେ କଶ୍ମୀରରେ ଗୃହବନ୍ଦୀ ବା ଅଟକ ଥିବା ରାଜନେତାଙ୍କ ଉପରେ ପ୍ରଶାସନ ଏଯାଏ କୌଣସି […]

65657575
ଦୂରଦର୍ଶନରେ ପ୍ରସାରଣ ହେଲାନି ମୋଦିଙ୍କ ଭାଷଣ; ନିଲମ୍ବିତ ହେଲେ ଅଧିକାରୀ

ଚେନ୍ନାଇ:  ଆଇଆଇଟି ମାଡ୍ରାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଭାଷଣଙ୍କୁ ଦୂରଦର୍ଶନରେ ନ ଦେଖାଇବାରୁ ପ୍ରସାର ଭାରତୀ ପକ୍ଷରୁ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅଧିକାରୀ ଜଣକ ହେଉଛନ୍ତି ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରରେ ଆସିସଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି। ମାଡ୍ରାସ ଆଇଆଇଟିର ବାର୍ଷିକ ସମ୍ମିଳନୀରେ ମୋଦି  ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାକୁ ଦୂରଦର୍ଶଦନର ପୋଦିଗାଇ ଟିଭିରେ ପ୍ରସାରଣ […]

767668
ଏଥର ନିଆରା ପୂଜା; ଡିଜେ ବାଜିବନି, ଲାଗିବ ୧୦୦୦ ଚାରା

ଭୁବନେଶ୍ୱର: ମୂର୍ତ୍ତିରେ କେମିକାଲ୍ ରଙ୍ଗ ଲାଗିବନି। ପୂଜା ଓ ଭସାଣି ବେଳେ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ହେବନି। କାହାକୁ ଚାନ୍ଦା ମଗାଯିବନି। ଏହା ବଦଳରେ ପରିବେଷ ସୁରକ୍ଷା ପାଇଁ କେବଳ ୧୦୦୦ ମୂଲ୍ୟବାନ ଚାରାରୋପଣ କରାଯିବ ଏବଂ ଜଗାରଖା କରାଯିବ। ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ଓନର୍‌ ଆସୋସିଏଶନ୍ ପକ୍ଷରୁ ଏବର୍ଷ ଏମିତି ନିଆରା ଶୈଳୀରେ ପାଳନ କରାଯିବ ଶାରଦୀୟ ପୂଜା । ଚଳିତ ବର୍ଷ ପୂଜା କମିଟି ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ […]

65765
ସବୁବେଳେ ବାହାଘର ଜୁଡ଼ା ପିନ୍ଧି ବୁଲନ୍ତି ଏଇ ମହିଳା, ପଚାରିଲେ କୁହନ୍ତି ଭାରତ ପାଇଁ ..

ଅଷ୍ଟ୍ରଲିଆ: ସାଉଥ୍‌ ଅଷ୍ଟ୍ରେଲିଆର ଏଡ୍‌ଲାଣ୍ଡ ସହରର କଥା। ଜଣେ ମହିଳା ସବୁବେଳେ ବାହାଘରବେଳର ପୋଷାକ ପିନ୍ଧି ଏଠାରେ ଚର୍ଚ୍ଚାକୁ ଆସିଛନ୍ତି। ମାଛ ଧରିବାକୁ ଯାଆନ୍ତୁ ବା ଫୁଟବଲ ଖେଳିବାକୁ କିମ୍ବା ଜିମ୍‌ ..ଯେଉଁଠିକୁ ଗଲେ ବି ସେ ବାହାଘର ପୋଷାକ ହିଁ ପିନ୍ଧିଥାନ୍ତି। ୪୩ ବର୍ଷ ବୟସ୍କା ଏହି ମହିଳାଙ୍କ ନାଁ ହେଉଛି ଟୈମି ହାଲ। ଟୈମୀ ଜଣେ ପରିବେଶବିତ୍। ତେବେ ସେ କାହିଁକି ଏମିତି ପୋଷାକ ପିନ୍ଧନ୍ତି ? ତା’ର ଉତ୍ତର ବି ଆଶ୍ଚର୍ଯ୍ୟ ଜନକ।  […]

Capture
ସଂଘର୍ଷରୁ ସଫଳତା; ଗରିବ ଘରର ଝିଅ ମମତା ସାଜିଲେ ରେଳରାଣୀ

ସୋର: ଅଭାବ କେବେ ପ୍ରତିବନ୍ଧକ ସାଜେନି। ଅସୁବିଧା କେବେ ବାଟ ଓଗାଳେନି। ବରଂ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ଠାକୁ ଅଧିକ ଦୃଢ କରେ। ଏକଥା ପ୍ରମାଣ କରିଛନ୍ତି ମମତା ସାହୁ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ନାରାୟଣ ପୁର ଗାଁର ରେଳ ରାଣୀ ମମତା । ନୁଆଁଣିଆ ଚାଳଛପର ଘରେ ଅଭାବ ଅନଟନ ଭିତରେ ଜୀବନ ଅଣନିଃଶ୍ୱାସୀ ହୋଇ ଯାଉଥିଲା। ହେଲେ ଆଖିରେ ସ୍ୱପ୍ନମାନେ କିନ୍ତୁ ଉଡ଼ି ବୁଲୁଥିଲେ। ପାଠ ପଢିବେ, ଚାକିରି କରିବେ..ବାପା-ମା’ଙ୍କ ଦୁଃଖ ଦୂର କରିବେ। […]

363546
ରାଜଘାଟ୍‌ରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଆଜି ୧୫୦ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ରାଜଘାଟରେ ଆୟୋଜନ ହୋଇଛି ସ୍ମୃତି ସଭା । ଭୋରରୁ ରାମଧୁନ ଗାନ ସହ ଜାତିର ପିତାଙ୍କୁ ସ୍ମରଣ କରିଛନ୍ତି ଦେଶବାସୀ । ରାଜଘାଟରେ ଆୟୋଜିତ ପ୍ରାର୍ଥନା ସଭାରେ ଭିଭିଆଇପିମାନେ ପହଞ୍ଚି ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ […]

655647476
କାହିଁକି ମହାନ ଏଇ ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ ?

ନୂଆଦିଲ୍ଲୀ : ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ  ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର […]

65756
ଜିଓର ପୂଜା ଉପହାର: ଆହୁରି ଶସ୍ତାରେ ମିଳିବ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ସେବା ଦ୍ରୁତ ପରବର୍ତ୍ତନ ଆସିଛି। ଆଜିକାଲି ଇଣ୍ଟରନେଟ୍‌ ସେବା ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ଆଉ ଏଇ ସୁବିଧାକୁ ଉପଲବ୍ଧ କରାଇବାରେ ‘ରିଲାଏନ୍ସ ଜିଓ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାରା ଦେଶରେ କମ୍‌ ମୂଲ୍ୟରେ ଫ୍ରି କଲ୍‌ ସହ ଡାଟା ସର୍ବିସ ଯୋଗାଇ ‘ରିଲାଏନ୍ସ ଜିଓ’ ଲୋକଙ୍କର ଏହି ଜରୁରୀ ଆବଶ୍ୟକତାକୁ ପୂରଣ କରିପାରିଛି।  ଦେଶର ପ୍ରତ୍ୟକ ନାଗରିକଙ୍କ ପାଖରେ ଡିଜିଟାଲ ସର୍ବିସ  ପହଞ୍ଚାଇବା ପାଇଁ ‘ରିଲାଏନ୍ସ ଜିଓ’  ଏଥର ଦିପାବଳୀ […]

75658956
ବନ୍ୟା ବିପନ୍ନଙ୍କ ଦୁଃଖ ଜଣେଇବା ପାଇଁ ଏମିତି ଫଟୋ ଶୁଟ୍‌ କଲେ ଛାତ୍ରୀ, ଫଟୋ ଭାଇରାଲ

ପାଟଣା: ବନ୍ୟାରେ ବିହାରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।  ରାସ୍ତାଘାଟ, ଘରଦ୍ୱାର ସବୁ ଆଡ଼େ ପାଣି । ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। ହେଲେ ଏଭଳି ଦୁର୍ଦ୍ଦଶାକୁ ସୁଯୋଗ ଭାବେ ଉପଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଫ୍ୟାଶନ୍ ଡିଜାଇନିଂ ଛାତ୍ରୀ। ଏହି ବନ୍ୟା ପାଣିରେ ଫଟୋ ସେସନ୍ କରାଇଛନ୍ତି। ଛାତ୍ରୀ ଜଣକ ହେଲେ ଅଦିତି ସିଂହ। ଅଦିତି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ୍ ଡିଜାଇନିଂର ଛାତ୍ରୀ। ପାଟଣାର ବନ୍ୟା ପ୍ଲାବିତ ରାସ୍ତାରେ ଭିନ୍ନ ଭିନ୍ନ ପୋଜରେ ଫଟୋ […]

64746
ପଞ୍ଚତାରକା ହୋଟେଲ୍‌ରେ ରହୁଛନ୍ତି ଜମ୍ମୁ-କାଶ୍ମୀରର ଅଟକ ନେତା

ଔରଙ୍ଗାବାଦ: ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଜମ୍ମୁ-କଶ୍ମୀର ଉପତ୍ୟକାରେ  ପ୍ରାୟ ୪ହଜାରରୁ ଅଧିକ ରାଜନେତା ଓ ସମାଜିକ କର୍ମୀମାନଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଛି।  ଏଥିସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ କରାଯାଉଥିବା ଚର୍ଚ୍ଚା ହେଉଛି। ହେଲେ ଏସବୁ ଚର୍ଚ୍ଚା ଉପରେ ବିଜେପି ନେତା ରାମ ମାଧବ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି, ଜମ୍ମୁ-କଶ୍ମୀରରେ ମାତ୍ର ୨୦୦ରୁ ୨୫୦ ଜଣ ଲୋକଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ମିଳୁଛି। ଏପରି କି ଅଟକ […]

668445848
ଦିନେ ଅଟୋଗ୍ରାଫକୁ ୫ ଟଙ୍କାରେ ବିକ୍ରି କରିଥିଲେ ଗାନ୍ଧି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ:ଅକ୍ଟୋବର ୨ ତାରିଖ । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି । ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡ଼େ ସେଦିନର ଏକ କଥା ଯେତେବେଳେ ବାପୁ ନିଜର ଅଟୋଗ୍ରାଫ ୫ ଟଙ୍କାରେ ବିକ୍ରି କରୁଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ  ବିହାରର ଭାଗଲପୁର ଆସିଥିଲେ। କର୍ମୀମାନଙ୍କୁ ଏକଠି କରି ସ୍ୱାଧୀନତା ଆନ୍ଦୋଳନରେ ଝାସ […]

655647
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ୨୮୮ ରୁ ବିଜେପିକୁ ୧୬୨ ଆସନ ଛାଡ଼ିଦେଲା ଶିବସେନା

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏ ନେଇ ରାଜନୈତିକ ଦଳର ଗଣନା ଆରମ୍ଭ ହୋଇଗଲାଣି।  ଏହି ପରିପ୍ରକ୍ଷୀରେ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ପୂର୍ବରୁ ୫୦-୫୦ ଫର୍ମୁଲାକୁ ଗୁରୁତ୍ୱ ଦେଉଥିବା ଶିବସେନା ଶେଷରେ ବିଜେପିକୁ ଅଧିକ ଆସନ ଛାଡ଼ି ଦଇଛି। ଘୋଷଣା ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନରୁ ବିଜେପି ୧୬୨ଟି ଓ ଶିବସେନା ୧୨୬ଟି ଆସନରେ ପ୍ରାର୍ଥୀ ଦେବେ। ତେବେ ମେଣ୍ଟରେ ଥିବା ଆରପିଆଇ, ଆରଏସ୍‌ପି, […]

43434
ପାକିସ୍ତାନକୁ ଯୁଦ୍ଧ ଜାହାଜ ଯୋଗାଇବ ତୁର୍କୀ

ଇସ୍‌ଲାମବାଦ:ତୁର୍କୀ-ପାକିସ୍ତାନର ସମ୍ପର୍କ ଏବେ ନିବିଡ ହେଉଛି । ଅଳ୍ପ ଦିନ ତଳେ ଜାତିସଂଘ ମହାସଭାରେ କାଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ଏବେ ପାକିସ୍ତାନ ପାଇଁ ଯୁଦ୍ଧ ଜାହାଜ ପ୍ରସ୍ତୁତ କରୁଛି। ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶ ମଧ୍ୟରେ ୨୦୧୮ରେ ଏ ନେଇ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏକ ପାକ୍‌ ଟିଭି ଚ୍ୟାନେଲ ଅନୁଯାୟୀ ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, […]

45454
ପାକିସ୍ତାନର କୁମ୍ଭୀର କାନ୍ଦଣା କାଶ୍ମୀର ପାଇଁ ନା ନିଜ ବିପତ୍ତି ପାଇଁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଯଦି ବେଶୀ କେହି ବିବ୍ରତ, ବ୍ୟସ୍ତ ହେଉଥାଏ ତେବେ ସେ ହେଉଛି ପାକିସ୍ତାନ। ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କେତେବେଳେ କାନ୍ଦୁଛି ତ କେତେବେଳେ ରାଗୁଛି। ଏଇ ବାଚାଳାମି ପାଇଁ ବିଶ୍ୱ ଦରବାରରେ ଅନେକ ଅପଦସ୍ଥ ହେଲେଣି ଇମ୍ରାନ ସରକାର। ତେବେ ପାକିସ୍ତାନର ଏହି କୁମ୍ଭୀର କାନ୍ଦଣା ସତରେ କ’ଣ କାଶ୍ମୀର ପାଇଁ ? କାଶ୍ମୀରକୁ ବାହାନା କରି ନିଜ ବିପତ୍ତି ପାଇଁ ଲୁହ ଗଡ଼ାଉନି […]

864948
ଚାନ୍ଦିପୁର ଲଞ୍ଚ ପ୍ୟାଡରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ହୋଇଯାଇଛି।  ଆଜି ପୂର୍ବହ୍ନ ୧୦ଟା ୨୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା।  ଏହା ହେଉଛି ବ୍ରହ୍ମୋସର ଅପଡେଟେଡ୍ ଭର୍ସନ ବା D-71। ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ଥିବାବେଳେ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହା ୪ଶହ କିଲୋମିଟର ପର୍ଯ୍ୟନ୍ତ  ଲକ୍ଷ୍ୟଭେଦ କରିପାରିବ । ଏହି କ୍ଷପଣାସ୍ତ୍ର  ଉଭୟ […]

65758
ଜାତିସଂଘରେ ଅଭିଭାଷଣ ଦେଇ ନିଜ ପିଠି ଥାପୁଡ଼େଇଲେ ଇମ୍ରାନ, ପତ୍ନୀଙ୍କୁ ବି ଦେଲେ ଧନ୍ୟବାଦ୍‌

ଇସ୍‌ଲାମବାଦ: ଉତ୍ତେଜନାକୁ ଉସ୍‌କେଇବା ପରି ଭାଷଣ ଜାତିସଂଘ ମହାସଭାରେ ଦେଇ ସ୍ୱଦେଶ ଫେରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଖୁସିରେ କୁରୁଳୁଛନ୍ତି। ଆମେରିକାରୁ ଫେରିବା ପରେ ରବିବାର ସନ୍ଧ୍ୟାରେ ଇମ୍ରାନ ଇସ୍‌ଲାମ‍‍ବାଦ୍‌ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଦଳର କର୍ମକର୍ତ୍ତାମାନ ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ଇମ୍ରାନ ତାଙ୍କ ଦେଶବାସୀଙ୍କୁ ଧନ୍ୟବାଦ ଦେବ ସହ ତୃତୀୟ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ବେଶ ପ୍ରଶଂସା କରିଥିଲେ, ଧନ୍ୟବାଦ ଦେଇଥିଲେ। […]